ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ ହେଲା ଜିଲାପାଳ ମଧୁମିତା ଛୁଟିରେ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ନୂତନ ଜିଲାପାଳଙ୍କ ନାମ ସାମ୍ନାକୁ ଆସିିଛି ।
ଅକ୍ଷୟ ସୁନିଲ ଅଗ୍ରୱାଲ ବର୍ତ୍ତମାନ ନୟାଗଡ଼ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଅଛନ୍ତି । ତେବେ ପୂର୍ବତନ ଜିଲାପାଳ ମଧୁମିତାଙ୍କ ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୁନିନ୍ଦ୍ର ହନେଗା ଭାରପ୍ରାପ୍ତ ଜିଲାପାଳ ଭାବେ ଦାୟିତ୍ଵ ତୁଲାଇଥିଲେ । ବର୍ତ୍ତମାନ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଦାୟିତ୍ବ ଦିଆଯାଇଛି ।


