‘ସ୍କାଏ ଫୋର୍ସ’ରେ ବାୟୁସେନା ଅଧିକାରୀଙ୍କ ଭୂମିକାରେ ଅକ୍ଷୟ

ମୁମ୍ବାଇ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଖୁବ୍‌ଶୀଘ୍ର ୨୦୨୫ରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ସହ ପରଦାକୁ ଆସୁଛନ୍ତି। ଆସନ୍ତା ଜାନୁୟାରୀ ୨୪ରେ ଅକ୍ଷୟଙ୍କର ଆକ୍ସନ୍‌-ପ୍ୟାକ୍‌ ଫିଲ୍ମ ‘ସ୍କାଏ ଫୋର୍ସ’ ରିଲିଜ୍‌ ହେବାକୁ ଯାଉଛି। ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାର ଟ୍ରେଲରକୁ ଜାରି କରାଯାଇଛି। ଏହି ଟ୍ରେଲରରେ ଅକ୍ଷୟଙ୍କ ସହ ଅଭିନେତା ବୀର ପହାଡ଼ିଆଙ୍କୁ ଦମ୍‌ଦାର ଭୂମିକାରେ ଦେଖିବାକୁ ମିଳିଛି।
ଫୋର୍ସ’ରେ ଉଭୟ ଅକ୍ଷୟ ଏବଂ ବୀରଙ୍କୁ ଭାରତୀୟ ବାୟୁସେନା ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ଟ୍ରେଲରରେ ଅକ୍ଷୟଙ୍କର ଜବରଦସ୍ତ ଆକ୍ସନ ଦୃଶ୍ୟ ରହିଛି। ସେହିପରି ବୀର ମଧ୍ୟ ଖୁବ୍‌ ଏୟାର ଷ୍ଟଣ୍ଟ କରୁଛନ୍ତି। ଭାରତ ଓ ପାକିସ୍ତାନ ଯୁଦ୍ଧରୁ ଏହି ଟ୍ରେଲର ଆରମ୍ଭ ହୋଇଛି। ପରେ ଅକ୍ଷୟ ଏହି ଯୁଦ୍ଧରେ ହଜିଯାଇଥିବା ତାଙ୍କ ସାଥୀ ବାୟୁସେନା ଅଧିକାରୀଙ୍କୁ ଖୋଜିବା ପାଇଁ ଏକ ମିଶନ ଆରମ୍ଭ କରିଛନ୍ତି, ଯାହାକୁ ନେଇ ଫିଲ୍ମର ପୂରା କାହାଣୀ ଗତି କରୁଛି। ‘ସ୍କାଏ ଫୋର୍ସ’ ଫିଲ୍ମର ଟ୍ରେଲରରେ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ନିମ୍ରତ କୌରଙ୍କ ଝଲକକୁ ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି କ୍ରିତି, କବୀର

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନୋନ୍‌ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କୋଟିପତି ବ୍ୟବସାୟୀ କବୀର ବାହିଆଙ୍କୁ କ୍ରିତି ଡେଟ୍‌...

ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ...

ଜିମ୍‌ରେ ରଶ୍ମିକା ଆହତ

ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି।...

୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ !

ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ...

‘ଫତେହ’କୁ ପଛରେ ପକାଇଲା ‘ଗେମ୍‌ ଚେଞ୍ଜର’

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ‘ଫତେହ’ ଓ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ‘ଗେମ୍‌ ଚେଞ୍ଜର’ ଶୁକ୍ରବାର ଏକସଙ୍ଗେ ବକ୍ସ ଅଫିସରେ ରିଲିଜ୍‌ ହୋଇଥିଲା। ତେବେ ରିଲିଜ୍‌...

ହୃଦଘାତ ନୁହେଁ, ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌; ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆ ଅସୁସ୍ଥ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଶନିବାର ସକାଳେ ଅଭିନେତାଙ୍କୁ ହୃଦଘାତ...

ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଲେ ବିରୁଷ୍କା: ମାଗିଲେ ୨ ଜିନିଷ

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ କିଛି ବିଶେଷ ନ ଥିଲା। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ...

ଛାଡପତ୍ର ନେଇ ଇସାରା ଦେଲେ ଚହଲ! କହିଲେ ଏହା ସତ…

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ଧରି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri