ଡିସେମ୍ବର ସୁଦ୍ଧା ସବୁ ଡାକ୍ତର ପଦବୀ ପୂରଣ ହେବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଖାଲିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆବଶ୍ୟକତାଠାରୁ କମ୍‌ ସଂଖ୍ୟକ ମେଡିକାଲ କଲେଜ ଥିବା ଯୋଗୁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସିଂ ଅଫିସର ପ୍ରମୁଖଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି। ସେଥିପାଇଁ ପ୍ରାଥମିକତା ଭିତ୍ତିରେ ଗତ ୧୦ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ କରାଯାଇଛି। ନର୍ସିଂ ସ୍କୁଲଗୁଡ଼ିକୁ କଲେଜରେ ରୂପାନ୍ତରଣ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି କାମ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ହୋଇଛି। ୨୦୦୦ ମସିହା ତୁଳନାରେ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଉନ୍ନତ ବିକେନ୍ଦ୍ରୀକରଣ ମାଧ୍ୟମରେ ରାଜ୍ୟର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟରେ ୨୦୦୦ ମସିହାରେ ମାତ୍ର ୩୨୧ ଏମ୍‌ବିବିଏସ୍‌ ଡାକ୍ତର ଏବଂ ୨୫୪ ବିଶେଷଜ୍ଞ ଡାକ୍ତର ବାହାରୁଥିବା ବେଳେ ବର୍ତ୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬କୁ ବୃଦ୍ଧି ପାଇଛି। କର୍କଟ ରୋଗୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବାଗ୍‌ଚି ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ, ବାଗ୍‌ଚି କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର ଏବଂ ନାଇଜର ପରିସରରେ ଷ୍ଟେଟ୍‌ ଅଫ୍‌ ଆର୍ଟ କ୍ୟାନ୍‌ସର ହସ୍‌ପିଟାଲ ପ୍ରତିଷ୍ଠା ହେଉଛି। ଏଥିସହ ସମସ୍ତ ଜିଲା ଚିକିତ୍ସାଳୟରେ ମାଗଣା କେମୋଥେରାପି ସୁବିଧା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସମସ୍ତ ଜିଲା ଚିକିତ୍ସାଳୟରେ ଡାଏଲିସିସ୍‌ ସେବା ଉପଲବ୍ଧ ହୋଇଛି। ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ସମସ୍ତଙ୍କ ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ଲାଗି ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ଘରୋଇ ହସ୍ପିଟାଲରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ଉପଲବ୍ଧ କରାଯାଇଛି। ଏଥିରେ ପ୍ରତିମାସରେ ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ସେବା ପାଖାପାଖି ୧ ଲକ୍ଷ ରୋଗୀ ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ପ୍ରତିଟି ଜୀବନ ମୂଲ୍ୟବାନ୍‌। ସେଥିପାଇଁ ରାଜ୍ୟ ସରକାର ଗତ ଦୁଇ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟସେବାର ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ମେଡିକାଲ କଲେଜର ସ୍ବାସ୍ଥ୍ୟସେବା ଏବେ ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଉପାନ୍ତ ଜିଲାରେ ଉପଲବ୍ଧ। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଅଧୀନରେ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କୁ ଉଡ଼ାଜାହାଜ ଯୋଗେ ନେଇ ସମ୍ପୃକ୍ତ ଜିଲାର ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଛି। ଏହାର ସୁଫଳସ୍ବରୂପ ରାଜ୍ୟ ସମଗ୍ର ଦେଶରେ ସର୍ବାଧିକ ଶିଶୁ ମୃତ୍ୟୁ ହ୍ରାସ, ଦ୍ୱିତୀୟ ସର୍ବାଧିକ ମାତୃ ମୃତ୍ୟୁ ହ୍ରାସ, ସର୍ବାଧିକ ଟିକାକରଣ, ସର୍ବାଧିକ ମ୍ୟାଲେରିଆ ନିୟନ୍ତ୍ରଣ, ଦ୍ୱିତୀୟ ସର୍ବାଧିକ ଯକ୍ଷ୍ମା ନିୟନ୍ତ୍ରଣ, ପ୍ରଜନନ ହାରରେ ଆଶାତୀତ ହ୍ରାସ, ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ହାର ଅପେକ୍ଷା ଅଧିକ ସଫଳତା ପ୍ରାପ୍ତ ହୋଇଛି। ୨୦୨୩-୨୪ ସ୍ବାସ୍ଥ୍ୟ ବଜେଟରେ ମୋଟ ୧୫,୭୫୬ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି, ଯାହା ୨୦୦୦-୨୦୦୧ ବଜେଟ(୫୫୦ କୋଟି ଟଙ୍କା)ତୁଳନାରେ ୩୦ ଗୁଣ ଅଧିକ। ଚଳିତ ବର୍ଷର ସମୁଦାୟ ବଜେଟର ୭% ସ୍ବାସ୍ଥ୍ୟ ବଜେଟ ବୋଲି ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri