‘କଳାକୁ ଉଦ୍‌ଜୀବିତ ରଖିବା ପାଇଁ ଆକାଶବାଣୀର ଉଦ୍ୟମ ଅତୁଳନୀୟ’

ବରଗଡ଼,୯ା୩(ପ୍ରେମାନନ୍ଦ ଖମାରୀ): ଆକାଶବାଣୀର ବିକଳ୍ପ ନାହିଁ, କଳା ଓ କଳାକାରଙ୍କୁ ବଞ୍ଚାଇବା ସହ ସେମାନଙ୍କ କଳାକୁ ଉଦ୍‌ଜୀବିତ ରଖିବା ପାଇଁ ଆକାଶବାଣୀର ଉଦ୍ୟମ ଅତୁଳନୀୟ ବୋଲି ରବିବାର ଆକାଶବାଣୀ ଶ୍ରୋତା ସଂଘର ୩୧ତମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ଗୋପବନ୍ଧୁ ପୁରୋହିତ ଓ ଅଶୋକ ସାହୁଙ୍କ ସଂଯୋଜନାରେ ବରଗ ଅଗ୍ରଗାମୀ ଯୁବକ ସଂଘଠାରେ ଅନୁଷ୍ଠିତ ଉତ୍ସବରେ ପ୍ରସାର ଭାରତୀର ପୂର୍ବତନ ସହକାରୀ ନିର୍ଦ୍ଦେଶକ ଅଶୋକ ପାଣିଗ୍ରାହୀ ମୁଖ୍ୟ ଅତିଥି, ପୂର୍ବତନ କାର୍ଯ୍ୟକ୍ରମ ନିଷ୍ପାଦକ ରନ୍ଦୀପ ପ୍ରଧାନ ମୁଖ୍ୟବକ୍ତା, ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍କ, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସିନେ ଅଭିନେତ୍ରୀ ତପସ୍ବିନୀ ଗୁରୁ, ଆକାଶବାଣୀ ସ୍ବୀକୃତିପ୍ରାପ୍ତ ଗୀତିକାର ଧନପତି ମହାପାତ୍ର, ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଗଣଦୃଷ୍ଟିର ସମ୍ପାଦକ ଉମେଶ ବିଶାଳ ପ୍ରମୁଖ ଉପସ୍ଥିତ ରହି ଆକାଶବାଣୀର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବର୍ଗତ ବିଷ୍ଣୁ ସାହୁ ଶ୍ରେଷ୍ଠ ଶ୍ରୋତା ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ବଲପୁର ଜିଲା ମହୁକୁଦ ଗ୍ରାମର ନିୟମିତ ଶ୍ରୋତା ଅଚ୍ୟୁତାନନ୍ଦ ବିଶ୍ୱାଳଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି, ନାଟ୍ୟାଚାର୍ଯ୍ୟ ହରେକୃଷ୍ଣ ପୂଜାରୀ ସ୍ମୃତି ସମ୍ମାନରେ ବରଗଡ଼ ଜିଲା ଅମ୍ବାପାଲି ଗ୍ରାମର ସତ୍ୟନାରାୟଣ ପୋଢ଼, ସମାଜସେବୀ ସ୍ବର୍ଗତ ବିପିନ ବିହାରୀ ପ୍ରଧାନଙ୍କ ସ୍ମୃତିରେ ସମାଜସେବୀ ସମ୍ମାନରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବ୍ଲକର ନୂଆପଡା ଗ୍ରାମର ବିରଞ୍ଚି ନାରାୟଣ ଦାଶ ଏବଂ ସ୍ବର୍ଗତ ଗୀତିକାର କ୍ଷିତିପତି ସାହୁ ଗୀତିକାର ସମ୍ମାନରେ ବରଗଡ଼ ଧନପତି ମହାପାତ୍ରଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଠିକ୍‌ ସେହିପରି ପୂର୍ବାଞ୍ଚଳରୁ ଆକାଶବାଣୀ କଟକ କେନ୍ଦ୍ରର ଉଦ୍‌ଘୋଷକ ନଳିନୀକାନ୍ତ ବିଶାଳ, ନିୟମିତ ଶ୍ରୋତା ଗରିବ ଖାନ ଓ ନାରାୟଣ ପ୍ରଧାନଙ୍କୁ ସ୍ବତନ୍ତ୍ର ଶ୍ରୋତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢ଼ୀ ସାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଂଘର ଉପସଭାପତି ସୁଦାମ ସାହୁ ସାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଂଗୀତା ଦୀପ, ଉମେଶ ପ୍ରଧାନ, ସୁଜାତା ପଣ୍ଡା, ଲକ୍ଷ୍ମଣ ସୁନା ପ୍ରମୁଖ କବିତା ପାଠ କରିଥିଲେ। ସଂଘର ବରିଷ୍ଠ ସଦସ୍ୟ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri