ଭଙ୍ଗା କୁଡ଼ିଆରେ ଅଲେଖଙ୍କ ପରିବାର

ସିଂହପୁର,୧୧ା୧୨(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ୍‌ ଅନ୍ତର୍ଗତ ଜରି ପଞ୍ଚାୟତ ଜରି ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ତାଙ୍କ ପରିବାର ଭଙ୍ଗା କୁଡ଼ିଆରେ ଜୀବନ କାଟୁଛନ୍ତି। ଅଲେଖଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ। ଅଲେଖ ଏବେ ଟିବି ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଛନ୍ତି। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଭଙ୍ଗା କୁଡ଼ିଆରେ ରହିଥିଲେ ମଧ୍ୟ ଆବାସ ଯୋଜନା ତାଲିକାରେ ନଁା ନ ଥିବାରୁ କେବେ ଘର ମିଳିବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଆଜି ପର୍ଯ୍ୟନ୍ତ ରାଶନ କାର୍ଡଟିଏ ମିଳି ପାରିନାହିଁ। ଅଲେଖ ଅଧିକାଂଶ ଦିନ କାମ କରି ପାରୁ ନ ଥିବାରୁ ପରିବାର ଉପାସ ରହୁଥିବା ସେ କହିଛନ୍ତି। ସରକାରୀ ଚାକିରିଆ ଓ ଥିଲାବାଲା ଲୋକ ରାଶନ କାର୍ଡ ହାତଉଥିବା ବେଳେ ଏପରି ଗରିବ ବାଦ ପଡ଼ିବା ଆଶ୍ଚର୍ଯ୍ୟର କଥା। ସେହିପରି ମାଗଣା ବିଦ୍ୟୁତ୍‌ ଯୋଜନାରେ ସାମିଲ ହୋଇ ନ ଥିବାରୁ ଲଣ୍ଠନ ଆଲୁଅରେ ପରିବାର ଲୋକଙ୍କ ରାତି କଟୁଛି। ତେଣୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଅଲେଖ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ବିଭାଗ ପ୍ରକଳ୍ପରେ କନ୍ଧମାଳକୁ ସ୍କଚ୍‌ ଆୱାର୍ଡ

ଫୁଲବାଣୀ ଅଫିସ, ୨୧ା୬-କନ୍ଧମାଳ ଜିଲା ସ୍ବାସ୍ଥ୍ୟ ବିଭାଗର ପ୍ରକଳ୍ପ ମର୍ଯ୍ୟାଦାଜନକ ସ୍କଚ୍‌ ଆୱାର୍ଡ ପାଇବାକୁ ବିବେଚିତ ହୋଇଛି। ସିଲ୍‌ଭର ବିଭାଗରେ ଜିଲାକୁ ଏହି ପୁରସ୍କାର ମିଳିବ।...

ବିପୁଳ ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି।...

କାର୍ଯ୍ୟକ୍ଷମ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ : ଦୂଷିତ କୂଅ ପାଣି ପିଇ ଲୋକେ ରୋଗାକ୍ରାନ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.): କୁଆଁରିଆ ନଦୀରୁ ବୋରୱେଲ ମାଧ୍ୟମରେ ପଥରଗଣ୍ଡ ଓ ନିକଟସ୍ଥ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୧ ବର୍ଷ ହେଲା...

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ...

ଶରଣକୁଳ କଲେଜରେ ରାଗିଂ ଅଭିଯୋଗ

ନୟାଗଡ଼ ଅଫିସ,୧୯।୪: ନୟାଗଡ଼ ଜିଲାର ଶରଣକୁଳ କଲେଜର ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ୨ୟ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ କଲେଜର ଅଧ୍ୟକ୍ଷ ଓ ଆଧ୍ୟାପକ ରାଗିଂ...

ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ...

ମଧୁ ଆପ୍‌ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍‌କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍‌ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍‌ଫରେନ୍ସିଂ...

ନିଶା ନିବାରଣ ଲାଗି ଅଣ୍ଟା ଭିଡିଲେ ଛାତ୍ରୀଛାତ୍ର

ଖଇରା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଚାଲିଛି। କେଉଁଠି ବହୁ ମୂଲ୍ୟ ଜୀବନ ଚାଲି ଯାଉଛି ତ...

Advertisement
Archives

Model This Week