ସମସ୍ତ ଦ୍ରୁତଗାମୀ ଟ୍ରେନ୍‌ ରହଣି ଦାବି

ଯାଜପୁର ଅଫିସ,୮।୧: ପ୍ରମୁଖ ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍‌ସଫର, ଦୁରୋନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶାଲ ଟ୍ରେନ ରହଣି ନ ଥିବାରୁ ଚାକିରିଆ, ଛାତ୍ରୀଛାତ୍ର, ବ୍ୟବସାୟୀ, ରୋଗୀ, ଶିଳ୍ପ କାରଖାନା କର୍ମଚାରୀ ପ୍ରମୁଖ ରେଳସେବାରୁ ବଞ୍ଚିତ ରହୁଛନ୍ତି। ଉପରୋକ୍ତ ସମସ୍ତ ଦ୍ରୁତଗାମୀ ଟ୍ରେନ ସେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଓ ଭଦ୍ରକ ଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ତେଣୁ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ରହଣି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଦାବିପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଏହି ଷ୍ଟେଶନର ନାମକରଣ ଯାଜପୁର-କେନ୍ଦୁଝର ରୋଡ୍‌ ଥିବାବେଳେ ଏଠାରୁ କେନ୍ଦୁଝର ଜିଲାକୁ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ। ପ୍ରଧାନମନ୍ତ୍ରୀ ଭାରତରେ ବୁଲେଟ ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଥିବାବେଳେ ଅଧିକ ରାଜସ୍ବ ଆଦାୟ ହେଉଥିବା ଏହି ରେଳଷ୍ଟେଶନକୁ ସର୍ବଦା ଅଣଦେଖା କରାଯାଉଛି। ତେଣୁ ସୁକିନ୍ଦା ରୋଡ୍‌ ଦେଇ ଚଳାଚଳ କରୁଥିବା କେନ୍ଦୁଝର-ଖୋର୍ଦ୍ଧାରୋଡ ମେମୁ ଟ୍ରେନକୁ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନ ଦେଇ ଚଳାଚଳ କଲେ ଏହି ସମସ୍ୟା ଦୂର ହୋଇପାରିବ।
ପରାମର୍ଶଦାତା କମିଟିର ପୂର୍ବ ବୈଠକର ନିଷ୍ପତ୍ତିିଗୁଡିକୁ ରେଳ କର୍ତ୍ତୃପକ୍ଷ ସେତେଟା ଗୁରୁତ୍ୱ ଦେଉ ନ ଥିବା ମନେହେଉଛି। ଗତ ବୈଠକରେ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ରହଣି କରିବାକୁ ଦାବି ହୋଇଥିଲା। ଏହାସହ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ଏବଂ ଖୋର୍ଦ୍ଧାରୋଡ-କେନ୍ଦୁଝରଗଡ଼ ମେମୁ ଟ୍ରେନ କେନ୍ଦୁଝର-ଯାଜପୁର ରୋଡ୍‌ ଷ୍ଟେଶନ ଦେଇ ଚଳାଚଳ କରିବାକୁ ପୂର୍ବରୁ ଦାବି ହୋଇଛି। ଏନେଇ ସମ୍ପୃକ୍ତ ରେଳ ଅଧିକାରୀଙ୍କ ନିକଟରେ ୨୬ା୭ା୨୦୧୮ରୁ ପ୍ରସ୍ତାବ ପଡ଼ିରହିଛି। କିନ୍ତୁ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ପ୍ରସ୍ତାବରେ ଏହା ସୀମିତ ରହିଛି। ଷ୍ଟେଶନ ପରିସରରେ ନୂତନ କରି ନିର୍ମିତ ଫୁଟ୍‌ ଓଭରବ୍ରିଜ ଉପରେ ପ୍ରାୟ ୯୦% ଯାତ୍ରୀ ନିର୍ଭର କରୁଛନ୍ତି। ହେଲେ ଏଯାଏ ଲିଫ୍ଟ ସିଷ୍ଟମ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଭିନ୍ନକ୍ଷମ, ବୟସ୍କ ବ୍ୟକ୍ତି, ରୋଗୀ ପ୍ରମୁଖ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆର୍‌ଏମ୍‌ଏସ୍‌ କାଉଣ୍ଟର ଷ୍ଟେଶନ ଭିତରେ ରହିଛି। ଏହାର ବ୍ୟବହାର ପାଇଁ ଜଣେ ଯାତ୍ରୀ ପ୍ରଥମେ ପ୍ଲାଟ୍‌ଫର୍ମ ଟିକେଟ କିଣି ଆର୍‌ଏମ୍‌ଏସ୍‌ କାଉଣ୍ଟରକୁ ଯିବାକୁ ପଡୁଛି। ଏପରି କି ଅଧିକାଂଶ ଯାତ୍ରୀ ଏହି ଆର୍‌ଏମ୍‌ଏସ ସମ୍ପର୍କରେ ଅବଗତ ନାହାନ୍ତି। ତେଣୁ ଏହି କାଉଣ୍ଟରକୁ ଷ୍ଟେଶନ ବାହାରେ ସ୍ଥାପନ କରିବାକୁ ଦାବି ହେଉଛି। ଭାରତ ସରକାର ସ୍ବଚ୍ଛତା ଅଭିଯାନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ା ଅଥଚ ଏହି ରେଳଷ୍ଟେଶନ ଉପରେ ସ୍ବଚ୍ଛ ଭାରତ ଅଭିଯାନ ଏକ ହାସ୍ୟାସ୍ପଦ ହୋଇ ରହିଛି। ଷ୍ଟେଶନକୁ ଲାଗି ରହିଥିବା ଗୁଡ୍‌ସ ସେଡ୍‌ ଯୋଗୁ ଯାତ୍ରୀ ଓ ସହରବାସୀ ସିମେଣ୍ଟ ଏବଂ ସାର ଗୁଣ୍ଡରେ ଅଣନିଃଶ୍ୱାସୀ ହେଉଥିବାବେଳେ ଟ୍ରାଫିକ ସମସ୍ୟା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ା ଏହି ଗୁଡ୍‌ସ ସେଡ୍‌ ସ୍ଥାନାନ୍ତର ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ବିଗତ ବୈଠକଗୁଡ଼ିକରେ ଏନେଇ ଆଲୋଚନା ହୋଇଛି। କିନ୍ତୁ ଏହି ସମସ୍ୟାକୁ ସମାଧାନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇ ଦାବିକୁ ଅଗ୍ରାହ୍ୟ କରି ଦିଆଯାଉଛି। ଯେଉଁଦିନ ସିମେଣ୍ଟ ଅନ୍‌ଲୋଡିଂ ହେଉଛି ସେହିଦିନ ଦଳା ଓ ଡାକବଙ୍ଗଳା ଛକଠାରୁ ଗଣେଶବଜାର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯିବାଆସିବା କଷ୍ଟକର ହେଉଛି। ଏପରିକି ଦୁର୍ଘଟଣା ଘଟି ଲୋକେ ପ୍ରାଣ ହରାଉଥିବା ନଜିର ରହିଛି। ଏହାସହ ଷ୍ଟେସନର ପଶ୍ଚିମ ଦିଗରେ ପ୍ରସ୍ତାବିତ ଶୌଚାଳୟ, ଦକ୍ଷିଣରେ ଏକ ଟିକେଟ କାଉଣ୍ଟର ଓ ଗାଡି ଷ୍ଟାଣ୍ଡ ନିର୍ମାଣ କରିବାକୁ ଦାବି ହେଉଛି। କିନ୍ତୁ ଏହି ସବୁ ନିଷ୍ପତ୍ତି କାର୍ଯ୍ୟକାରୀ ହେଉ ନ ଥିବାରୁ ପରାମର୍ଶଦାତା କମିଟି ଗଠନ କରିବାର କୌଣସି ମୂଲ୍ୟ ନାହିଁ ବୋଲି ମତପ୍ରକାଶ ପାଇଛି। ସାଇ ମନ୍ଦିର ନିକଟରେ ଫ୍ଲାଏ ଓଭର ବ୍ରିଜ କିମ୍ବା ଗଳି ପୋଲ ନିର୍ମାଣ କେନ୍ଦ୍ର ସରକାରଙ୍କ ବଜେଟରେ ସୀମିତ ରହିଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଗାମୀ ଦିନରେ ଏନେଇ ବ୍ୟାପକ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri