ଅକ୍ଷୟତୃତୀୟା

ଆମ ପଞ୍ଜିକାରେ ବର୍ଷସାରା କେତେକ ସାର୍ବଜନୀନ ଶୁଭନିର୍ଘଣ୍ଟ କରାଯାଇଥାଏ ଯେଉଁଦିନ ଯେକୌଣସି ଶୁଭକର୍ମ ଅନୁଷ୍ଠାନ କରାଯାଇପାରିବ। ଏହିଦିନଗୁଡ଼ିକ ହେଲା ସରସତୀ ପୂଜା, ରଥଯାତ୍ରା, ବିଜୟା ଦଶମୀ, ଗଣେଶ ପୂଜା, ଅକ୍ଷୟ ତୃତୀୟା ଇତ୍ୟାଦି। କିନ୍ତୁ ଏ ସମସ୍ତ ଦିବସ ମଧ୍ୟରେ ଅକ୍ଷୟ ତୃତୀୟା ସର୍ବୋତ୍କୃଷ୍ଟ I
କାରଣ ବାର ମାସରେ ସିନା ତେର ପର୍ବ ଥାଏ, କିନ୍ତୁ କେବଳ ଏହି ଗୋଟିଏ ଦିନରେ ହିଁ ତେର ପର୍ବର ସମାବେଶ ହୋଇଥାଏ। ତେଣୁ ଏହିଦିନ ଯେକୌଣସି କର୍ମର ଶୁଭାରମ୍ଭ ପାଇଁ ପ୍ରଶସ୍ତ, ସେ ଶୁଝୁ ବା ନ ଶୁଝୁ I
ବୈଶାଖ ଶୁକ୍ଳ ତୃତୀୟା ତିଥି ଅକ୍ଷୟ ତୃତୀୟା ନାମରେ ସାରା ଭାରତରେ ପ୍ରସିଦ୍ଧ I ଏହିଦିନ ଯେକୌଣସି କାର୍ଯ୍ୟ ଆରମ୍ଭ କଲେ ତା’ର କ୍ଷୟ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି I ବିଶେଷକରି ସୁନା, ରୁପା, ମଣି, ମାଣିକ୍ୟ, ଧନ, ଦୌଲତ ଯାହା କିଛି ଏ ଦିନ ମିଳେ ତା’ର ଉତ୍ତରୋତ୍ତର ବୃଦ୍ଧି ଘଟେ ବୋଲି ଅନେକେ ଏହିଦିନ କିଛି ସୁନା କିଣି ଘରକୁ ଆଣିବାର ପରମ୍ପରା ରହିଛି I
ଏପରିକି ଏହିଦିନ ଜନ୍ମ ହୋଇଥିବା ଶିଶୁଟିର ନାମକରଣ ଅକ୍ଷୟ କିମ୍ବା ଅକ୍ଷମିତା କରାଯିବାର ଚଳଣି ଆମ ସମାଜରେ ବହୁଦିନରୁ ପ୍ରଚଳିତ I
ଓଡ଼ିଶାରେ ଅକ୍ଷୟ ତୃତୀୟାର ସ୍ଥାନ ସ୍ବତନ୍ତ୍ର I
ଏହିଦିନ ଚାଷକାମ ଆରମ୍ଭ ହୁଏ I ଚଷାପୁଅର ଆନନ୍ଦର ସୀମା ନ ଥାଏ I ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି I ପିଠାପଣା ଓ ବିଶେଷ ବ୍ୟଞ୍ଜନ ସାମଗ୍ରୀରେ ଘର ମହକୁଥାଏ I ସକାଳୁ ଗୋଟେ ଛୋଟ ବେତୁଲିକୁ ଧୋଇ ସେଥିରେ ଚନ୍ଦନ, ସିନ୍ଦୂର, କଜ୍ବଳ ଲଗେଇ ତା’ ଭିତରେ ବିଲରେ ବୁଣାଯିବା ପାଇଁ ସାଇତି ରଖାଯାଇଥିବା ବିହନ (ଅକ୍ଷିମୁଠି) ରଖି ଏକ ନୂତନ ବସ୍ତ୍ରରେ ଆଚ୍ଛାଦିତ କରି ଅନ୍ୟ ଏକ ପାତ୍ରରେ ପୂଜା ସାମଗ୍ରୀ ସହ ନିଜର ଯେକୌଣସି ଗୋଟିଏ ଜମିକୁ ନିଆଯାଏ I ଏଥିରେ ଗୃହକର୍ତ୍ତI ଓ ତାଙ୍କର ପରିବାର ସାମିଲ ହୁଅନ୍ତି I ସମ୍ପୃକ୍ତ ଜମିରେ ପୂଜାର୍ଚ୍ଚନା ସମ୍ପାଦନ କରି ପ୍ରତୀକାତ୍ମକ ଭାବରେ ଘେରାଏ ହଳ ବୁଲେଇ ଆଣି ତା’ ଉପରେ ବେତୁଲିରେ ଥିବା ବିହନରୁ କିଛି ମୁଠା ବୁଣି ବର୍ଷର ପ୍ରଥମ ଚାଷକାର୍ଯ୍ୟ ଅନୁକୂଳ କରାଯାଏ I ଏହିଦିନ ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କର ସାମ୍ବତ୍ସରିକ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୁଏ I ସେଥିପାଇଁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ତରେ ଥିବା ରଥଖଳା ଉତ୍ସବମୁଖର ହୋଇଉଠେ I ରାତିରେ ଆରମ୍ଭ ହୁଏ ଏକୋଇଶ ଦିନ ବ୍ୟାପୀ ପ୍ରଭୁଙ୍କର ଚନ୍ଦନଯାତ୍ରାର ଚାପଖେଳ ଯାହା ଚାପେ ତ ମଧୁସୂଦନ ଭାବରେ ସର୍ବଜନ ବିଦିତ I
ଆବହମାନ କାଳରୁ ଏହିଦିନଟି ସହିତ ଯୋଡ଼ିହୋଇ ଆସିଛି ଅନେକ ପୌରାଣିକ ଘଟଣାବଳୀ I ଏହିଦିନ ପ୍ରଭୁଙ୍କର ଷଷ୍ଠାବତାର ଶ୍ରୀ ପର୍ଶୁରାମଙ୍କର ଜନ୍ମଦିନ I ଉକ୍ତ ଦିନ ଭାରତୀୟ ସଂସ୍କୃତିର ବାର୍ତ୍ତାବହ ମହାଭାରତ ମହାପୁରାଣର ରଚନା ଆରମ୍ଭ ହୋଇଥିଲା I ମହାଭାରତ ମହର୍ଷି ବ୍ୟାସ ଦେବଙ୍କର ମୁଖନିଃସୃତ ବାଣୀ ଯାହାକୁ ସିଦ୍ଧିଦାତା ଗଣେଶ ନିରବଚ୍ଛିନ୍ନ ଭାବରେ ଲେଖିଥିଲେ। କାରଣ ବ୍ୟାସ ଯାହା କହୁଥିଲେ ତା’ର ପୁନରୁକ୍ତି ନ ଥିଲା I ଏତେ ମହାନ୍‌ କାର୍ଯ୍ୟ (୧ଲକ୍ଷ ଶ୍ଳୋକ)କୁ ସମ୍ପାଦନ କରିବା ପାଇଁ ଅକ୍ଷୟ ତୃତୀୟାକୁ ହିଁ ପସନ୍ଦ କରାଯାଇଥିଲା। କାରଣ ସର୍ତ୍ତ ଅନୁସାରେ ମହାଭାରତ ଲେଖା ଥରେ ଆରମ୍ଭ ହେଲେ ବନ୍ଦ ହେବା କଥା ନୁହେଁ । ତେଣୁ ଲେଖୁ ଲେଖୁ ଥରେ ଗଣେଶଙ୍କର ଲେଖନୀ ଭାଙ୍ଗିଯିବାରୁ ସେ ତତ୍‌କ୍ଷଣାତ୍‌ ନିଜର ଗୋଟିଏ ଦାନ୍ତ ଭାଙ୍ଗିଦେଇ ତାରି ସାହାଯ୍ୟରେ ଲେଖା ଅବ୍ୟାହତ ରଖିଥିଲେ I
ସେଥିପାଇଁ ସେ ଏକଦନ୍ତ ନାମରେ ଜଣାଶୁଣା I
ଅକ୍ଷୟ ତୃତୀୟା ଦିନ ହିଁ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା। ଏହିଦିନ ଆକାଶର ଗଙ୍ଗାଙ୍କର ମର୍ତ୍ତ୍ୟକୁ ଆଗମନ ହୋଇଥିଲା। ଧନ ସମ୍ପଦର ଦେବତା ରୂପରେ ପ୍ରଭୁ କୁବେରଙ୍କୁ ଏହିଦିନ ନିଯୁକ୍ତ କରାଯାଇଥିଲା I
ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri