Posted inଖେଳ

ଆରସିବିକୁ ଲାଗିଲା ବଡ଼ ଝଟ୍‌କା: ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ଦୁବାଇ,୩୦।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସରେ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଦଳ ୟୁଏଇରେ ପହଞ୍ଚିଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ ରାହୁଲଙ୍କ ପରି କିଛି ଭାରତୀୟ ଖେଳାଳି ବିଳମ୍ବରେ ୟୁଏଇରେ ସେମାନଙ୍କ ଫ୍ରାଞ୍ଚାଇଜରେ ଯୋଗଦେବେ। ଏହି ଖେଳାଳିମାନେ ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ମାତ୍ର ୨୦ ଦିନ ବାକି ଥିବାବେଳେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଏକ ବଡ଼ ଝଟକା ଲାଗିଛି। ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଆରସିବିର ତାରକା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରୁ ବାଦ ପଡିଛନ୍ତି। ସୁନ୍ଦର ବାଦ୍‌ ପଡିବା ପରେ ଶାହାବାଜ ଅହମ୍ମଦଙ୍କୁ ଅଧିକ ମ୍ୟାଚ ମିଳିବ ବୋଲି ଆଶା କରାଯାଉଛି। ସୁନ୍ଦରଙ୍କ ସ୍ଥାନରେ ବେଙ୍ଗଲ କ୍ରିକେଟର ଏବଂ ଆରସିବି ନେଟ ବୋଲର ଆକାଶଦୀପଙ୍କୁ ସ୍ଥାନ ଦିଆଯାଇଛି। ଆରସିବି ୨୦ ସେପ୍ଟେମ୍ବରରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବ।
ଜୁଲାଇରେ ଭାରତ ଇଂଲଣ୍ଡ ଗସ୍ତରେ ପ୍ରଥମ ଶ୍ରେଣୀ ଅଭ୍ୟାସ ମ୍ୟାଚରେ ସୁନ୍ଦର ଆହତ ହୋଇଥିଲେ। ସେ ୱାର୍ମ ଅପ ମ୍ୟାଚରେ କାଉଣ୍ଟି ସିଲେକ୍ଟ ଏକାଦଶରେ ଖେଳୁଥିବାବେଳେ ମହମ୍ମଦ ସିରାଜଙ୍କ ବାଉନ୍ସର୍‌ ଦ୍ୱାରା ଆହତ ହୋଇଥିଲେ ଏବଂ ଏହା ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜରେ ଭାରତ ପାଇଁ ଖେଳିବାର ସ୍ବପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା। ଏହି ସିରିଜ ପାଇଁ ସୁନ୍ଦରଙ୍କୁ ଅଲରାଉଣ୍ଡର ଭାବରେ ମନୋନୀତ କରାଯାଇଥିଲା। ଆଇପିଏଲରେ ୪୨ଟି ମ୍ୟାଚରେ ସୁନ୍ଦର୨୭ଟି ଉଇକେଟ ନେଇଛନ୍ତି। ସେ ରାଇଜିଂ ପୁଣେ ସୁପରଜିଆଣ୍ଟସ ସହିତ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ୨୦୧୮ରେ ଆରସିବିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri