କଂଗ୍ରେସ ଭୋଟ ଉପରେ ସମସ୍ତଙ୍କ ନଜର

ଜଗତ୍‌ସିଂହପୁର, ୧୮ା୮(ପ୍ରମୋଦ କୁମାର ନାୟକ): ୨୦୨୪ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ମଧ୍ୟ ସେତିକି ହେଉଛି। ଏ ପରିସ୍ଥିତିରେ ଜଗତ୍‌ସିଂହପୁର ଜିଲା ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଗତ ୩ ନିର୍ବାଚନକୁ ଅନୁଧ୍ୟାନ କଲେ ଜଣାଯାଏ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ଓ ତୃତୀୟରେ ଭାଜପା ରହିଛି। କିନ୍ତୁ ୨୦୧୯ ନିର୍ବାଚନ ପରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦୁର୍ବଳ ହେବା ପ୍ରକାରାନ୍ତରେ ବିଜେଡି ଅପେକ୍ଷା ଭାଜପାକୁ ସୁହାଇଛି। ବିଶେଷକରି ଭାଜପା ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ୱ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ଏନେଇ ଚର୍ଚ୍ଚା ଜୋର ଧରିଛି।
୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦାମୋଦର ରାଉତଙ୍କୁ ୫୩%, ସ୍ବାଧୀନ ପ୍ରାର୍ଥୀ ରମେଶ ସାମନ୍ତରାୟଙ୍କୁ ୨୯% ଓ କଂଗ୍ରେସର ପ୍ରମୋଦ କିଶୋର ଜେନାଙ୍କୁ ୧୧% ଭୋଟ ମିଳିଥିଲା। ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ବିଜେଡି ପ୍ରାର୍ଥୀ ୩୦,୩୫୧ ଖଣ୍ଡ ଭୋଟ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀଙ୍କୁ ହରାଇଥିଲେ। ୨୦୧୪ରେ ଚିତ୍ର ବଦଳି ଥିଲା। ଏହି ନିର୍ବାଚନରେ ଦାମୋଦର ରାଉତ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇ ୬୦% ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ବଦଳି ଥିଲା। ପ୍ରମୋଦଙ୍କ ସ୍ଥାନରେ ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରି ଦଳ ଭଲ ପ୍ରଦର୍ଶନ କରିଥିଲା। ଅର୍ଥାତ୍‌ ବାପିଙ୍କ ସପକ୍ଷରେ ୩୩% ଭୋଟ ଯାଇଥିଲା। ଭାଜପା ପ୍ରାର୍ଥୀ ଦୀପ୍ତିରେଖା ନାୟକଙ୍କୁ ମାତ୍ର ୪% ଭୋଟ ମିଳିଥିଲା। ଏହି ନିର୍ବାଚନରେ କଂଗ୍ରେସଠାରୁ ବିଜେଡି ପ୍ରାର୍ଥୀ ୩୮,୬୦୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ଏଥିରୁ ସ୍ପଷ୍ଟ ଯେ ବିଜେଡି, କଂଗ୍ରେସ ଭୋଟ ତୁଳନାରେ ଭାଜପାର ସ୍ଥିତି ଅତି ଦୁର୍ବଳ ଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି, କଂଗ୍ରେସ ତୁଳନାରେ ଭାଜପା ସ୍ଥିତି ଆଶାତୀତ ଭାବେ ସୁଦୃଢ ହୋଇଥିବା ପ୍ରମାଣିତ ହୋଇଛି। ବଡ଼ କଥା ହେଲା ଏହି ନିର୍ବାଚନରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବିଜେଡି ଟିକେଟ୍‌ ନ ଦେଇ ତାଙ୍କ ପୁଅ ସମ୍ବିତଙ୍କୁ ପ୍ରାର୍ଥୀ କରିଥିଲା। ସମ୍ବିତ ୪୫% ଭୋଟ ପାଇ ଜିତିଥିଲେ ସୁଦ୍ଧା ଦଳ ୧୫% କମ୍‌ ଭୋଟ ପାଇଥିଲା। କଂଗ୍ରେସ ପ୍ରାର୍ଥୀ ବାପି ମଧ୍ୟ ୨% କମ ଅର୍ଥାତ୍‌ ୩୧% ଭୋଟ ପାଇଥିଲେ। କିନ୍ତୁ ଭାଜପା ସପକ୍ଷରେ ୧୮% ଅଧିକ ଅର୍ଥାତ୍‌ ୨୨% ଭୋଟ ଯିବା ଆଲୋଚନାର ବିଷୟ ହୋଇଥିଲା। କାରଣ ଭାଜପା ପକ୍ଷରୁ ଦୀପ୍ତିରେଖାଙ୍କ ବଦଳରେ ସମ୍ପଦଙ୍କୁ ପ୍ରାର୍ଥୀ କରାଯିବାରୁ ଏଭଳି ସଫଳତା ମିଳିଥିଲା। ଏହି ନିର୍ବାଚନରେ ଦାମ ରାଉତଙ୍କ ପୁଅ ହୋଇଥିବା ସାଙ୍ଗକୁ ବିଜେଡି ଫ୍ଲୋ ସମ୍ବିତଙ୍କୁ ବିଜୟୀ କରିବାରେ କେତେକାଂଶରେ ସହାୟତା କରିଥିଲା। ପରବର୍ତ୍ତୀ ସମୟରେ ବିଜେଡିରେ ଗୋଷ୍ଠୀ କନ୍ଦଳ ସମ୍ବିତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷେ କଂଗ୍ରେସ ନେତା ବାପି ମଧ୍ୟ ୨୦୧୯ ନିର୍ବାଚନ ପରଠାରୁ ଏପରି କି ପୌର ନିର୍ବାଚନରେ ମଧ୍ୟ ଏକ ପ୍ରକାର ନୀରବ ରହିଥିଲେ। ଏହାର ଫାଇଦା ଭାଜପା ନେତା ସମ୍ପଦ ନେଉଛନ୍ତି। କଂଗ୍ରେସ ଭୋଟ ହାତେଇବା ପାଇଁ ଜୋରଦାର ଲାଗି ପଡିଛନ୍ତି। ନିର୍ବାଚନ ମଣ୍ଡଳୀର ସର୍ବାଧିକ ଭୋଟର କୁଜଙ୍ଗ ବ୍ଲକ ଅଞ୍ଚଳରେ ଅଛନ୍ତି। ଏହି ବ୍ଲକର ଅନେକ କଂଗ୍ରେସ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାରେ ସମ୍ପଦ ସଫଳ ହୋଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଆଗାମୀ ନିର୍ବାଚନରେ ଭାଜପା ତାର ଦୃଢ ସ୍ଥିତି ପ୍ରଦର୍ଶନ କରିବାକୁ ଯାଉଛି। ଏ ସମ୍ପର୍କରେ ବାପି ଓ ସମ୍ବିତଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri