ଏନ୍‌ଇଇଟି (ୟୁଜି)ରେ ଆକାଶ ବାଇଜୁସର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନଇଇଟି (ୟୁଜି)-୨୦୨୩ ଫଳାଫଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏପରିକି ଏନଇଇଟି (ୟୁଜି)-୨୦୨୩ର ଅଲ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ସୂଚୀ ଅନୁସାରେ ଶ୍ରେଷ୍ଠ-୧୦ ଜଣଙ୍କ ମଧ୍ୟରେ ଆକାଶ ବାଇଜୁସର ୪ଜଣ ଛାତ୍ର ଅଲ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ସୂଚୀ ଅନୁସାରେ ୩ୟ,୫ମ,୬ଷ୍ଠ ଏବଂ ୮ମରେ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରେଷ୍ଠ ୫୦ ମଧ୍ୟରେ ଆକାଶ ବାଇଜୁସର ୩୦ଜଣ ଛାତ୍ରୀଛାତ୍ର ସ୍ଥାନ ପାଇଥିବାବେଳେ ଶ୍ରେଷ୍ଠ-୧୦୦ ତମ ସ୍ଥାନରେ ଅନୁଷ୍ଠାନର ୫୭ ଜଣ ଛାତ୍ରୀଛାତ୍ର ସାମିଲ ଅଛନ୍ତି। ଅପରପକ୍ଷରେ ୧୪୫ ରୁ ଅଧିକ ପିଲା ୭୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବାବେଳେ ୧୦୯ ଜଣ ପିଲା ସେଥିମଧ୍ୟରୁ ଆକାଶ ବାଇଜୁସର କ୍ଲାସରୁମ ପ୍ରୋଗ୍ରାମରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏପରିକି ୫୦୦ରୁ ଅଧିକ ନମ୍ବର ରଖି ଆକାଶ ବାଇଜୁସର ଲକ୍ଷାଧିକ କୃତୀ ଛାତ୍ରୀଛାତ୍ର ଏନଇଇଟି (ୟୁଜି)-୨୦୨୩ରେ ସଫଳତା ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ଆକାଶ ବାଇଜୁସର ବିଭିନ୍ନ ସେଣ୍ଟରର ଶ୍ରେଷ୍ଠ ସ୍କୋରଧାରୀଙ୍କ ମଧ୍ୟରେ କୌସ୍ତଭ ବାଉରୀ ୭୨୦ରୁ ୭୧୬ ନମ୍ବର ରଖିବା ସହିତ ଅଲ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ସୂଚୀ ଅନୁସାରେ ୩ୟ ସ୍ଥାନରେ ରହିଛନ୍ତି। ସେହିଭଳି ଧ୍ରୁବ ଆଡଭାନୀ ୭୨୦ରୁ ୭୧୫ ନମ୍ବର ସହ ଏଆଇଆର- ୫ ଏବଂ ସୂର୍ଯ୍ୟ ସିଦ୍ଧାର୍ଥ ଏନ୍‌ ୭୨୦ରୁ ୭୧୫ ନମ୍ବର ସହ ଏଆଇଆର-୬ ଏବଂ ସ୍ବୟମ ଶକ୍ତି ଟି ୭୨୦ରୁ ୭୧୫ ନମ୍ବର ସହ ଏଆଇଆର-୮ ସ୍ଥାନରେ ରହିଛନ୍ତି। ଏପରିକି ୭୨୦ରୁ ୭୧୫ ନମ୍ବର ରଖିଥିବା ଧ୍ରୁବ ଆଡଭାନୀ କର୍ନାଟକ ରାଜ୍ୟ ଟପ୍ପର ହୋଇଥିବାବେଳେ ସ୍ବୟମ ଶକ୍ତି ଟି ଓଡିଶା ରାଜ୍ୟ ଟପ୍ପର ହୋଇଛନ୍ତି। ବିଶେଷ କରି ଏନଇଇଟି (ୟୁଜି)-୨୦୨୩ରେ ବେଶ ପ୍ରଭାବୀ ପ୍ରଦର୍ଶନୀ ସହ କୃତକାର୍ଯ୍ୟ ହାସଲ କରିଥିବା ସମସ୍ତ ଛାତ୍ରୀଛାତ୍ର ଆକାଶ ବାଇଜୁସର ବିଭିନ୍ନ ବର୍ଗର କ୍ଲାସରୁମ ପ୍ରୋଗ୍ରାମ କୋର୍ସରୁ ମନୋନୀତ ହୋଇଥିବା ଆକାଶ ବାଇଜୁସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri