Posted inଜାତୀୟ

ଅଖିଳେଶ କେବଳ ନାମକୁ ମାତ୍ର ଅଧ୍ୟକ୍ଷ: ଭାଜପା…

ଲକ୍ଷ୍ନୌ,୩।୬ : ସମାଜବାଦୀ ପାର୍ଟି (ଏସପି)ର ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ମୁଲାୟମ ସିଂ ଯାଦବଙ୍କ ସମୁଦି ତଥା ପୂର୍ବତନ ବିଧାୟକ ହରିଓମ ଯାଦବ ପୁଣି ଥରେ ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଏସପି ଜାତୀୟ ସାଧାରଣ ସଚିବ ରାମ ଗୋପାଲ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ହରିଓମ କହିଛନ୍ତି ଅଖିଳେଶ ଯାଦବ କେବଳ ନାମକୁ ମାତ୍ର ଦଳର ଅଧ୍ୟକ୍ଷ। ଦଳର ପୁରା ଡୋର ରାମ ଗୋପାଲ ଯାଦବଙ୍କ ହାତରେ ରହିଛି।

ଶିବପାଲ ଯାଦବଙ୍କ ବିଷୟରେ ନିଜର ମତ ରଖି ସେ କହିଛନ୍ତି ଯଦି ଶିବପାଲ ଭାଜପାରେ ଯୋଗ ଦେଇଥାନ୍ତେ ତେବେ ତାଙ୍କୁ ସମ୍ମାନ ଦିଆଯାଇଥାନ୍ତା। ଏହା ସହିତ ଭାଜପା ତାଙ୍କୁ କୌଣସି ସ୍ଥାନରୁ ଏମପି କରିଥାନ୍ତା। ଏସପିରେ ଶିବପାଲଙ୍କ କଥା କେହି ଶୁଣୁ ନାହାଁନ୍ତି। ଭାଜପାରେ ତାଙ୍କର ଅଧ୍ୟାୟ ଶେଷ ହୋଇଛି। କିନ୍ତୁ ଯେ କୌଣସି ସମୟରେ ତାହା ଆରମ୍ଭ ମଧ୍ୟ ହୋଇପାରେ। ଅଖିଳେଶ ଯାଦବ ତାଙ୍କ ଲୋକଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ଉଚିତ। ରାମଗୋପାଲ ଯାଦବ ନିଜେ କେବେ ହେଲେ ନିର୍ବାଚନ ଜିତି ପାରିବେ ନାହିଁ। କେବଳ ଏତିକି ନୁହେଁ, ଯଦି ସୈଫଇରୁ ରାମଗୋପାଲ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ତାଙ୍କୁ ମଧ୍ୟ ସେଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ ।

ଏହା ପୂର୍ବରୁ ମଧ୍ୟ ହରିଓମ ରାମଗୋପାଲଙ୍କୁ କଡ଼ା ସମାାଲୋଚନା କରିଥିଲେ। ହରିୟମ କହିଥିଲେ ସେ ପାର୍ଟିକୁ ନଷ୍ଟ କରିଦେବେ। ୨୦୨୨ ବିଧାନସଭା ନିର୍ବାଚନରେ ମୁଲାୟମ ସିଂଙ୍କ ଯୋଗୁଁ ଏସପି ସହଯୋଗୀ ଦଳ ୧୦୦ ଟି ଆସନ ପାଇଥିଲେ, କିନ୍ତୁ ୨୦୨୭ ନିର୍ବାଚନରେ ଏସପିଙ୍କ ବିଧାୟକଙ୍କୁ ଦେଖିବାକୁ ମିଳିବ ନାହିଁ। ୨୦୨୪ ଲୋକସଭା ନିର୍ବାଚନରେ ଏସପିଙ୍କ ଖାତା ମଧ୍ୟ ଖୋଲିବ ନାହିଁ।

ସୂଚନାଯୋଗ୍ୟ ହରିଓମ ଏସପି ଟିକଟରେ ତିନିଥର ବିଧାୟକ ହୋଇଥିଲେ। ସେ ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଶିବିରରେ ଯୋଗ ଦେଇଥିଲେ। ହରିୟମ ଯାଦବ ୨୦୦୨ ରେ ଶିଖୋହାବାଦରୁ ଏବଂ ୨୦୧୨ ଏବଂ ୨୦୧୭ ରେ ସିରସାଗଞ୍ଜ ଆସନରୁ ବିଧାୟକ ହୋଇଥିଲେ। ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ହରିଓମଙ୍କୁ ସିରସାଗଞ୍ଜରୁ ଏସପି ଟିକେଟ ଦେବାକୁ ମନା କରିଦେଇଥିଲା। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri