୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୫।୪:ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ସାର୍ବଜନୀନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦଲିଲରେ ଏପରି ଘଟଣା ପ୍ରକାଶ ପାଇଛି ଯାହାକୁ ରୁଷିଆ କେବେ ସାର୍ବଜନୀନ କରି ନ ଥିଲା। ଆମେରିକୀୟ ଗୁପ୍ତଚରମାନେ ପ୍ରାୟ ୩୫ ବର୍ଷ ପୂର୍ବର ଘଟଣାର ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। ଏଥିରେ ଏକ unidentified flying objects(UFO)ରୁ ବାହାରକୁ ଆସି ଏଲିଅନ ଦ୍ୱାରା କରାଯାଇଥିବା କଥିତ ଗଣହତ୍ୟାର କାହାଣୀ ଲେଖାଯାଇଛି। ରିପୋର୍ଟ ଅନୁସାରେ, ଏଲିଅନମାନେ ରୁଷିଆ ସୈନିକଙ୍କ ଏକ ୟୁନିଟକୁ ପଥରରେ ପରିଣତ କରିଦେଇଥିଲେ।

ରିପୋର୍ଟ ଅନୁଯାୟୀ, ପ୍ରାୟ ୩୫ ବର୍ଷ ପୂର୍ବେ, ତତ୍କାଳୀନ ସୋଭିଏତ୍‌ ୟୁନିଅନର ସୈନିକମାନେ ସାଇବେରିଆରେ ସୋଭିଏତ୍‌ ସାମରିକ ୟୁନିଟ ଉପରେ ଉଡ଼ୁଥିବା UFOକୁ ଗୁଳି କରି ଖସାଇ ଦେଇଥିଲେ। CIA କହିଛି ଏହି ରିପୋର୍ଟ ପ୍ରମାଣ କରେ ଯେ, ପୃଥିବୀ ପରିଦର୍ଶନ କରିଥିବା ଏଲିଅନମାନଙ୍କ ପାଖରେ ଆମେରିକା ସରକାରଙ୍କ ‘ଅନୁମାନ’ ଅପେକ୍ଷା ବହୁତ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ଥିଲା।

ଏଲିଅନ୍‌ମାନେ UFOକୁ କ୍ଷତି ପହଞ୍ଚାଇବା ପରେ ଯାହା ଘଟିଥିଲା, ତାହା ଭୟଙ୍କର ଥିଲା। CIA ଏଜେଣ୍ଟମାନେ ୨୫୦ ପୃଷ୍ଠାର ଏକ ଗୁପ୍ତ ଫାଇଲ ଉଦ୍ଧୃତ କରି ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି, ତାହା ଅନୁଯାୟୀ, ରୁଷିଆ ସେନାର ଆକ୍ରମଣରେ ଧ୍ୱଂସ ହୋଇଥିବା UFO କିମ୍ବା ଏଲିଅନ ଯାନରୁ ୫ ଜଣ ଏଲିଏନ ବାହାରି ଆସିଥିଲେ ଏବଂ ସେମାନେ ଯାହା କରିଥିଲେ ତାହା ପୂର୍ବରୁ ଅନ୍ୟ କୌଣସି ସ୍ଥାନରେ କେବେ ଦେଖାଯାଇ ନ ଥିଲା କିମ୍ବା ଶୁଣା ଯାଇ ନ ଥିଲା।

CIA ଫାଇଲ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗତ ୮୦ ବର୍ଷ ମଧ୍ୟରେ ଅନେକ ରିପୋର୍ଟରେ ଏହି ଗଣହତ୍ୟାରେ ସମ୍ପୃକ୍ତ ଥିବା ଏଲିଏନ ବିଷୟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

ଟେନ୍‌ସନ୍‌ରେ ଅଛନ୍ତି ମୃଣାଲ: ଦେଲେ ଚେତାବନୀ

ଆଜିକାଲି ଟେନ୍‌ସନ୍‌ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍‌ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ…

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri