Posted inଖେଳ

ଆରସିବିକୁ ଲାଗିଲା ବଡ଼ ଝଟ୍‌କା: ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ଦୁବାଇ,୩୦।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସରେ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଦଳ ୟୁଏଇରେ ପହଞ୍ଚିଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ ରାହୁଲଙ୍କ ପରି କିଛି ଭାରତୀୟ ଖେଳାଳି ବିଳମ୍ବରେ ୟୁଏଇରେ ସେମାନଙ୍କ ଫ୍ରାଞ୍ଚାଇଜରେ ଯୋଗଦେବେ। ଏହି ଖେଳାଳିମାନେ ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ମାତ୍ର ୨୦ ଦିନ ବାକି ଥିବାବେଳେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଏକ ବଡ଼ ଝଟକା ଲାଗିଛି। ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଆରସିବିର ତାରକା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରୁ ବାଦ ପଡିଛନ୍ତି। ସୁନ୍ଦର ବାଦ୍‌ ପଡିବା ପରେ ଶାହାବାଜ ଅହମ୍ମଦଙ୍କୁ ଅଧିକ ମ୍ୟାଚ ମିଳିବ ବୋଲି ଆଶା କରାଯାଉଛି। ସୁନ୍ଦରଙ୍କ ସ୍ଥାନରେ ବେଙ୍ଗଲ କ୍ରିକେଟର ଏବଂ ଆରସିବି ନେଟ ବୋଲର ଆକାଶଦୀପଙ୍କୁ ସ୍ଥାନ ଦିଆଯାଇଛି। ଆରସିବି ୨୦ ସେପ୍ଟେମ୍ବରରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବ।
ଜୁଲାଇରେ ଭାରତ ଇଂଲଣ୍ଡ ଗସ୍ତରେ ପ୍ରଥମ ଶ୍ରେଣୀ ଅଭ୍ୟାସ ମ୍ୟାଚରେ ସୁନ୍ଦର ଆହତ ହୋଇଥିଲେ। ସେ ୱାର୍ମ ଅପ ମ୍ୟାଚରେ କାଉଣ୍ଟି ସିଲେକ୍ଟ ଏକାଦଶରେ ଖେଳୁଥିବାବେଳେ ମହମ୍ମଦ ସିରାଜଙ୍କ ବାଉନ୍ସର୍‌ ଦ୍ୱାରା ଆହତ ହୋଇଥିଲେ ଏବଂ ଏହା ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜରେ ଭାରତ ପାଇଁ ଖେଳିବାର ସ୍ବପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା। ଏହି ସିରିଜ ପାଇଁ ସୁନ୍ଦରଙ୍କୁ ଅଲରାଉଣ୍ଡର ଭାବରେ ମନୋନୀତ କରାଯାଇଥିଲା। ଆଇପିଏଲରେ ୪୨ଟି ମ୍ୟାଚରେ ସୁନ୍ଦର୨୭ଟି ଉଇକେଟ ନେଇଛନ୍ତି। ସେ ରାଇଜିଂ ପୁଣେ ସୁପରଜିଆଣ୍ଟସ ସହିତ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ୨୦୧୮ରେ ଆରସିବିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri