Posted inଜାତୀୟ

ମମତାଙ୍କୁ ସ୍ବାଗତ କଲେ ଅଖିଳେଶ

ଲକ୍ଷ୍ନୌ,୫।୧୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାତୀୟ ରାଜନୀତିରେ ଟିଏମ୍‌ସିର ପତିଆରା ବୃଦ୍ଧିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତା ଜାତୀୟ ସ୍ତରରେ ବିରୋଧୀ ସାମ୍ମୁଖ୍ୟର ନେତୃତ୍ୱ ନେଲେ ସେଥିରେ ସାମିଲ ହେବେ ବୋଲି ଅଖିଳେଶ ସଙ୍କେତ ଦେଇଛନ୍ତି। କାରଣ ୟୁପିରୁ ଭାଜପାକୁ ହଟାଇବାକୁ ଚାହୁଁଥିବା ଅଖିଳେଶଙ୍କ ପାଇଁ କଂଗ୍ରେସ ନେତୃତ୍ୱ ଗ୍ରହଣୀୟ ନୁହେଁ ।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବାବେଳେ ରାଜ୍ୟରୁ ଭାଜପା ସରକାରକୁ ହଟାଇ କ୍ଷମତାକୁ ଫେରିବା ସମାଜବାଦୀ ପାର୍ଟି (ଏସ୍‌ପି) ମୁଖିଆ ଅଖିଳେଶ ଯାଦବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏଥିଲାଗି ସେ ଛୋଟ ବିରୋଧୀ ଦଳଗୁଡ଼ିକୁ ନେଇ ୟୁପିରେ ଏକ ପ୍ଲାଟ୍‌ଫର୍ମ ତିଆରି କରୁଛନ୍ତି। ଏଭଳି ସମୟରେ ଜାତୀୟ ରାଜନୀତିରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପତିଆରା ବୃଦ୍ଧିକୁ ଦେଖି ଅଖିଳେଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତାଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ ଏକ ବିକଳ୍ପ ରାଜନୈତିକ ସାମ୍ମୁଖ୍ୟ ଗଠନ ହେଲେ ଏସ୍‌ପି ସେଥିରେ ସାମିଲ ହୋଇପାରେ ବୋଲି ଅଖିଳେଶ ସଙ୍କେତ ଦେଇଛନ୍ତି। କାରଣ ଉଭୟ ମମତା ଓ ଅଖିଳେଶଙ୍କ ବଡ଼ଶତ୍ରୁ ଭାଜପା ହୋଇଥିବାବେଳେ କଂଗ୍ରେସ ନେତୃତ୍ୱକୁ ସ୍ବୀକାର କରି ବାଟ ଚାଲିବାକୁ ଦୁହେଁ ନାରାଜ।
ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଦିନରେ ଦୁଇ ବଡ଼ ଜାତୀୟ ଦଳ ଭାଜପା ଏବଂ କଂଗ୍ରେସ ପାଇଁ ସବୁଠୁ ବଡ଼ ଅଡ଼ୁଆ ସାଜିବାକୁ ଯାଉଛନ୍ତି, ଯାହାର ଫାଇଦା କେବଳ ଆଞ୍ଚଳିକ ଦଳଗୁଡ଼ିକୁ ମିଳିପାରେ। ମମତା ନିକଟରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଆଉ ନାହିଁ କହି କଂଗ୍ରେସର ରାଜନୈତିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟିଏମ୍‌ସି ନେତ୍ରୀଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିର ଏକ ସଙ୍କେତ ବୋଲି ବିଶ୍ଳେଷକମାନେ ବିବେଚନା କରୁଛନ୍ତି। ସେପଟେ ୟୁପିରୁ ଯୋଗୀ ସରକାରଙ୍କୁ ହଟାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଅଖିଳେଶ ମାରାଥନ୍‌ ରାଲି କରି ଭାଜପା ବିରୋଧରେ ଲୋକଙ୍କୁ ତତାଉଛନ୍ତି। ଏହି କ୍ରମରେ ଅଖିଳେଶ ଶୁକ୍ରବାର ଝାନ୍ସିରେ ଖବରଦାତାଙ୍କୁ ସମ୍ବୋଧିତ କରି କହିଥିଲେ, ମମତାଙ୍କୁ ସ୍ବାଗତ। ପଶ୍ଚିମବଙ୍ଗରେ ଭାଜପା ଯେପରି ମୂଳପୋଛ ହୋଇଗଲା ଏଠାକାର ଭୋଟର ଗୈରିକ ଦଳକୁ ସେପରି ହଟାଇଦେବେ। ସମାଜବାଦୀ ପାର୍ଟି ଆରମ୍ଭ କରିଥିବା ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ବେକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବା ହାସ୍ୟାସ୍ପଦ କଥା। ଭାଜପା ତାଙ୍କ ଅମଳରେ କରାଯାଇଥିବା ପ୍ରକଳ୍ପଗୁଡ଼ିକର ଶ୍ରେୟ ନେବାକୁ ଉଦ୍ୟମ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସମାଲୋଚନା କରିଥିଲେ।
ଏହି ଅବସରରେ ଅଖିଳେଶ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ଉତ୍ତର ପ୍ରଦେଶର ଜନତା କଂଗ୍ରେସକୁ ଗ୍ରହଣ କରିବେ ନାହିଁ। ଆସନ୍ତା ନିର୍ବାଚନରେ ଏହି ଦଳକୁ ଶୂନ ଆସନ ମିଳିବ ବୋଲି ସେ କହିଥିଲେ। ପ୍ରକାଶ ଯେ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମୋରାଦାବାଦରେ ଏକ ସଭାକୁ ସମ୍ବୋଧନ ଅବସରରେ ଲଖିମପୁର ଖେରି ହିଂସା ପ୍ରସଙ୍ଗରେ ଅଖିଳେଶଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ଏସ୍‌ପି ଏବଂ କଂଗ୍ରେସ ଏକାଠି ଲଢ଼ିଥିଲେ। ଉତ୍ତର ପ୍ରଦେଶ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ କଂଗ୍ରେସ ସହ ମେଣ୍ଟକୁ ନେଇ ଆମର ଭଲ ଅନୁଭୂତି ନାହିଁ ବୋଲି ଅଖିଳେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri