Posted inଜାତୀୟ

ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୨: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆତ୍ମ ନିର୍ଭର ଭାରତ ଅନ୍ତର୍ଗତ ଆମେଠିରେ ନିର୍ମିତ ହେବାକୁ ଥିବା ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କର ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହେବାର ୩୨ ମାସ ପରେ ଭାରତୀୟ ସେନାରେ ସାମିଲ କରାଯିବ। ଉତ୍ତରପ୍ରଦେଶର ଆମେଠିରେ ୫ ଲକ୍ଷରୁ ଅଧିକ ଏକେ-୨୦୩ ରାଇଫଲ ଉତ୍ପାଦନ ପାଇଁ ମୋଦି ସରକାର ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଉତ୍ତରପ୍ରଦେଶ ଭାରତର ପ୍ରତିରକ୍ଷା ଉତ୍ପାଦନ ହବ ହେବାକୁ ଯାଉଛି।

ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ (ଆଇଆରଆରପିଏଲ) ନାମକ ଏକ ସ୍ବତନ୍ତ୍ର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯିବ। ଏହା ଭାରତର ପୂର୍ବ ଓଏଫ୍‌ବି- ଅର୍ଡିନାନ୍ସ କାରଖାନା ବୋର୍ଡ ଯାହାକି ବର୍ତ୍ତମାନ ଆଡଭାନ୍ସଡ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଇଣ୍ଡିଆ ଲିମିଟେଡ (ଏଡବ୍ଲ୍ୟୁଇଆଇଏଲ୍‌) ଏବଂ ମୁନିସନ ଇଣ୍ଡିଆ ଲିମିଟେଡ (ଏମଆଇଏଲ୍‌) ତଥା ରୁଷିଆର ରୋଜୋବୋରୋନ ଏକ୍ସପୋର୍ଟ (ଆରଓଇ) ଓ କାଲାଶ୍ନିକୋଭ ସହିତ ମିଳିତ ଭାବରେ ନିର୍ମାଣ କରାଯିବ।

ଭାରତ ଏବଂ ରୁଷିଆ ମଧ୍ୟରେ ସାମରିକ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉଭୟ ଦେଶର ମୁଖ୍ୟମାନେ ସୋମବାର ଦିନ ସାକ୍ଷାତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ସାକ୍ଷାତ ସମୟରେ ୭.୫ଲକ୍ଷ ଏକେ-୨୦୩ ରାଇଫଲ ଯୋଗାଣ ଉପରେ ଏକ ଚୁକ୍ତିନାମା ସ୍ବାକ୍ଷର ହେବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ନିଯୁକ୍ତିରେ ସିଜେଆଇ ରମନାଙ୍କ ରେକର୍ଡ…

ନୂଆଦିଲ୍ଲୀ, ୭।୮ : ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପ୍ରଥମ ପ୍ରଧାନ ବିଚାରପତି...

ସୁସ୍ମିତା ଦେବଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୩।୧୦: ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ସୁସ୍ମିତା ଦେବଙ୍କ କାର୍‌କୁ ଆକ୍ରମଣ...

ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନଙ୍କ ପରଲୋକ

ଲକ୍ଷ୍ନୌ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନ କରୋନାରେ ପ୍ରାଣ ହରାଇଛନ୍ତି। କରୋନା...

ଗୋଟିଏ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି କଥା…

ଜୟପୁର,୨୨।୨: ରାଜସ୍ଥାନର ସିକରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ପରିବାର ପୁଅ ମୃତ୍ୟୁରେ ମାନସିକ...

ବାୟୁସେନାର ଶକ୍ତି ପ୍ରଦର୍ଶନ, ଫ୍ରାନ୍ସରୁ ଆସିଲା ୩୬ ତମ ରାଫାଲ

ନୂଆଦିଲ୍ଲୀ,୧୫ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଗୁରୁବାର ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଜଭୁତ ହୋଇଛି । ଭାରତୀୟ ବାୟୁସେନାରେ...

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି।...

ଟିଏମ୍‌ସିରେ ଯୋଗଦେବା ପରେ ଯଶଓ୍ବନ୍ତ ଉଠାଇଲେ ଏହି ପ୍ରସଙ୍ଗ

କୋଲକାତା,୧୩।୩: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବରିଷ୍ଠ ଭାଜପା ନେତା ଯଶୱନ୍ତ ସିହ୍ନା ଶନିବାର...

ରାଜନୈତିକ ହିଂସା: ମମତା ସରକାର କାଠଗଡ଼ାରେ

ନୂଆଦିଲ୍ଲୀ,୨୩।୧୨: ପଶ୍ଚିମବଙ୍ଗରେ ଜାରି ରହିଥିବା ରାଜନୈତିକ ହିଂସାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହାକୁ ଆଇନଜୀବୀ ବିନିତ ଢଣ୍ଡା ଦାଖଲ କରିଛନ୍ତି। ରାଜ୍ୟରେ...

Advertisement
Archives

Model This Week