Posted inଜାତୀୟ

ଅଜିତଙ୍କ ନିଯୁକ୍ତି ଅସାମ୍ବିଧାନିକ: ପାଓ୍ବାର ଗୋଷ୍ଠୀ

ନୂଆଦିଲ୍ଲୀ,୯।୯: ଅଜିତ ପାଓ୍ବାର ରାଷ୍ଟ୍ରୀୟତାବାଦୀ କଂଗ୍ରେସ(ଏନ୍‌ସିପି)ର ଜାତୀୟ ଅଧ୍ୟକ୍ଷ ନୁହଁନ୍ତି ଏବଂ ତାଙ୍କ ନିଯୁକ୍ତି ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ ନିର୍ବାଚନ କମିଶନଙ୍କୁ ଜଣାଇଛି। ଅଜିତ ଗ୍ରୁପ ଏନସିପିର ଦଳୀୟ ଚିହ୍ନ ଜାରି କରିବା ଲାଗି କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ ନିର୍ବାଚନ କମିଶନ ଶରଦ ଗ୍ରୁପକୁ ଏନେଇ ନିଜର ପ୍ରତିକ୍ରିୟା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଦଳର ସମ୍ବିଧାନ ବିଧାୟକମାନଙ୍କୁ ଦଳୀୟ ମୁଖ୍ୟ ଚୟନ କରିବାର ଅଧିକାର ଦେଇନାହିଁ। ତେବେ ଅଜିତ ପାଓ୍ବାର ତାଙ୍କର କିଛି ଆନୁଗତ୍ୟ ବିଧାୟକଙ୍କ ସ୍ବାକ୍ଷର ଜରିଆରେ ନିଜକୁ ଦଳୀୟ ମୁଖ୍ୟ ବୋଲି ପ୍ରତିପାଦନ କରିଛନ୍ତି। ତେଣୁ ଏହା ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ, ନିର୍ବାଚନ କମିଶନଙ୍କୁ ଜଣାଇଛି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଅଜିତ ତାଙ୍କ ଦାଦା ଶରଦଙ୍କ ବିରୋଧରେ ବିଦ୍ରୋହ କରିବା ସହ କିଛି ବିଧାୟକଙ୍କୁ ନେଇ ଭାଜପା-ଶିବସେନା(ଏକନାଥ ଗ୍ରୁପ) ସରକାରର ଅଂଶୀଦାର ଭାବେ ଯୋଗଦେଇଥିଲେ। ଏହାପରେ ଅଜିତ ଏକ ଜାତୀୟ ସମ୍ମିଳନୀ କରିଥିଲେ। ତେବେ ଏନେଇ ସେ କୌଣସି ନୋଟିସ ଜାରି କରିନଥିଲେ କିମ୍ବା କୌଣସି ରିଟର୍ନିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରିନଥିଲେ ବୋଲି ଶରଦ ଗ୍ରୁପ ଅଭିଯୋଗ କରିଛି। ଅଜିତ ୪୦ ଜଣ ବିଧାୟକଙ୍କୁ ନେଇ ଶାସକ ଦଳ ସହ ହାତ ମିଳାଇଥିଲେ। ଏବେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ୨୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ ବୋଲି ଶରଦ ଗ୍ରୁପ ସେପ୍ଟେମ୍ବର ୫ରେ ଏକ ପିଟିଶନ ଦାଖଲ କରିଥିଲେ। ଏହାପରେ ଶରଦ ଗ୍ରୁପ ଯେଉଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ପିଟିଶନ ଦାଖଲ କରାଯାଇଛି ସେମାନଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣବେଳେ ଗଣାଯିବ ନାହିଁ ବୋଲି ଏକ ଶ୍ୱେତପତ୍ର ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri