ଅଳକାଙ୍କୁ ବିଜୟ ପ୍ରମାଣପତ୍ର

ଝାରସୁଗୁଡ଼ା ଅଫିସ,୪।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମୋଟ ୧୪ ଟେବୁଲ୍‌ କରାଯାଇ ପ୍ରତି ଟେବୁଲ୍‌ରେ ୪ କର୍ମଚାରୀ ନିୟୋଜିତ ହୋଇଥିଲେ। ୨୦ରାଉଣ୍ଡ ଗଣତି କରାଯାଇଥିଲା। ପ୍ରଥମେ ପୋଷ୍ଟାଲ ବାଲଟ ଓ ସାଢେ ୮ଟାରୁ ଇଭିଏମ୍‌ ଭୋଟ୍‌ ଗଣତି ହୋଇଥିଲା। ପ୍ରତି ରାଉଣ୍ଡ ଗଣତି ପରେ ଏଜେଣ୍ଟଙ୍କ ଉପସ୍ଥିତିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଥିଲା।
ପ୍ରାରମ୍ଭରୁ ବିଜେଡି ପ୍ରାର୍ଥତ୍ନୀ ଅଳକା ମହାନ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ସବୁ ରାଉଣ୍ଡରେ ଆଗୁଆ ରହୁଥିଲେ। ଶେଷ ରାଉଣ୍ଡ ଫଳାଫଳ ଘୋଷଣା ପରେ ବାହାରେ ଅପେକ୍ଷା କରିଥିବା ବିଜେଡି ନେତୃବୃନ୍ଦ ଓ ସମର୍ଥକ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଜିଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡିଆ, ବିଜୟୀ ପ୍ରାର୍ଥିନୀ ଅଳକା ମହାନ୍ତି, ମହିଳା ପ୍ରଚାର କମିଟି ସଂଯୋଜିକା ଦୀପାଳି ଦାସ ପ୍ରମୁଖ ସାମିଲ ହୋଇଥିଲେ। ୬୬ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହେବା ପରେ ଅଳକା ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ ନେତୃବୃନ୍ଦ ଓ ବ୍ରଜରାଜନଗରବାସୀଙ୍କୁ ପ୍ରଦାନ କରିଛନ୍ତି। ବିଜେଡି ପ୍ରାର୍ଥିନୀ ମହାନ୍ତି ବିଜୟୀ ହୋଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ଭୋଟ ଗଣତି କେନ୍ଦ୍ରରେ ରିଟର୍ନିଂ ଅଫିସର ତଥା ଉପଜିଲାପାଳ ଦୟାମୟ ପାଢ଼ୀ ବିଜୟ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲାପାଳ ପ୍ରବୀର ନାୟକ, ପିଡି ଡିଆର୍‌ଡିଏ ତପିରାମ ମାଝି, ଆଲୋମଣି ସେଠୀ, ନିବେଦିତା ପ୍ରଧାନ, ପିଣ୍ଟୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଭୋଟ ଗଣତି କେନ୍ଦ୍ରରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସରୋଜ କୁମାର ସାମଲ,ଏସ୍‌ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଥିଲେ। ଉପନିର୍ବାଚନରେ ସମୁଦାୟ ୧୧ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ବିଜେଡିର ଅଳକା ମହାନ୍ତି ମୋଟ ୯୩,୯୫୩ ଭୋଟ, କଂଗ୍ରେସର କିଶୋର ଚନ୍ଦ୍ର ପଟେଲ ୨୭,୮୩୧, ଭାଜପାର ରାଧାରାଣୀ ପଣ୍ଡା ୨୨,୬୩୦, ସିପିଆଇର ରମେଶ କୁମାର ତ୍ରିପାଠୀ ୩,୧୦୫, ହିନ୍ଦୁସ୍ଥାନ ନିର୍ମାଣ ଦଳର ବିଜୟ କୁମାର ଜଲାନ ୨୮୪, ସ୍ବାଧୀନ ପ୍ରାର୍ଥୀ ଆଦିତ୍ୟ ପ୍ରଧାନ ୧,୮୮୪, ସ୍ବାଧୀନ ପ୍ରାର୍ଥୀ ଅବ୍ୟୟ ଭାରତୀ ଶେଖାଓ୍ବତ ରାଜପୁତ ଜୈନ ୩୭୧, ସ୍ବାଧୀନ ପ୍ରାର୍ଥୀ ଦୀନବନ୍ଧୁ ବିଶ୍ୱାଳ ୪୨୫, ମନୋଜ ମେହେର ୪୧୭, ସ୍ବାଧୀନ ପ୍ରାର୍ଥୀ ସୀତାରାମ ବେହେରା ୩୧୨, ସ୍ବାଧୀନ ପ୍ରାର୍ଥୀ ସୁପ୍ରିତ କୁମାର ବେହେରା ୬୭୫ ଭୋଟ୍‌ ପାଇଥିବାବେଳେ ନୋଟାରେ ୧,୫୧୧ଭୋଟ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri