ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର ସ୍ଥାପନ କରିପାରି ନାହିଁ? ଏହି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ନାନା କଥା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏଲିଆନ୍ସମାନେ ଏକଦା ଛାୟାପଥର ଏକ ଅଂଶବିଶେଷ ଭାବେ ଥିଲେ। କିନ୍ତୁ ସେମାନେ ନିଜ ବିଜ୍ଞାନ ଓ କାରିଗରିବିଦ୍ୟା ବଳରେ ନିଜକୁ ଶେଷ କରିଦେଇଥିଲେ।
ଗବେଷଣାରୁ ମିଳିଥିବା ତଥ୍ୟାନୁସାରେ ଏଲିଆନ୍ସ ନକ୍ଷତ୍ରପୁଞ୍ଜ ବା ଛାୟାପଥକୁ ଘର କରିଥିଲେ। ଏହା ସେମାନଙ୍କ ସଭ୍ୟତା ଥିଲା। ମାତ୍ର ଅଧିକାଂଶ ଏଲିଆନ୍ସ ଏବେ ମୃତ। ବିଜ୍ଞାନରେ ଏଲିଆନ୍ସଙ୍କ ପ୍ରଗତି ସେମାନଙ୍କ ମୃତ୍ୟୁର କାରଣ ବୋଲି କୁହାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଜେଟ୍‌ ପ୍ରପଲ୍‌ଶନ ଲାବରେଟୋରି, କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଓ ସାଣ୍ଟିଆଗୋ ହାଇସ୍କୁଲ ପକ୍ଷରୁ ମିଳିତ ଭାବେ ଏହି ଗବେଷଣା କରାଯାଇଥିଲା। ଗବେଷକ ଦଳ ୧୯୬୧ ଡ୍ରେକ୍‌ ଇକ୍ୱେଶନର ଏକ ଅପ୍‌ଡେଟେଡ୍‌ ଭର୍ସନ ବା ନବୀକୃତ ସଂସ୍କରଣକୁ ବ୍ୟବହାର କରିଥିଲେ। ମିଲ୍କି ଓ୍ବେ ଗାଲେକ୍ସିରେ ଥିବା ପୃଥିବୀ ବହିର୍ଭୂତ ସକ୍ରିୟ ଓ ଯୋଗସୂତ୍ରଯୋଗ୍ୟ ସଭ୍ୟତା ସମ୍ପର୍କରେ ଏହି ଉପାୟରେ ଆକଳନ କରାଯାଇଥିଲା। ଗବେଷକମାନେ ଏହି ସମୀକରଣ ଜରିଆରେ ବୁଦ୍ଧିମତ୍ତାପୂର୍ଣ୍ଣ ଜୀବନର ଅସ୍ତିତ୍ୱ ନେଇ ଅନୁଧ୍ୟାନ କରିବା ସହ ଏକ ନିଷ୍କର୍ଷରେ ପହଞ୍ଚତ୍ପାରିଥିଲେ। ତାହା ହେଉଛି ୮ ବିଲିୟନ୍‌ ବର୍ଷ ପୂର୍ବେ ଆମ ଛାୟାପଥ ଗଠିତ ହେବା ପରେ ସେଠାରେ ଏଲିଆନ୍ସ ରହୁଥିଲେ। ତେବେ ସେମାନେ ବିକଶିତ କରିଥିବା ବିଜ୍ଞାନ ଓ ଟେକ୍ନୋଲୋଜି ଯୋଗୁ ଏଲିଆନ୍ସ ସଭ୍ୟତା ଲୋପ ପାଇଥିଲା। ଯଦି ଇଣ୍ଟେଲିଜେଣ୍ଟ ଲାଇଫ୍‌ ଯୋଗୁ ଏଲିଆନ୍ସ ଧ୍ୱଂସ ହୋଇଯାଇଥିଲେ ତେବେ ବ୍ରହ୍ମାଣ୍ଡରେ ଆଉ ଏଲିଆନ୍ସ ନାହାନ୍ତି କହିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଗବେଷକମାନେ କହିଛନ୍ତି।

ଡ୍ରେକ୍‌ ଇକ୍ୱେଶନ କ’ଣ

ଡ୍ରେକ୍‌ ଇକ୍ୱେଶନ ହେଉଛି ଏକ କାଳ୍ପନିକ ସମୀକରଣ, ଯାହା ଅନ୍ୟ ଗ୍ରହ ବା ଛାୟାପଥରେ ବୁଦ୍ଧିମତ୍ତାପୂର୍ଣ୍ଣ ଜୀବର ସମ୍ଭାବ୍ୟ ଉପସ୍ଥିତି ସମ୍ପର୍କରେ ଆକଳନ କରିଥାଏ। ଏହା ମାଧ୍ୟମରେ ନକ୍ଷତ୍ର ସଂଖ୍ୟା, ଗ୍ରହ ସହ ଜଡ଼ିତ ତାରା, ଜୀବସତ୍ତା ଥିବା ଗ୍ରହ, ସଭ୍ୟତାର ହାରାହାରି ବୟସ ଆଦି ସମ୍ପର୍କରେ ଗବେଷଣା କରାଯାଇଥାଏ। ଆମେରିକାର ମହାକାଶ ବିଜ୍ଞାନୀ ଫ୍ରାଙ୍କ ଡ୍ରେକ୍‌ ୧୯୬୧ରେ ଏହି ସମୀକରଣ ବିକଶିତ କରିଥିବାରୁ ତାଙ୍କ ନାମାନୁସାରେ ‘ଡ୍ରେକ୍‌ ଇକ୍ୱେଶନ’ ରୂପେ ଏହାର ନାମକରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri