ଏହି ହାସ୍ୟ ଅଭିନେତାଙ୍କୁ ବିବାହ କରିବାକୁ କାନାଡା ଛାଡି ଭାରତ ଆସିଥିଲେ ଦ୍ୱିତୀୟ ସ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗି ଘରକୁ କରିଥିଲେ ହୋଟେଲ

ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବ ତାଙ୍କ ଚରିତ୍ରରେ ଦର୍ଶକଙ୍କୁ ବହୁତ ହସାନ୍ତି। ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଇଁ ଫିଲ୍ମ ହିଟ ହେଉଥିଲା। ସେ ଛୋଟ ଚରିତ୍ରରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ଜଙ୍ଗଲ(୨୦୦୦)ରୁ ପରିଚୟ ମିଳିଥିଲା। ଯଦିଓ ରାଜପାଲ ଦୀର୍ଘ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ତାଙ୍କର ଶେଷ ହିଟ ଫିଲ୍ମ ‘ଜୁଡୱା ୨’ ଥିଲା। ଏହା ପରେ ମଧ୍ୟ ତାଙ୍କର କିଛି ଚଳଚ୍ଚିତ୍ର ଆସିଥିଲା କିନ୍ତୁ ସେ ହିଟ୍‌ ହୋଇ ପାରି ନ ଥିଲା। ରାଜପାଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ରାଜପାଲ ରାଧା ନାମକ ଏକ ଝିଅକୁ ବିବାହ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ କରୁଣା ଥିଲା। ତାଙ୍କ ଝିଅ ଜ୍ୟୋତିଙ୍କୁ ଜନ୍ମ ଦେବା ପରେ କରୁଣାଙ୍କର ମୃତ୍ୟୁ ଘଟିଥିଲା। ଜାଣନ୍ତୁ ରାଜପାଲଙ୍କ ଦ୍ୱିତୀୟ ବିବାହ ବିଷୟରେ।

ଯଦିଓ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ରାଜପାଲ ଦ୍ୱିତୀୟ ବିବାହ କରିବାକୁ ଚାହୁଁନଥିଲେ କିନ୍ତୁ ସେ ରାଧାଙ୍କୁ ସାଥୀ ଭାବରେ ଗ୍ରହଣ କରିଥିଲେ। ଯେତେବେଳେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା, ସେତେବେଳେ ସେମାନେ ବିବାହ କରିଥିଲେ। ରାଜପାଲ ରାଧାଙ୍କ ସହ ୧୦ ମେ ୨୦୦୩ରେ ବିବାହ କରିଥିଲେ।

ରାଜପାଲ କହିଥିଲେ ଯେ, ଜଣେ ବନ୍ଧୁ ଉଭୟଙ୍କୁ ପରିଚିତ କରାଇଥିଲେ। ପ୍ରଥମେ ଦୁହିଁଙ୍କ ମଧ୍ୟରେ କୌଣସି କଥା ବର୍ତ୍ତା ହୋଇ ନଥିଲା। ପରେ ଦୁଇ କିମ୍ବା ତିନିଥର ଭେଟିଥିଲୁ। ପରସ୍ପରକୁ ପସନ୍ଦ କଲୁ। ଉଭୟ ୧୦ ଦିନ ଏକାଠି ରହିଲୁ। ରାଜପାଲ କାନାଡାରୁ ଫେରିବା ପରେ ମଧ୍ୟ ଦୁହେଁ ପରସ୍ପର ସହ କଥାବାର୍ତ୍ତା ଜାରି ରଖିଥିଲେ। ଏହି ସମୟ ମଧ୍ୟରେ, ଫୋନ୍‌ର ଅଧିକ ବିଲ୍‌ ଆସିଥିଲା। କିଛି ଦିନ ପରେ ରାଧା କାନାଡା ଛାଡି ଭାରତ ଆସିବାକୁ ସ୍ଥିର କଲେ। ରାଧା ରାଜପାଲଙ୍କ ପାଇଁ ଏହି ନିଷ୍ପତ୍ତି ନେଇଥିଲେ।

ତାଙ୍କର ପ୍ରଥମଦେଖାରେ ରାଧା କହିଥିଲେ, ‘ଯେତେବେଳେ ମୁଁ ପ୍ରଥମେ ମୁମ୍ବାଇରେ ପହଞ୍ଚିଲି, ରାଜପାଲ ମୋତେ ତାଙ୍କ ଘରକୁ ନେଇଗଲେ। ମୋତେ ଆଶ୍ଚର୍ଯ୍ୟ କରିବା ପାଇଁ ସେ ଘରର ଭିତର ଅଂଶକୁ କାନାଡାର ହୋଟେଲ ପରି ତିଆରି କରିଥିଲେ, ଯେଉଁଠାରେ ଆମେ ପ୍ରଥମ ଥର ଭେଟିଥିଲୁ । ଏହା ପରେ ଦୁହେଁ ବିବାହ କରିଥିଲେ। ବର୍ତ୍ତମାନ ଉଭୟଙ୍କର ଦୁଇଟି ଝିଅ ଅଛନ୍ତି। ରାଜପାଲ ଯାଦବଙ୍କ ଝିଅ ଜ୍ୟୋତି ବିବାହିତ। ଜ୍ୟୋତି ତାଙ୍କର ପ୍ରଥମ ସ୍ତ୍ରୀ କରୁଣାଙ୍କ ସନ୍ତାନ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri