ଛିଣ୍ଡୁନି ଆଖଡ଼ାଶାଳୀ ବନ୍ଦର ଝମେଲା

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ଆଖଡ଼ାଶାଳୀଠାରେ ମହାନଦୀ ମୁହାଣରେ ନଦୀଭିତ୍ତିକ ବନ୍ଦର ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ଘୋଷଣା ହେବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବନ୍ଦର ନିର୍ମାଣ ପାଇଁ ହେବାକୁ ଥିବା ବୁଝାମଣା ପତ୍ର (ଏମ୍‌ଓୟୁ) ଲାଗି ବାଟ ଫିଟି ପାରୁନାହିଁ। ରାଜସ୍ବ ଧାର୍ଯ୍ୟକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି) ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ହୋଇ ପାରୁନାହିଁ।

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଆଖଡ଼ାଶାଳୀ ନଦୀଭିତ୍ତିକ ବନ୍ଦର ପାଇଁ ନିକଟରେ ପିପିଟି ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସେହିସମୟରେ ବନ୍ଦର ପଣ୍ୟକାରବାର ଉପରେ ରାଜ୍ୟ ସରକାର ୫ରୁ ୧୨% ପର୍ଯ୍ୟନ୍ତ ରୟାଲ୍‌ଟି ଦାବି କରିଥିଲେ। ହେଲେ ବନ୍ଦର ଚଳାଇବା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଯାହା ପଇଠ କରିବ ସେହି ଆଧାରରେ ରୟାଲ୍‌ଟି ଦେବାକୁ ପିଟିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଛି। ଏହାଦ୍ୱାରା ରାଜ୍ୟର ବହୁକୋଟି ଟଙ୍କାର ରାଜସ୍ବ କ୍ଷତି ହୋଇପାରେ। ଫଳରେ ରାଜ୍ୟ ସରକାର ଏହି ପ୍ରସ୍ତାବ ଉପରେ ରାଜି ହେଉନାହାନ୍ତି। ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ପିପିଟିକୁ ରାଜ୍ୟ ସରକାର କହିଥିବା ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଜଣାପଡ଼ିଛି। ଆସନ୍ତା ୨ ମାସ ମଧ୍ୟରେ ପିପିଟି ଏ ନେଇ ଚୂଡ଼ାନ୍ତ ପ୍ରସ୍ତାବ ଦେବ। ତା’ ପରେ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଏମ୍‌ଓୟୁ ସ୍ବାକ୍ଷର ହୋଇପାରେ ବୋଲି ସୂଚନା ମିଳିଛି।
ଆଖଡ଼ାଶାଳୀରେ ନଦୀଭିତ୍ତିକ ବନ୍ଦରକୁ ସରକାରୀ ଘରୋଇ ଭାଗୀଦାରି (ପିପିପି) ମାଧ୍ୟମରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୪ଟି ଘରୋଇ ସଂସ୍ଥା ରିକ୍ୟୁଏଷ୍ଟ ଫର୍‌ ପ୍ରପୋଜାଲ(ଆର୍‌ଏଫ୍‌ପି) ଦେଇଥିଲେ। ମାତ୍ର ଉକ୍ତ ସଂସ୍ଥାଗୁଡ଼ିକ ଏମ୍‌ଓୟୁ ସ୍ବାକ୍ଷର କରିବା ବଦଳରେ ସମୟ ଗଡ଼ାଇ ଚାଲିଥିଲେ। ଘରୋଇ ସଂସ୍ଥା ଆଗ୍ରହ ନ ଦେଖାଇବାରୁ ରାଜ୍ୟ ସରକାର ଏହି ବନ୍ଦରର ବିକାଶ କରିବାକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ୨୦୨୦ ଏପ୍ରିଲ ସୁଦ୍ଧା ଏମ୍‌ଓୟୁ ସ୍ବାକ୍ଷର ହୋଇଥାଆନ୍ତା। ମାତ୍ର କରୋନା ମହାମାରୀ ଯୋଗୁ ଏମ୍‌ଓୟୁ ସ୍ବାକ୍ଷର ପାଇଁ ରାସ୍ତା ବାହାରି ପାରି ନ ଥିଲା। ଦୁଇବର୍ଷ ପରେ ପୁଣି ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବନ୍ଦରର ବିକାଶ ପାଇଁ ପିପିଟି ୪ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ। ଏଥିରେ ବାର୍ଷିକ ୪୫.୮୮ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ଆକଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବନ୍ଦର ପାଇଁ ୧୭୫ ହେକ୍ଟର ଜମିର ଆବଶ୍ୟକତା ରହିଛି। ପରବର୍ତ୍ତୀ ସମୟରେ ଏହାର କ୍ଷମତା ବୃଦ୍ଧି କରିବାକୁ ଆହୁରି ୧୩୦ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ଏହି ବନ୍ଦରରୁ ପୂର୍ଣ୍ଣ କାରବାର ପାଇଁ ଜାତୀୟ ରଜାପଥ ନଂ. ୫୩ ଏବଂ ହରିଦାସପୁର- ପାରାଦୀପ ସହିତ ରେଳଲାଇନ ସଂଯୋଗ କରାଯିବ। ଏଥିରେ ପ୍ରାୟ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେନ୍ଦ୍ର ସରକାର ରାଜି ହେବା ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ପିପିଟି ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ସମେତ ଏକ ଉଚ୍ଚସ୍ତରୀୟ ଟିମ୍‌ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ।
କେବଳ ଆଖଡ଼ାଶାଳୀ ନୁହେଁ, ୧୬ ବର୍ଷ ପରେ ମଧ୍ୟ ରାଜ୍ୟରେ ନୂଆ ବନ୍ଦର ବିକାଶ ନେଇ ସେପରି କିଛି ଆଖିଦୃଶିଆ ପ୍ରଗତି ହୋଇନାହିଁ। କେବଳ ପାରାଦୀପ ଓ ଧାମରା ବନ୍ଦରକୁ ଛାଡିଦେଲେ ଅନ୍ୟ ୧୩ ପ୍ରସ୍ତାବିତ ବନ୍ଦର କୋର୍ଟ କଚେରି ମାମଲା ଏବଂ ଘରୋଇ କମ୍ପାନୀଙ୍କ ଅନାଗ୍ରହ ଯୋଗୁ ଆଗେଇ ପାରୁନାହିଁ। ରାଜ୍ୟ ସରକାର ଘରୋଇ ଭାଗୀଦାରିରେ ପୁରୁଣା ଓ ନୂଆ ପ୍ରସ୍ତାବିତ ବନ୍ଦର ବିକାଶ କରିବାକୁ ୨୦୦୪ରେ ବନ୍ଦର ନୀତି କାର୍ଯ୍ୟକାରୀ କରିଥିଲେ। ଜଳପଥ ପରିବହନଠାରୁ ଆରମ୍ଭ କରି ଶିଳ୍ପ, ନୂତନ ବନ୍ଦର ଚିହ୍ନଟ, ବନ୍ଦରଭିତ୍ତିକ ଭିତ୍ତିଭୂମି ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି। ନୂତନ ବନ୍ଦର ପାଇଁ ଏକ ସାମୁଦ୍ରିକ (ମାରିଟାଇମ) ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡ ବନ୍ଦର ନିର୍ମାଣ ପାଇଁ ଜମି, ପାଣି, ବିଦ୍ୟୁତ୍‌ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରିବା ପାଇଁ ସିଙ୍ଗଲଓ୍ବିଣ୍ଡୋ ଭାବେ କାର୍ଯ୍ୟ କରିବ। ଏହାଛଡ଼ା ଏହି ବୋର୍ଡ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ପରିବେଶ ମଞ୍ଜୁରୀ ଭଳି ବିଭିନ୍ନ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ କାର୍ଯ୍ୟ କରିବ। ଏହାଦ୍ୱାରା ରାଜ୍ୟର ରପ୍ତାନି, ଆମଦାନୀ, ଜାତୀୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ବୃଦ୍ଧି ପାଇବ। ରାଜ୍ୟରେ ଥିବା ବୃହତ୍‌ ଓ କ୍ଷୁଦ୍ର ବନ୍ଦରଗୁଡ଼ିକର ବିକାଶ କ୍ଷେତ୍ରରେ ଏହି ନୀତି କାର୍ଯ୍ୟ କରିବ। ଏହାଛଡ଼ା ଜାହାଜ ନିର୍ମାଣ, ମରାମତି କ୍ଷେତ୍ରରେ ମଧ୍ୟ ଏହି ନୀତି ସହାୟତା କରିବ।
ପରିବହନ ବ୍ୟବସ୍ଥାର ବିକାଶ କରିବା ପାଇଁ ବନ୍ଦରଗୁଡ଼ିକ ସହିତ ନଦୀକୁ ସଂଯୋଗ କରିବା ଲକ୍ଷ୍ୟରେ ବନ୍ଦର ନୀତି କରାଯାଇଛି। ହେଲେ ଏହି ଲକ୍ଷ୍ୟ କେବଳ ଲକ୍ଷ୍ୟରେ ହିଁ ରହିଯାଇଛି। ଚିହ୍ନଟ ହୋଇଥିବା ପ୍ରସ୍ତାବିତ ବନ୍ଦର ବିକାଶ କରିବାକୁ ଘରୋଇ ସଂସ୍ଥା ଆଗ୍ରହ ଦେଖାଉନାହାନ୍ତି। ପାରାଦୀପ ଓ ଗୋପାଳପୁର ବନ୍ଦରକୁ ବାଦ୍‌ଦେଲେ ରାଜ୍ୟରେ ୧୩ଟି ପ୍ରସ୍ତାବିତ ବନ୍ଦର ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହବଳପୁର, ଚାନ୍ଦିପୁର, ଇଞ୍ଜୁଡି, ଭଦ୍ରକ ଜିଲାର ଚୂଡାମଣି, ଧାମରା, ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ, ବାଲିହରଚଣ୍ଡୀ, ଗଞ୍ଜାମ ଜିଲାର ପାଲୁର, ବାହୁଦା ମୁହାଣ ଏବଂ କେନ୍ଦ୍ରାପଡ଼ା ଜିଲାର ଆଖଡ଼ାଶାଳୀ। ଏଥିମଧ୍ୟରୁ ବିଚିତ୍ରପୁର, ବାହାବଳପୁର, ଚାନ୍ଦିପୁର, ଜଟାଧାର, ବାଲିହରଚଣ୍ଡୀ, ପାଲୁର, ବାହୁଦା ଏବଂ ଇଞ୍ଜୁଡି ପ୍ରସ୍ତାବିତ ବନ୍ଦର କେବଳ ବିଜ୍ଞପ୍ତିରେ ସୀମିତ ହୋଇ ରହିଯାଇଛି।
ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ମୁହାଣ ବନ୍ଦର ପାଇଁ ୨୦୦୬ ଡିସେମ୍ବର ୧୮ରେ ଏକ ଘରୋଇ ସଂସ୍ଥା ସହ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଥିଲା। ଏହି ବନ୍ଦର ପାଇଁ ୨୬୨.୬୮୯ ଏକର ଜମି ଅଧିଗ୍ରହଣ ହୋଇଥିଲା। ହେଲେ ୧୪ ବର୍ଷ ପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ଚୂଡ଼ାମଣି ବନ୍ଦର ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ୨୦୦୧ ଅକ୍ଟୋବର ୨୨ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଛି। ଧାମରା ବନ୍ଦର ପାଇଁ ଇଣ୍ଟରନ୍ୟାଶନାଲ ସି ପୋର୍ଟ ୧୯୯୭ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲା। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ପରେ ଏହି ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅସ୍ତରଙ୍ଗ ବନ୍ଦର ବିକାଶ ପାଇଁ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ସହ ୨୦୧୦ରେ ଚୁକ୍ତିପତ୍ର ସ୍ବାକ୍ଷର କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। କେବଳ ଗୋପାଳପୁର ବନ୍ଦର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri