Categories: ଜାତୀୟ

ଟନେଲରୁ ବାହାରିବା ପରେ କହିଲେ ‘ବଞ୍ଚିବାର ସବୁ ଆଶା ଛାଡ଼ି ସାରିଥିଲୁ’

ଡେରୁଡାନା, ୮ା୨- ହିମସ୍ଖଳନ ଯୋଗୁ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଆସିଥିବା ବନ୍ୟା କାରଣରୁ ବହୁ ସଂଖ୍ୟାରେ ସ୍ଥାନୀୟ ପାଓ୍ବର ପ୍ଲାଣ୍ଟରେ କାମ କରୁଥିବା ଶ୍ରମିକ କାଦୁଅ ଆଚ୍ଛାଦିତ ଟନେଲରେ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଏକ ଟନେଲରୁ ଉଦ୍ଧାର କରିଛି ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଟିବିପି)। ଏହି ଗ୍ରୁପର ଜଣେ ସଦସ୍ୟ ଟନେଲରୁ ଉଦ୍ଧାର ପାଇବା ପରେ କହିଛନ୍ତି, ‘ବଞ୍ଚିବାର ସବୁ ଆଶା ଛାଡ଼ି ସାରିଥିଲୁ’।

” ଆମେ ଟନେଲ ଭିତରେ ଥିଲୁ। ଜଣେ ଚିତ୍କାର କରି ଆମକୁ ବାହାରକୁ ଆସିବାକୁ କହିଥିଲେ। ହେଲେ ଆମେ ବାହାରିବା ପୂର୍ବରୁ ଖୁବ୍‌ ଜୋରରେ ମାଡି ଆସିଲା ପାଣି। ଆମେ ଭିତରେ ରହିଗଲୁ। ପାଣିର ସ୍ତର ଆମଠାରୁ ଉଚ୍ଚରେ ଥିଲା। ବଞ୍ଚିବାର ସମସ୍ତ ଆଶା ଛାଡ଼ି ଦେଇଥିଲୁ। କିନ୍ତୁ ଆମକୁ ଆଇଟିପିବି ବଞ୍ଚାଇଦେଲା“ ବୋଲି ଶ୍ରମିକ କହିଛନ୍ତି।

Share