ଆଲିଶାନ୍‌ର କିଙ୍ଗ୍‌ ଅଫ୍‌ ପୂଜା ଶପିଂ

ଭୁବନେଶ୍ୱର, ୨୨।୧୦: ସହରର ସର୍ବପୁରାତନ ତଥା ସ୍ବତନ୍ତ୍ର ପୁରୁଷ ପରିଧାନ ଶୋ’ରୁମ୍‌ ଆଲିଶାନ୍‌ ପକ୍ଷରୁ ପାର୍ବଣ ଅଫର ‘କିଙ୍ଗ୍‌ ଅଫ୍‌ ପୂଜା ଶପିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଫରରେ ୫୦ରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ ଯଥା କଲରପ୍ଲସ୍‌, ପାର୍କ ଆଭେନ୍ୟୁ, ପାର୍କ୍ସ, ଆଲେନ୍‌ସୋଲି, ଭାନ୍‌ହୁସେନ୍‌, ଲୁଇଫିଲିପ୍‌, ଲିଭାଇସ, ରେମଣ୍ଡ, ବ୍ଲାକ୍‌ବେରି, ୟୁଏସ୍‌ ପୋଲୋ, ଟର୍ଟଲ, ଆରୋ, ମୁଫ୍‌ଟି, କିଲର୍‌, ବିଙ୍ଗ୍‌ ହ୍ୟୁମାନ, ସିଲିଓ, ରେୟାର ରାବିଟ୍‌ ଭଳି ବ୍ରାଣ୍ଡ୍‌ର ଫର୍ମାଲ୍‌, କାଜୁଆଲ୍‌ ଓ ପାର୍ଟି ପରିଧାନ ଏବଂ ବିଭିନ୍ନ ପାରମ୍ପରିକ ଉତ୍ସବ ପରିଧାନଗୁଡ଼ିକ ଉପରେ ସ୍ବତନ୍ତ୍ର ରିହାତି ରହିଛି। ଏପରିକି ଗ୍ରାହକମାନେ ଗୋଟିଏ ଛାତ ତଳେ ଉଭୟ ଫର୍ମାଲ ଓ କାଜୁଆଲ ପୋଷାକ ଆଦି ପାଇପାରିବେ। ଏତଦ୍‌ବ୍ୟତୀତ ସ୍ବତନ୍ତ୍ର ପୂଜା ଅଫରରେ ଅନ୍ୟାନ୍ୟ ପରିଧାନ ଉପରେ ୭% ରିହାତି ସୁବିଧା ମଧ୍ୟ ରହିଛି ା ଅପରପକ୍ଷରେ ୫,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏହି ଶୋ’ରୁମ୍‌ରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ବ୍ରାଣ୍ଡ୍‌ର ପୁରୁଷ ପରିଧାନ ଉପଲବ୍ଧ ା ଏଠାରେ ସମସ୍ତ ବର୍ଗର ଏବଂ ସମସ୍ତ ଉତ୍ସବ ନିମନ୍ତେ ବିଭିନ୍ନ ଡିଜାଇନର ପରିପାଟୀର ସମ୍ଭାର ରହିଛି। ସେହିଭଳି କାଜୁଆଲ ପୋଷାକଠାରୁ ଆରମ୍ଭ କରି ପାରମ୍ପରିକ ପରିଧାନ ଓ ଡିଜାଇନର ପୋଷାକ, କୁର୍ତ୍ତା ପାଇଜାମା, ଜିନ୍ସ-ଟି ଶାର୍ଟ, ସୁଟିଂ ଶାର୍ଟିଂ, ରେଡିମେଡ୍‌ ଗାର୍ମେଣ୍ଟ, ଜ୍ୟାକେଟ, ୱେଷ୍ଟକୋଟ ଶୀତବସ୍ତ୍ର ଏବଂ ବିବାହ ଭଳି ବିଶେଷ ମୁହୂର୍ତ୍ତ ନିମନ୍ତେ ଶେରୱାନି ସହିତ ମ୍ୟାଚ୍‌ କରୁଥିବା ଟ୍ରେଣ୍ଡି ଆକ୍ସେସୋରିଜ୍‌ ମଧ୍ୟ ଉପଲବ୍ଧ। ଏ ସମ୍ପର୍କରେ ଆଲିଶାନ୍‌ର ପ୍ରେପ୍ରାଇଟର ଯୁଗଳ ଅଗ୍ରୱାଲ କହିଥିଲେ, ଚଳିତ ପୂଜାରେ ଗ୍ରାହକମାନେ ଏହି ସମସ୍ତ ବ୍ରାଣ୍ଡ୍‌ର ଶପିଂ କରି ଉକ୍ତ ଅଫରର ଲାଭ ଉଠାଇବା ସହ ପୁରୁଷମାନେ ଏଠାରେ ଅତ୍ୟାଧୁନିକ ପରିପାଟୀ ପରିଧାନ କରି ଷ୍ଟାଇଲିଶ୍‌ ଦେଖାଯିବେ ବୋଲି ଯୁଗଳ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri