ଅକ୍ଷୟତୃତୀୟା

ଆମ ପଞ୍ଜିକାରେ ବର୍ଷସାରା କେତେକ ସାର୍ବଜନୀନ ଶୁଭନିର୍ଘଣ୍ଟ କରାଯାଇଥାଏ ଯେଉଁଦିନ ଯେକୌଣସି ଶୁଭକର୍ମ ଅନୁଷ୍ଠାନ କରାଯାଇପାରିବ। ଏହିଦିନଗୁଡ଼ିକ ହେଲା ସରସତୀ ପୂଜା, ରଥଯାତ୍ରା, ବିଜୟା ଦଶମୀ, ଗଣେଶ ପୂଜା, ଅକ୍ଷୟ ତୃତୀୟା ଇତ୍ୟାଦି। କିନ୍ତୁ ଏ ସମସ୍ତ ଦିବସ ମଧ୍ୟରେ ଅକ୍ଷୟ ତୃତୀୟା ସର୍ବୋତ୍କୃଷ୍ଟ I
କାରଣ ବାର ମାସରେ ସିନା ତେର ପର୍ବ ଥାଏ, କିନ୍ତୁ କେବଳ ଏହି ଗୋଟିଏ ଦିନରେ ହିଁ ତେର ପର୍ବର ସମାବେଶ ହୋଇଥାଏ। ତେଣୁ ଏହିଦିନ ଯେକୌଣସି କର୍ମର ଶୁଭାରମ୍ଭ ପାଇଁ ପ୍ରଶସ୍ତ, ସେ ଶୁଝୁ ବା ନ ଶୁଝୁ I
ବୈଶାଖ ଶୁକ୍ଳ ତୃତୀୟା ତିଥି ଅକ୍ଷୟ ତୃତୀୟା ନାମରେ ସାରା ଭାରତରେ ପ୍ରସିଦ୍ଧ I ଏହିଦିନ ଯେକୌଣସି କାର୍ଯ୍ୟ ଆରମ୍ଭ କଲେ ତା’ର କ୍ଷୟ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି I ବିଶେଷକରି ସୁନା, ରୁପା, ମଣି, ମାଣିକ୍ୟ, ଧନ, ଦୌଲତ ଯାହା କିଛି ଏ ଦିନ ମିଳେ ତା’ର ଉତ୍ତରୋତ୍ତର ବୃଦ୍ଧି ଘଟେ ବୋଲି ଅନେକେ ଏହିଦିନ କିଛି ସୁନା କିଣି ଘରକୁ ଆଣିବାର ପରମ୍ପରା ରହିଛି I
ଏପରିକି ଏହିଦିନ ଜନ୍ମ ହୋଇଥିବା ଶିଶୁଟିର ନାମକରଣ ଅକ୍ଷୟ କିମ୍ବା ଅକ୍ଷମିତା କରାଯିବାର ଚଳଣି ଆମ ସମାଜରେ ବହୁଦିନରୁ ପ୍ରଚଳିତ I
ଓଡ଼ିଶାରେ ଅକ୍ଷୟ ତୃତୀୟାର ସ୍ଥାନ ସ୍ବତନ୍ତ୍ର I
ଏହିଦିନ ଚାଷକାମ ଆରମ୍ଭ ହୁଏ I ଚଷାପୁଅର ଆନନ୍ଦର ସୀମା ନ ଥାଏ I ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି I ପିଠାପଣା ଓ ବିଶେଷ ବ୍ୟଞ୍ଜନ ସାମଗ୍ରୀରେ ଘର ମହକୁଥାଏ I ସକାଳୁ ଗୋଟେ ଛୋଟ ବେତୁଲିକୁ ଧୋଇ ସେଥିରେ ଚନ୍ଦନ, ସିନ୍ଦୂର, କଜ୍ବଳ ଲଗେଇ ତା’ ଭିତରେ ବିଲରେ ବୁଣାଯିବା ପାଇଁ ସାଇତି ରଖାଯାଇଥିବା ବିହନ (ଅକ୍ଷିମୁଠି) ରଖି ଏକ ନୂତନ ବସ୍ତ୍ରରେ ଆଚ୍ଛାଦିତ କରି ଅନ୍ୟ ଏକ ପାତ୍ରରେ ପୂଜା ସାମଗ୍ରୀ ସହ ନିଜର ଯେକୌଣସି ଗୋଟିଏ ଜମିକୁ ନିଆଯାଏ I ଏଥିରେ ଗୃହକର୍ତ୍ତI ଓ ତାଙ୍କର ପରିବାର ସାମିଲ ହୁଅନ୍ତି I ସମ୍ପୃକ୍ତ ଜମିରେ ପୂଜାର୍ଚ୍ଚନା ସମ୍ପାଦନ କରି ପ୍ରତୀକାତ୍ମକ ଭାବରେ ଘେରାଏ ହଳ ବୁଲେଇ ଆଣି ତା’ ଉପରେ ବେତୁଲିରେ ଥିବା ବିହନରୁ କିଛି ମୁଠା ବୁଣି ବର୍ଷର ପ୍ରଥମ ଚାଷକାର୍ଯ୍ୟ ଅନୁକୂଳ କରାଯାଏ I ଏହିଦିନ ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କର ସାମ୍ବତ୍ସରିକ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୁଏ I ସେଥିପାଇଁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ତରେ ଥିବା ରଥଖଳା ଉତ୍ସବମୁଖର ହୋଇଉଠେ I ରାତିରେ ଆରମ୍ଭ ହୁଏ ଏକୋଇଶ ଦିନ ବ୍ୟାପୀ ପ୍ରଭୁଙ୍କର ଚନ୍ଦନଯାତ୍ରାର ଚାପଖେଳ ଯାହା ଚାପେ ତ ମଧୁସୂଦନ ଭାବରେ ସର୍ବଜନ ବିଦିତ I
ଆବହମାନ କାଳରୁ ଏହିଦିନଟି ସହିତ ଯୋଡ଼ିହୋଇ ଆସିଛି ଅନେକ ପୌରାଣିକ ଘଟଣାବଳୀ I ଏହିଦିନ ପ୍ରଭୁଙ୍କର ଷଷ୍ଠାବତାର ଶ୍ରୀ ପର୍ଶୁରାମଙ୍କର ଜନ୍ମଦିନ I ଉକ୍ତ ଦିନ ଭାରତୀୟ ସଂସ୍କୃତିର ବାର୍ତ୍ତାବହ ମହାଭାରତ ମହାପୁରାଣର ରଚନା ଆରମ୍ଭ ହୋଇଥିଲା I ମହାଭାରତ ମହର୍ଷି ବ୍ୟାସ ଦେବଙ୍କର ମୁଖନିଃସୃତ ବାଣୀ ଯାହାକୁ ସିଦ୍ଧିଦାତା ଗଣେଶ ନିରବଚ୍ଛିନ୍ନ ଭାବରେ ଲେଖିଥିଲେ। କାରଣ ବ୍ୟାସ ଯାହା କହୁଥିଲେ ତା’ର ପୁନରୁକ୍ତି ନ ଥିଲା I ଏତେ ମହାନ୍‌ କାର୍ଯ୍ୟ (୧ଲକ୍ଷ ଶ୍ଳୋକ)କୁ ସମ୍ପାଦନ କରିବା ପାଇଁ ଅକ୍ଷୟ ତୃତୀୟାକୁ ହିଁ ପସନ୍ଦ କରାଯାଇଥିଲା। କାରଣ ସର୍ତ୍ତ ଅନୁସାରେ ମହାଭାରତ ଲେଖା ଥରେ ଆରମ୍ଭ ହେଲେ ବନ୍ଦ ହେବା କଥା ନୁହେଁ । ତେଣୁ ଲେଖୁ ଲେଖୁ ଥରେ ଗଣେଶଙ୍କର ଲେଖନୀ ଭାଙ୍ଗିଯିବାରୁ ସେ ତତ୍‌କ୍ଷଣାତ୍‌ ନିଜର ଗୋଟିଏ ଦାନ୍ତ ଭାଙ୍ଗିଦେଇ ତାରି ସାହାଯ୍ୟରେ ଲେଖା ଅବ୍ୟାହତ ରଖିଥିଲେ I
ସେଥିପାଇଁ ସେ ଏକଦନ୍ତ ନାମରେ ଜଣାଶୁଣା I
ଅକ୍ଷୟ ତୃତୀୟା ଦିନ ହିଁ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା। ଏହିଦିନ ଆକାଶର ଗଙ୍ଗାଙ୍କର ମର୍ତ୍ତ୍ୟକୁ ଆଗମନ ହୋଇଥିଲା। ଧନ ସମ୍ପଦର ଦେବତା ରୂପରେ ପ୍ରଭୁ କୁବେରଙ୍କୁ ଏହିଦିନ ନିଯୁକ୍ତ କରାଯାଇଥିଲା I
ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri