ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ପରିଚୟର ଆବଶ୍ୟକତା ବୋଧହୁଏ ନାହିଁ । କେବଳ ସାଉଥ୍ କାହିଁକି ବଲିଉଡରେ ବି ସେ ଅଭିନୟ ଜରିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡରେ ଯଦିଓ ସେ ସଫଳ ହୋଇ ପାରି ନାହାନ୍ତି, ହେଲେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ସେ ଜଣେ ଅଭିନେତା ସହ ଫିଲ୍ମ ନିର୍ମାତା ଓ ବିଜନେସମ୍ୟାନ । ଫିଲ୍ମ ବା ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ।
ଅଗଷ୍ଟ ୨୯, ୧୯୫୯ରେ ମାଡ୍ରାସରେ ଜନ୍ମ ନେଇଥିଲେ ନାଗାର୍ଜୁନ । ପ୍ରସିଦ୍ଧ କଳାକାର ଅକ୍କିନେନି ନାଗେଶ୍ୱର ରାଓଙ୍କର ପୁଅ ହେଉଛନ୍ତି ନାଗାର୍ଜୁନ । ଫିଲ୍ମ ପରିବାର ପିଲା ହୋଇଥିବାରୁ ପିଲାଟିଦିନୁ ସିନେମା ପ୍ରତି ତାଙ୍କର ଥିଲା ରୁଚି । ଶିଶୁ କଳାକାର ଭାବେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୮୬ରେ ତେଲୁଗୁ ଫିଲ୍ମ ‘ବିକ୍ରମ’ରେ ଲିଡ ରୋଲରେ ଡେବ୍ୟୁ କରିଥିଲେ ନାଗାର୍ଜୁନ । ଚଳିତ ବର୍ଷ ଫିଲ୍ମ ନାଗାର୍ଜୁନଙ୍କ ଅଭିନୀତ ‘କ୍ୟାପଟେନ ନାଗାର୍ଜୁନ’ ଓ ‘ଅରଣ୍ୟାକାଣ୍ଡ’ ରିଲିଜ ହୋଇଥିବା ବେଳେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଥିଲେ ।
ପର୍ସନାଲ ଲାଇଫ କଥା କହିଲେ ନାଗାର୍ଜୁନ ୧୯୮୪ରେ ଲକ୍ଷ୍ମୀ ଦଗ୍‌ଗୁବତୀଙ୍କୁ ବିବାହ କରିଥିଲେ । ହେଲେ ୬ ବର୍ଷ ପରେ ୧୯୯୦ରେ ଉଭୟ ଅଲଗା ହୋଇଯାଇଥିଲେ । ଆଉ ଏହାର ଠିକ୍ ୨ ବର୍ଷ ପରେ ଅର୍ଥାତ୍ ୧୯୯୨ରେ ନାଗାର୍ଜୁନ ଦ୍ୱିତୀୟ ଥର ଲାଗି ଅଭିନେତ୍ରୀ ଅମଲା ଅକ୍କିନେନିଙ୍କୁ ବିବାହ କରିଥିଲେ । ନାଗାର୍ଜୁନଙ୍କର ଦୁଇ ପୁଅ ଅଛନ୍ତି । ପ୍ରଥମ ପତ୍ନୀଙ୍କ ପୁଅ ନାଗା ଚୈତନ୍ୟ ଓ ଦ୍ୱିତୀୟ ପତ୍ନୀଙ୍କ ପୁଅ ଅଖିଳ ଅକ୍କିନେନି । ଉଭୟ ନାଗା ଚୈତନ୍ୟ ଓ ଅଖିଲ ଅକ୍କିନେନି ସାଉଥ ସିନେମାର ଜଣାଶୁଣା କଳାକର ।
ଦ୍ୱିତୀୟ ବିବାହ ପରେ ବି ବଲିଉଡ ଅଭିନେତ୍ରୀ ତବ୍ୱୁଙ୍କୁ ମନ ଦେଇ ବସିଥିଲେ ନାଗାର୍ଜୁନ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଚାଲିଥିବା ବେଳେ ଦୀର୍ଘ ୧୦ ବର୍ଷ କାଳ ଏମାନଙ୍କର ଆଫେୟାର୍ସ ଚର୍ଚ୍ଚାରେ ରହିଥିଲା । ହେଲେ ଏପଟେ ନାଗାର୍ଜୁନ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବାକୁ ଚାହୁଁ ନ ଥିଲେ । ତେଣୁ ପରେ ତବ୍ୱୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri