‘ଓଏମଜି ୨’ ପାଇଁ ଅକ୍ଷୟ ନେଇଛନ୍ତି ୩୫ କୋଟି!

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ‘ଓ ମାଇଁ ଗଡ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ମୁଭିଟି ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ ଫିଲ୍ମଟି ଏକ ଭଲ ମେସେଜ ଦେଉଛି, ଯେଉଁଥିପାଇଁ ଏହି ମୁଭି ବିଷୟରେ ଲୋକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ହେଉଛି। ଏହା ଏପର୍ଯ୍ୟନ୍ତ ୭୯.୪୭କୋଟି ରୋଜଗାର କରିଛି।
ଖବର ଅନୁଯାୟୀ ଅକ୍ଷୟଙ୍କ ଫିଲ୍ମ ‘ଏଏମଜି ୨’ ଶୀଘ୍ର ୧୦୦ କୋଟି କ୍ଲବରେ ପ୍ରବେଶ କରିବ। କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମ ୧୫୦ କୋଟି ବଜେଟରେ ନିର୍ମିତ ହୋଇଛି। ନିକଟରେ ଫିଲ୍ମର ଷ୍ଟାର କାଷ୍ଟର ଫିଜ ପ୍ରକାଶ ପାଇଥିଲା। କୁହାଯାଉଥିଲା ଯେ ଅକ୍ଷୟ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେଇଛନ୍ତି। ପଙ୍କଜ ତ୍ରିପାଠୀ ୫କୋଟି ଫି ନେଇଛନ୍ତି। କିନ୍ତୁ ବର୍ତ୍ତମାନ ଫିଲ୍ମର ନିର୍ମାତା ନିଜେ ଏହା ବିଷୟରେ ପ୍ରକାଶ କରିଛନ୍ତି। ଯଦି ସମସ୍ତେ ନୁହଁନ୍ତି, ତେବେ ସେ ଅକ୍ଷୟଙ୍କ ଫି ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିଛନ୍ତ। ନିର୍ମାତା ଅଜିତ କହିଛନ୍ତି ଯେ ଏହି ଫିଲ୍ମ ୧୫୦କୋଟି ବଜେଟରେ ତିଆରି ହୋଇନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଅକ୍ଷୟ ଏହି ମୁଭି କରିବା ପାଇଁ ଗୋଟିଏ ଟଙ୍କା ବି ଚାର୍ଜ କରି ନାହାନ୍ତି। ଯେତେବେଳେ ଫିଲ୍ମ ନିର୍ମାଣ କରାଯାଉଥିଲା ସେତେବେଳେ ବହୁତ ରିସ୍କ ନିଆଯାଇଥିଲା। ଅକ୍ଷୟ ଯଦିଓ କିଛି ଫିଜ ଚାର୍ଜ କରି ନାହାନ୍ତି ସେ କିନ୍ତୁ ତାଙ୍କ ତରଫରୁ କ୍ରିଏଟିଭଲି ତଥା ଫାଇନାନସିୟାଲି ବହୁତ ଆକ୍ଟିଭ ଥିଲେ। ଫିଲ୍ମ ମାତ୍ର ୫୦ କୋଟି ବଜେଟରେ ନିର୍ମାଣ କରାଯାଇଛି। ଆଉ ଏବେ ଏହା ଭଲ ବିଜନେସ କରୁଛି। ସୂଚନାଯୋଗ୍ୟ, ୨୦୧୨ରେ ଯେତେବେଳେ ‘ଓ ମାଇଁ ଗଡ’ ନିର୍ମାଣ କରାଯାଇଥିଲା ଏହା ୨୫ କୋଟି ବଜେଟରେ କରାଯାଇଥିଲା। ଅକ୍ଷୟଙ୍କ ଓଏମଜି ୨ ତାହାର ସିକ୍ୱେଲ। ଏଥିରେ ସେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri