Posted inଜାତୀୟ

ମାଡ୍ରାସ ହାଇକୋର୍ଟରୁ କିରଣ ବେଦୀଙ୍କୁ ଝଟକା: ସରକାରଙ୍କ ଦୈନିକ କାର୍ଯ୍ୟକଳାପ ଉପରେ କରିପାରିବେନି ହସ୍ତକ୍ଷେପ

ପଣ୍ଡୁଚେରୀ,୩୦।୪: ପଣ୍ଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ ଦେବାର ଅଧିକାର କିରଣ ବେଦୀଙ୍କର ନାହିଁ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଏଥିସହ କିରଣ ବେଦୀ ସରକାରଙ୍କ ପ୍ରତି ଦୈନିକ ଗତିବିଧିରେ ହସ୍ତକ୍ଷେପ ଓ ଫାଇଲ ଯାଞ୍ଚ କରିବାର ଅଧିକାରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । କିଛି ଦିନରୁ ପଣ୍ଡୁଚେରୀର ମୁଖ୍ୟମନ୍ତ୍ରୀ ନାରାୟଣ ସାମି ଏବଂ କିରଣ ବେଦୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ। ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଝଗଡ଼ା ଶେଷରେ ଅଦାଲତରେ ପହଞ୍ଚିଥିଲା। ଯାହାର ଶୁଣାଣି କରି ମଙ୍ଗଳବାର ମାଡ୍ରାସ ହାଇକୋର୍ଟ ଏଭଳି ରାୟ ଶୁଣାଇଛି । ସୂଚନାଯୋଗ୍ୟ, ପ୍ରଥମେ କିରଣ ବେଦୀ କୌଣସି ଫାଇଲ କାମ ଆଗକୁ ବଢ଼ାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ କେନ୍ଦ୍ର ସରକାରଙ୍କ ଇଶାରାରେ ରାଜ୍ୟ ସରକାରଙ୍କୁ ନିଜ କାମ କରିବାକୁ ଦେଉ ନଥିବା ଅଭିଯୋଗ କରିଥିଲେ ନାରାୟଣ ସାମି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା…

ସ୍ତ୍ରୀ ଗୀତାଞ୍ଜଳିଙ୍କ ଅପିଲ୍‌ ପରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ସୋନମ ୱାଙ୍ଗଚୁକଙ୍କୁ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନ କ୍ରମେ ୱାଙ୍ଗଚୁକଙ୍କୁ ଏକ ବେସରକାରୀ ହସ୍ପିଟାଲକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା କାହିଁକି ନେଉନାହାନ୍ତି ମୋଦି ସରକାର? ଭିତିରି ରହସ୍ୟ ଖୋଲିଦେଲେ ଅଖିଲେଶ, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ସିଜେପିର (CJP) ପ୍ରଦର୍ଶନ ସମୟରେ ହୋଇଥିବା ଲାଠିଚାର୍ଜ ଏବଂ ପୋଲିସ ହିଂସାରେ ଅନେକ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହି ପ୍ରଦର୍ଶନକାରୀମାନେ NEET ପ୍ରଶ୍ନପତ୍ର ଲିକ୍‌…

ସରକାରଙ୍କ ଉପରେ ବଢ଼ିଲା ଚାପ, ଶେଷରେ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଅନେକ ଯୁବକ ମଧ୍ୟ ଆହତ ହୋଇଥିଲେ। କେନ୍ଦ୍ରୀୟ…

ରାଜନୀତିରେ ହଲଚଲ: କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ପ୍ରତିବାଦ ମଧ୍ୟରେ କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ…

‘ହୁଏତ ଶିକ୍ଷାମନ୍ତ୍ରୀଙ୍କୁ ଲେଖି ଆସେନି…’; ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ମହୁଆ କହିଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ (NEET) ପେପର ଲିକ୍‌ ମାମଲାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କ୍ରମାଗତ ଭାବରେ ଉଠୁଛି। ଏହି ପ୍ରସଙ୍ଗରେ କକ୍ରୋଚ ଜନତା ପାର୍ଟି…

ବସ୍‌ଷ୍ଟାଣ୍ଡ୍‌ରୁ ଯୁବତୀଙ୍କୁ ଉଠାଇ ନେଇ ଗଣବଳାତ୍କାର କଲେ ୩ ଯୁବକ: ଆଉ ତା’ପରେ ଘଟିଲା…

ମହୀଶୁର,୨୧।୭: କର୍ନାଟକର ମହୀଶୁର ଜିଲାରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମାମଲାର ସତ୍ୟତା ଏବଂ ପୀଡିତାଙ୍କ ଅଭିଯୋଗର ତଦନ୍ତ…

ଆନ୍ଦୋଳନ ଭିତରେ ଖାର୍ଗେଙ୍କ ବଡ଼ ଘୋଷଣା: ଏଥର ମୁଁ ପାଳିବିନି…

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର କହିଛନ୍ତି , ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ଖାର୍ଗେଙ୍କ କହିବା କଥା ହେଉଛି ଏହା ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri