ସମସ୍ତ ପ୍ରାର୍ଥିତ୍ୱ କାଏମ

କାମାକ୍ଷାନଗର, ୧୦ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ସରିଛି। କାମାକ୍ଷାନଗର ଏନ୍‌ଏସିର ୧୫ଟି ଓ୍ବାର୍ଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୩୦ କାଉନ୍‌ସିଲର ପ୍ରାର୍ଥୀ ଏବଂ ୫ ନଗରପାଳ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ନିଂ ଅଫିସରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କାମାକ୍ଷାନଗର ଏନ୍‌ଏସିରେ ଚଳିତ ପୌର ନିର୍ବାଚନରେ ୧୫ଟି ଓ୍ବାର୍ଡ ମଧ୍ୟରୁ ୧୪ଟିରେ ବିଜେଡି ପ୍ରାର୍ଥୀ ଦେଇଛି। ସେହିପରି ଭାଜପା ୧୧ ଏବଂ କଂଗ୍ରେସ ମାତ୍ର ୪ ଓ୍ବାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି। ୧୫ନମ୍ବର ଓ୍ବାର୍ଡର କାଉନ୍‌ସିଲର ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଥିବାବେଳେ ଉକ୍ତ ବର୍ଗର କେହି ନାହାନ୍ତି। ତେଣୁ ୧୫ନଂ. ଓ୍ବାର୍ଡ ଫାଙ୍କା ପଡ଼ିଛି। ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେଡି ୩ ସିଟ୍‌ ହାତେଇ ନେଇଛି। କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ୧ନଂ. ଓ୍ବାର୍ଡର ଶୁକଦେବ ସାହୁ, ୬ନଂ. ଓ୍ବାର୍ଡର ଅଭିମନ୍ୟୁ ପରିଡ଼ା, ୭ନଂ. ଓ୍ବାର୍ଡର ରିଙ୍କି ବେହେରା ନିର୍ଦ୍ୱନ୍ଦ୍ୱ ଅଛନ୍ତି। ଅପରପକ୍ଷେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ସରିବା ପରେ ନଗରପାଳ ଦୌଡ଼ରେ ବିଜେଡିର ଧର୍ମାନନ୍ଦ ପରିଡ଼ା, ଭାଜପାର ରଣଜିତ୍‌ ସାହୁ, କଂଗ୍ରେସର ସନ୍ତୋଷ ମହାରଣା, ଏଏପିର ସୁବୋଧ ବେହେରା ଏବଂ ସ୍ବାଧୀନ ପ୍ରାର୍ଥୀ ଅଭିମନ୍ୟୁ ନାଏକ ଅଛନ୍ତି। ନାମାଙ୍କନ ଦାଖଲ ଦିନରୁ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ପରେ ୧୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ପ୍ରଚାର ଆହୁରି ଜୋର୍‌ଦାର ହେବ। ୨୪ ତାରିଖରେ ମତଦାନ ହେବାକୁ ଥିବାବେଳେ ଏହାକୁ ନେଇ ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାକେଦମ କଲାଣି ଦନ୍ତା

ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ପରଜଙ୍ଗ,୨୬।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଜକା ଗ୍ରାମର ବିଜୟ ସାହୁଙ୍କ ପ୍ରଥମ ସ୍ତ୍ରୀ ଅଞ୍ଜନା ସାହୁ (୩୯) ଶୁକ୍ରବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି।...

ଢେଙ୍କାନାଳରେ ବିଦେଶୀ ଆର୍କିଟେକ୍ଟ: ବଦଳିବ ବସ୍ତି ରୂପରେଖ

ଢେଙ୍କାନାଳ ଅଫିସ, ୭।୮-ରାଜ୍ୟ ସରକାରଙ୍କ ଜାଗା ମିଶନ ପାଇଲଟ୍‌ ପ୍ରୋଜେକ୍ଟରେ ସାମିଲ ହୋଇଛି ଢେଙ୍କାନାଳ ପୌରାଞ୍ଚଳ। ଏହାପରେ ସହରର ରୂପରେଖ ସାଙ୍ଗକୁ ଢାଞ୍ଚାଗତ ପରିବର୍ତ୍ତନ ଲାଗି...

ବଜ୍ରାଘାତ ନେଲା ଜଣଙ୍କ ଜୀବନ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଏନଏସି ଗୋଡ଼ି ପାଟଣା ଗ୍ରାମର ପଦନ ଦାସ (୫୨) ବଜ୍ରାଘାତରେ ମୃତବରଣ କରିଛନ୍ତି। ସେହିପରି ବଜ୍ରାଘାତରେ ଭୁଷଳ ପଞ୍ଚାୟତ...

ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍‌

କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ...

ଦାନା ଛଡ଼ାଇନେଲାଣି କରୋନା

କାମାକ୍ଷାନଗର, ୨୫।୩(ଡି.ଏନ.ଏ.) – କରୋନା କଟକଣା ପାଇଁ ପ୍ରଭାବିତ ହୋଇଛି ସ୍ବାଭାବିକ ଜୀବନଯାତ୍ରା। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବାକୁ ଜାରି ହୋଇଛି...

ଜିଲା ସମୀକ୍ଷା କଲେ କେନ୍ଦ୍ରୀୟ ସଚିବ:ଅନ୍‌ଲାଇନରେ ଠିକ୍‌ ତଥ୍ୟ ପ୍ରଦାନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୬।୧୨ କେନ୍ଦ୍ର ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଆଇଏଏସ୍‌ ଅଧିକାରୀ ଯତୀନ୍ଦ୍ରନାଥ ସ୍ବାଇଁ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଆଂକାକ୍ଷା ଜିଲା...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

Advertisement
Archives

Model This Week