Categories: ବାଣିଜ୍ୟ

ଆଲାପ୍‌ ଆପ୍‌ ଲୋକାର୍ପଣ

ଭୁବନେଶ୍ୱର,୩୧।୧:  ଭାରତୀୟ ଟେକ୍ନୋଲୋଜିରେ ନିର୍ମିତ ସୋସିଆଲ ମିଡିଆ ଆପ୍‌ ‘ଆଲାପ୍‌’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଝାରପଡା ଅଞ୍ଚଳର ଏକ ହୋଟେଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଆଲାପ୍‌’ର ସିଇଓ ଲୋକନାଥ ରେଡ୍ଡୀ, କୋ-ଫାଉଣ୍ଡର ଅମିତ କୁମାର ମିଶ୍ର ଏବଂ ଓଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଯାହାର ‘ବିଟା’ ଭର୍ସନ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏହି ଆପ୍‌ରେ ହାଇସିକ୍ୟୁରିଟି ପଲିସି, ଜବରଦସ୍ତ ଫିଚର୍‌, ଚାଟିଙ୍ଗ ଅପଶନ୍‌ ଓ ଆକର୍ଷଣୀୟ ଇଣ୍ଟରଫେସ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି ରେଡ୍ଡୀ କହିଛନ୍ତି।

Share