Posted inଖେଳ

ଫାଇନାଲରେ ଅଲ୍‌କାରାଜ

ଓ୍ବିମ୍ବେଲଡନ,୧୩ା୭: ଡିଫେଣ୍ଡିଂ ଚାମ୍ପିୟନ ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ଚଳିତ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେଣ୍ଟର କୋର୍ଟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ ବିନା ପତାକାରେ ଖେଳୁଥିବା ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୭ (୧/୭), ୬-୩, ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଟାଇବ୍ରେକରରେ ଶେଷ ହୋଇଥିବା ପ୍ରଥମ ସେଟ୍‌ରେ ବାଜି ମାରିଥିଲେ ମେଡଭେଡେଭ। ମାତ୍ର ଅଲ୍‌କାରାଜ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୩ଟି ସେଟ୍‌କୁ ଜିତି ନେଇଥିଲେ। ଫଳରେ ମେଡଭେଡେଭଙ୍କ ଅଭିଯାନ ଏଠାରୁ ଶେଷ ହୋଇଛି।

ଚଳିତ ବର୍ଷ ଫ୍ରେଞ୍ଚ୍‌ ଓପନ ଜିତି ସାରିଥିବା ଅଲ୍‌କାରାଜ ଦ୍ୱିତୀୟ ଥରପାଇଁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟର ଦ୍ୱାରରେ ପହଞ୍ଚତ୍ ଯାଇଛନ୍ତି। ସେ ୨୦୨୩ରେ ମଧ୍ୟ ଏଠାରେ ଚାମ୍ପିୟନ ହୋଇଥିଲେ। ୨୦୨୨ରେ ସେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ଫାଇନାଲରେ ସେ ଇଟାଲିର ଲୋରେଞ୍ଜୋ ମୁସେଟି କିମ୍ବା ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଭେଟିବେ। ମୁସେଟି ପ୍ରଥମଥରପାଇଁ କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଜୋକୋଭିଚ୍‌ ୭ ଥର ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯, ୨୦୨୧ ଓ ୨୦୨୨ରେ ଓ୍ବିମ୍ବେଲଡନ ଚାମ୍ପିୟନ ହୋଇ ସାରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଇଟାଲୀର ଜସ୍‌ମିନ୍‌ ପାଓଲିନି ଓ ଚେକ୍‌ ରିପବ୍ଲିକର ବାର୍ବରା କ୍ରେଜିକୋଭା ଚଳିତ ବର୍ଷର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। କ୍ରୋଏସିଆର ଡୋନ୍ନା ଭେକିକଙ୍କୁ ହରାଇ ଜସ୍‌ମିନ୍‌ ପାଓଲିନି ଓ କାଜାଖସ୍ତାନର ଏଲିନା ରିବାକିନାଙ୍କୁ ହରାଇ ବାର୍ବରା କ୍ରେଜିକୋଭା ପ୍ରଥମ ଥର ପାଇଁ ଓ୍ବିମ୍ବେଲଡନ୍‌ ଫାଇନାଲରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri