Posted inଜାତୀୟ

ଅଖିଳେଶ ଜାରି କଲେ ବଚନ ପତ୍ର, ୨ ଚକିଆ ଚାଳକଙ୍କୁ ୧ ଲିଟର ମାଗଣା ପେଟ୍ରୋଲ-ମୃତ ଚାଷୀଙ୍କୁ ୨୫ ଲକ୍ଷ…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ଏହାକୁ ବଚନ ପତ୍ର ଭାବେ ନାମିତ କରାଯାଇଛି।
ଏସ୍‌ପି ସରକାର ଗଠନ ହେଲେ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୨୦୨୫ ସୁଦ୍ଧା କୃଷକମାନଙ୍କୁ ଋଣମୁକ୍ତ କରାଯିବ।

ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍‌, କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ, ପ୍ରତ୍ୟେକ ଦୁଇ ଚକିଆ ଡ୍ରାଇଭରକୁ ୧ ଲିଟର ପେଟ୍ରୋଲ, ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ, ଗରିବ ପରିବାର ପାଇଁ ବର୍ଷକୁ ଦୁଇଟି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସେହିପରି ବାଳିକାମାନଙ୍କ ପାଇଁ ଶିକ୍ଷା କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା , ୧ କୋଟି ଲୋକଙ୍କ ପାଇଁ ପେନସନ୍‌ ସୁବିଧା, ୧୦ ଟଙ୍କାରେ ଭୋଜନ ଥାଳି ଏବଂ ଗରିବ ଲୋକଙ୍କ ପାଇଁ ଶସ୍ତା ଗ୍ରୋସରୀ ଦୋକାନ ପାଇଁ ବଚନ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି।

ବଚନ ପତ୍ର ଅନୁଯାୟୀ, ଦ୍ୱାଦଶ ପାଶ ପାର ସମସ୍ତ ଛାତ୍ରୀଙ୍କୁ ଲାପଟପ ଦିଆଯିବ, ଶିଳ୍ପ ପାଇଁ ଗୋଟିଏ ଛାତ ତଳେ କ୍ଲିୟରାନ୍ସ ବ୍ୟବସ୍ଥା କରାଯିବ, ଘରୋଇ ଗ୍ରାହକଙ୍କୁ ୩୦୦ ୟୁନିଟ ବିଦ୍ୟୁତ୍‌ ମାଗଣାରେ ଯୋଗାଇ ଦିଆଯିବ, ସମସ୍ତ ଗ୍ରାମ ଏବଂ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍‌ ଯୋଜନା ପୁଣି ଲାଗୁ ହେବ। ଉତ୍ତରପ୍ରଦେଶକୁ ଶତପ୍ରତିଶତ ସାକ୍ଷର ରାଜ୍ୟରେ ପରିଣତ କରାଯିବ। ପ୍ରତ୍ୟେକ ମଣ୍ଡଳରେ ସୈନିକ ସ୍କୁଲ ପ୍ରତିଷ୍ଠା ହେବ, ଜିଲା ଡାକ୍ତରଖାନାଗୁଡ଼ିକର ନବୀକରଣ କରାଯିବ, ଶିକ୍ଷା ବଜେଟ ତିନି ଗୁଣ ବୃଦ୍ଧି ହେବ, ଶିକ୍ଷା ସହର ସୃଷ୍ଟି ହେବ, ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ ହେବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଅଖିଳେଶ ଯାଦବ ତାଙ୍କ ପ୍ରତିଶ୍ରୁତି ପତ୍ରରେ କହିଛନ୍ତି ଯେ ଗୋଟିଏ ବର୍ଷ ମଧ୍ୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ଶେଷ ହେବ ଏବଂ ଶିକ୍ଷାମିତ୍ରମାନଙ୍କୁ ତାଲିମ ଦେଇ ନିୟମିତ କରାଯିବ। ମହିଳା ଶିକ୍ଷକମାନଙ୍କୁ ନିଜ ପସନ୍ଦର ଜିଲାରେ ଚାକିରିର ବିକଳ୍ପ ଦିଆଯିବ, ରାଜ୍ୟ ପୋଲିସ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ, ମହିଳାମାନଙ୍କ କ୍ଷେତ୍ରରେ ସମାନ କାମ ପାଇଁ ସମାନ ଦରମା ନିୟମ ଲାଘୁ ହେବ। ନିଜ ଘର ଜିଲା ନିକଟରେ ଥିବା ଅଞ୍ଚଳରେ ପୋଲିସ କର୍ମଚାରୀଙ୍କୁ ପୋଷ୍ଟିଂ କରାଯିବ, ସମସ୍ତ ପୋଲିସ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଆଯିବ।

ଏହି ପ୍ରତିଶ୍ରୁତି ପତ୍ର ଅନୁଯାୟୀ ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ପ୍ରତି ମାସରେ ୨ ଲିଟର ପେଟ୍ରୋଲ ମାଗଣାରେ ଦିଆଯିବ। ସମସ୍ତ ତହସିଲ ଏବଂ ପୋଲିସ ଷ୍ଟେସନକୁ ଦୁର୍ନୀତିମୁକ୍ତ କରାଯିବ। ସମଗ୍ର ୟୁପିରେ ଏକ୍ସପ୍ରେସ-ୱେର ଏକ ନେଟୱାର୍କ ସ୍ଥାପିତ କରାଯିବ। ଯାହାଫଳରେ ସମସ୍ତ ଜିଲାର ଲୋକମାନେ ୫ ଘଣ୍ଟା ମଧ୍ୟରେ ଯେ କୌଣସି ସ୍ଥାନରୁ ଲକ୍ଷ୍ନୌକୁ ଆସିପାରିବେ। ସମସ୍ତ ଜିଲା ୪ ଲେନ୍‌ ରାସ୍ତା ସହିତ ସଂଯୋଗ ହେବ ବୋଲି ବଚନ ପତ୍ରରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri