Posted inଫୁରସତ

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଉପାୟ, ଘରକୁ ଆସିବ ସୁଖ ସମୃଦ୍ଧି

ବୈଶାଖ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ଅକ୍ଷୟ ତୃତୀୟାକୁ ବହୁ ଶୁଭ ମନାଯାଇଥାଏ। ଏହି ଦିନରେ ପୂଜାର୍ଚ୍ଚନା କଲେ ଭକ୍ତକୁ ପୂଣ୍ଣ୍ୟ ମିଳିଥାଏ। ଚଳିତ ବର୍ଷ ଅକ୍ଷୟ ତୃତୀକ୍ଷା ମେ ୭ ମଙ୍ଗଳବାରକୁ ପଡ଼ୁଛି। ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ଜପ, ତପ ଓ ଦାନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ। ଏହି ଶୁଭ ଦିନରେ ଭକ୍ତମାନେ ବିଧି ବିଧାନ ଆନୁଯାୟୀ ପୂଜାର୍ଚ୍ଚନା କରି ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାନ୍ତି। ମା’ ଲକ୍ଷ୍ମୀ ତାଙ୍କୁ ସମୃଦ୍ଧି ଦେବା ସହ ଘର ଧନ ଓ ବୈଭବରେ ପରିପୂର୍ଣ୍ଣ କରିଥାନ୍ତି। ଏଥିସହ ଅକ୍ଷୟ ତୃତୀୟାରେ ଅଳଙ୍କାର କିଣିବାର ମାନ୍ୟତା ରହିଛି। ଏହି ଶୁଭଦିନରେ ସୁନା କିଣିଲେ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସ୍ବତନ୍ତ୍ର ପୂଜା ବିଧି…

* ଧ୍ୟାନ ରଖନ୍ତୁ ଏହି ଦିନ ଲକ୍ଷ୍ମୀ-ନାରାୟଣଙ୍କ ପୂଜା କରିବା ସମୟରେ ଧଳା ପଦ୍ମ ବା ଧଳା ଗୋଲାପ ଫୁଲର ବ୍ୟବାହାର କରିବେ।

*୧୧ କଉଡିକୁ ଏକ ଲାଲ କପଡାରେ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ। ଏଥିସହ ମା’ଲକ୍ଷ୍ମୀଙ୍କୁ  କେଶର ଓ ଲାଲ ଫୁଲରେ ପୂଜାର୍ଚ୍ଚନା କରନ୍ତୁ। ଏହି ସରଳ ଉପାୟ କରିବା ଦ୍ୱାରା ଧନ ପ୍ରାପ୍ତି ହେବା ସହ ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କ ବାସ ହେବ।

* ଅକ୍ଷୟ ତୃତୀୟା ଦିନ ବିଷ୍ଣୁଙ୍କ ପ୍ରିୟ ତୁଳସୀକୁ ପୂଜା କଲେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। କାରଣ ଏହି ଶୁଭ ଦିନରେ ତୁଳସୀକୁ ପୂଜା କଲେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବଜାୟ ରହିବ।

* ଅକ୍ଷୟ ତୃତୀୟାରେ ଦାନର ଅଧିକ ମହତ୍ତ୍ୱ ରହିଛି। ଏହି ଦିନରେ ଆପଣ ଘର ହେଉ କିମ୍ବା ଅଫିସରେ  ଯେଉଁ ସ୍ଥାନରେ ଟଙ୍କା ପଇସା ରଖାଯାଇଥାଏ ସେଠାରେ ଲାଲ କପଡ଼ାରେ ଲାଲ ସିନ୍ଦୁର, ପୂଜାର ଗୁଆ ଓ ମୁଦ୍ରା ବାନ୍ଧି ରଖିଦେବା। ଏଥିସହ ଘରର ମେନ୍‌ଗେଟ ସମ୍ମୁଖର ଡାହାଣ ପାର୍ଶ୍ୱରେ ଘିଅ ଦୀପ ଜଳାଇ ଦିଅନ୍ତୁ। ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସର୍ବଦା ଆପଣଙ୍କ ଉପରେ ମା’ଙ୍କ ଆର୍ଶୀବାଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri