ପ୍ରଚାର ଆରମ୍ଭ କଲେ ଅଳକା

ବ୍ରଜରାଜନଗର,୧୫।୫(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ/ପ୍ରାର୍ଥତ୍ନୀ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି। ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥତ୍ନୀ ଅଳକା ମହାନ୍ତି ବ୍ରଜରାଜନଗରର ଆରାଧ୍ୟ ଦେବୀ ମା’ରାମଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ରବିବାର ସନ୍ଧ୍ୟାରେ ସମର୍ଥକମାନଙ୍କୁ ନେଇ ପୂଜାକରି ନିର୍ବାଚନୀ ପ୍ରଚାରକୁ ବାହାରି ଥିଲେ।

ସେ କହିଥିଲେ, ସ୍ବାମୀ ଛାଡ଼ି ଯାଇଥିବା ଅନେକ କାମ ତାଙ୍କୁ ପୂରଣ କରିବାକୁ ହେବ। ତା’ସହିତ ବ୍ରଜରାଜନଗର ଅଞ୍ଚଳରେ ଯେଉଁ ସବୁ ସମସ୍ୟା ରହିଛି ସେସବୁକୁ ସମାଧାନ କରାଯିବ। ପୂଜା ପରେ ପ୍ରଥମେ ରାମପୁର ଯାଇ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ। ନଗର ସଭାପତି ରାଧାକାନ୍ତ ପ୍ରଧାନ, ବରିଷ୍ଠ ସଦସ୍ୟ ତଥା ଜିଲା ଉପସଭାପତି ବିଶ୍ୱନାଥ ନାୟକ, ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ, ଉପାଧ୍ୟକ୍ଷ ଗୋପାଳ ସିତାନୀ, ନୃପଲାଲ ତାଣ୍ଡି ପ୍ରମୁଖ ସାମିଲ ଥିଲେ।