ଆଲିଆଙ୍କୁ ଝିଅ ଦେଲେ ବିଜ୍‌ନେସ୍‌ ଆଇଡିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବା ପରେ ଏବେ ଝିଅ ରାହା ସହ ସମୟ ବିତାଉଛନ୍ତି। ନିକଟରେ ସେ ତାଙ୍କ ଝିଅ ସମ୍ବନ୍ଧୀୟ କିଛି ରୋଚକ କଥା ଶେୟାର କରିଥିଲେ। ଆଲିଆ କହିଛନ୍ତି, ରାହା ଏବେ ବହୁତ ଛୋଟ। ମୁଁ ବହି ପଢିବାକୁ ପସନ୍ଦ କରେ ଏବଂ ଏହି ସମୟରେ ସେ ବହୁତ ଧ୍ୟାନର ସହ ଶୁଣେ। ରାହାଙ୍କର ଏହି ଗୁଣ ମୋତେ ଏକ ବ୍ୟବସାୟିକ ଆଇଡିଆ ଦେଇଛି। ଖୁବ୍‌ଶୀଘ୍ର ଭଉଣୀ ଶାହିନଙ୍କ ସହ ମିଶି ଏକ ଷ୍ଟୋରୀବୁକ୍‌ ଲଞ୍ଚ କରିବାକୁ ଯାଉଛନ୍ତି। ମୋର ଅନେକ ଆଇଡିଆ ଅଛି, କିନ୍ତୁ ମୁଁ ଭାଷାସ୍ତରରେ ବେଶୀ ଦକ୍ଷ ନୁହେଁ। ଏପରି ପରିସ୍ଥିତିରେ, ମୁଁ ଏକ କାହାଣୀ ଲେଖିପାରେ। ମୋ ଭଉଣୀ ଶାହିନ ନିଶ୍ଚିତ ଭାବରେ ଏହାର ଏକ ଅଂଶ ହେବେ।
ଆଲିଆ ଭଟ୍ଟ ଆହୁରି ପ୍ରକାଶ କରିଛନ୍ତି, ସେ ନଅଟି ପୁସ୍ତକ ବିଶିଷ୍ଟ ଏକ ସିରିଜ୍‌ ରିଲିଜ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସିରିଜ୍‌ ଖୁସି, କରୁଣା ଏବଂ ଆଶା ପରି ସମସ୍ତ ଭାବନା ଉପରେ ଆଧାରିତ ହେବ।
ଆଲିଆ ଖୁବ ଶୀଘ୍ର ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ। କରଣ ଜୋହରଙ୍କ ଏହି ଫିଲ୍ମରେ ରଣବୀର ସିଂଙ୍କ ସହ ଆଲିଆ ସ୍କ୍ରିନ ଶେୟାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର...

ନିଖିଲଙ୍କ ହାତ ଧରିଲେ ଦଲଜିତ  

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର। ପ୍ରେମିକ ନିଖିଲ ପଟେଲଙ୍କ ହାତ ଧରିଛନ୍ତି ସେ। କିଛି ଦିନ...

‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ...

ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ ।...

କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ

ବାପାଙ୍କଠାରୁ ପ୍ରଥମ ଗୀତ କମ୍ପୋଜ କରିବାର ଦାୟିତ୍ୱ ନେଇଥିଲେ ଆସାଦ ନିଜାମ। ଭୟ ଲାଗୁଥିଲେ ବି ଗୀତର ମୁଖଡ଼ା କମ୍ପୋଜ କରି ବାପାଙ୍କ ମନ ଜିଣିନେଇଥିଲେ।...

‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ...

ଏହି କ୍ରିକେଟରଙ୍କୁ ବିବାହ ନ କରି ତାଙ୍କ ପିଲାର ମା’ ହୋଇଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ନୀନା ଗୁପ୍ତା ଆଜି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାମ। ସିରିୟଲ ‘ଖାନ୍‌ଦାନ’ରୁ ସେ ତାଙ୍କ...

ନୀରବତା ବି କହି ଦେଇଥାଏ ବହୁ କଥା: ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଭାବୁକ ହେଲେ ବିଦ୍ୟୁତ୍‌ ଜାମଓ୍ବାଲ

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ସୋସିଆଲ୍‌ ମିଡ଼ିଆରେ ବହୁ...

Advertisement
Archives

Model This Week