ସବୁ ଚାଷୀଙ୍କୁ ମିଳିବ ପରିଚୟପତ୍ର

ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ସମସ୍ତ ଚାଷୀଙ୍କୁ କୃଷକ ପରିଚୟପତ୍ର ଦିଆଯିବ। ଏଥିପାଇଁ କୃଷକ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀଙ୍କୁ ନେଇ କୃଷକ ଡାଟାବେସ୍‌ ଆରମ୍ଭ କରାଯାଇଛି। ଏହି ଡାଟାବେସ୍‌ର ଯାଞ୍ଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇ କୃଷକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଏହାଦ୍ୱାରା କୃଷକମାନେ ସହଜରେ ବିଭିନ୍ନ ସରକାରୀ ଯୋଜନା ଓ ସେବାର ସୁଫଳ ଶୀଘ୍ର ପାଇପାରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀଙ୍କ ପାଇଁ କୃଷକ ଡାଟାବେସ୍‌, କୃଷି ସାମଗ୍ରୀ ବିକ୍ରେତାଙ୍କ ନିମନ୍ତେ ଅନ୍‌ଲାଇନ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀଙ୍କ ଲାଗି ପ୍ରୋତ୍ସାହନ ଆଦି ଅନ୍‌ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକ ଓଡ଼ିଶାରେ ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍‌ ରଖାଯିବା ଏକ ଭଲ ଉଦ୍ୟମ। ରାଜ୍ୟର ଚାଷୀମାନେ ନିଜ କାମ ଛାଡ଼ି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ନ ଆସି ଘରେ ରହି ଅନ୍‌ଲାଇନ ଜରିଆରେ ସେବା ପାଇବେ। ୫-ଟିର ଅଭିନବ ପ୍ରୟାସ ଏହାକୁ ସଫଳ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷକ ଓଡ଼ିଶା, ଡିଲରଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍ସ, ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ସାର୍ଟିଫିକେଟ, କୃଷିକ୍ଷେତ୍ର କର୍ମଚାରୀଙ୍କ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ବିଭାଗକୁ ଚାଷୀଙ୍କ ସହ ସିଧା ଯୋଡ଼ିବାରେ ଏହା ସହାୟକ ହେବ।
ଭଲ କାମ କରୁଥିବା କୃଷି ବିଭାଗ କର୍ମଚାରୀଙ୍କୁ ସ୍ବୀକୃତି ଦେବା ପାଇଁ ହେଉଥିବା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଦକ୍ଷ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। କୃଷି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ। କରୋନା ସମୟରେ କୃଷି ହିଁ ଅର୍ଥନୀତି ପାଇଁ ବଡ଼ ଆଶା ଭାବେ ଦେଖାଦେଇଛି। ଏ ବର୍ଷ ଶସ୍ୟ ଉତ୍ପାଦନ ବହୁ ପରିମାଣରେ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ସାମଗ୍ରୀ ବିକ୍ରେତାଙ୍କ ପାଇଁ ଲାଇସେନ୍ସ ପ୍ରଦାନ କରିବା ସହ ୬ଟି ଅନ୍‌ଲାଇନ ସେବା ଏବଂ ଓୟୁଏଟି ଛାତ୍ରୀଛାତ୍ରଙ୍କ ପାଇଁ ସାର୍ଟିଫିକେଟ ଓ ମାର୍କଶିଟ ଆଦି ୯ଟି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦକ୍ଷ କୃଷି କର୍ମଚାରୀଙ୍କୁ ସ୍ବୀକୃତି ଓ ପୁରସ୍କାର ଦିଆଯାଇଛି। ସେପ୍ଟେମ୍ବରରେ ୨୨ ଏବଂ ଅକ୍ଟୋବରରେ ୩୮ କର୍ମଚାରୀଙ୍କୁ ସ୍ବୀକୃତି ପ୍ରଦାନ କରାଯାଇଛି। ୨୦୧୮ରେ ଆରମ୍ଭ ହୋଇଥିବା ଆମ କୃଷି କାର୍ଯ୍ୟକ୍ରମରେ ଚାଷୀଙ୍କୁ ମୋବାଇଲ ଫୋନଭିତ୍ତିକ କୃଷି ପରାମର୍ଶ ସେବା ଦିଆଯାଉଛି। ୨୦୧୮ରେ ୫୦ ହଜାର ଚାଷୀଙ୍କୁ ଧାନ ସମ୍ବନ୍ଧୀୟ ସୂଚନା ଦିଆଯାଇଥିଲା। ଏବେ ୧୦ଲକ୍ଷ ଚାଷୀଙ୍କୁ ୧୫ଟି ଫସଲ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଉଛି।
ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ କୃଷି ବିଭାଗ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛି। ୫-ଟି କାର୍ଯ୍ୟକ୍ରମକୁ ବିଭାଗ ନିଷ୍ଠାର ସହ ପାଳନ କରିବ ବୋଲି ସେ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ସ୍ବତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଓୟୁଏଟି କୁଳପତି, ସମବାୟ ବିଭାଗ ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ବିଭିନ୍ନ ଜିଲାର ଜିଲାପାଳ ଏବଂ କୃଷି ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri