Posted inଜାତୀୟ

ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୨: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆତ୍ମ ନିର୍ଭର ଭାରତ ଅନ୍ତର୍ଗତ ଆମେଠିରେ ନିର୍ମିତ ହେବାକୁ ଥିବା ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କର ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହେବାର ୩୨ ମାସ ପରେ ଭାରତୀୟ ସେନାରେ ସାମିଲ କରାଯିବ। ଉତ୍ତରପ୍ରଦେଶର ଆମେଠିରେ ୫ ଲକ୍ଷରୁ ଅଧିକ ଏକେ-୨୦୩ ରାଇଫଲ ଉତ୍ପାଦନ ପାଇଁ ମୋଦି ସରକାର ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଉତ୍ତରପ୍ରଦେଶ ଭାରତର ପ୍ରତିରକ୍ଷା ଉତ୍ପାଦନ ହବ ହେବାକୁ ଯାଉଛି।

ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ (ଆଇଆରଆରପିଏଲ) ନାମକ ଏକ ସ୍ବତନ୍ତ୍ର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯିବ। ଏହା ଭାରତର ପୂର୍ବ ଓଏଫ୍‌ବି- ଅର୍ଡିନାନ୍ସ କାରଖାନା ବୋର୍ଡ ଯାହାକି ବର୍ତ୍ତମାନ ଆଡଭାନ୍ସଡ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଇଣ୍ଡିଆ ଲିମିଟେଡ (ଏଡବ୍ଲ୍ୟୁଇଆଇଏଲ୍‌) ଏବଂ ମୁନିସନ ଇଣ୍ଡିଆ ଲିମିଟେଡ (ଏମଆଇଏଲ୍‌) ତଥା ରୁଷିଆର ରୋଜୋବୋରୋନ ଏକ୍ସପୋର୍ଟ (ଆରଓଇ) ଓ କାଲାଶ୍ନିକୋଭ ସହିତ ମିଳିତ ଭାବରେ ନିର୍ମାଣ କରାଯିବ।

ଭାରତ ଏବଂ ରୁଷିଆ ମଧ୍ୟରେ ସାମରିକ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉଭୟ ଦେଶର ମୁଖ୍ୟମାନେ ସୋମବାର ଦିନ ସାକ୍ଷାତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ସାକ୍ଷାତ ସମୟରେ ୭.୫ଲକ୍ଷ ଏକେ-୨୦୩ ରାଇଫଲ ଯୋଗାଣ ଉପରେ ଏକ ଚୁକ୍ତିନାମା ସ୍ବାକ୍ଷର ହେବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri