Posted inଜାତୀୟ

ଅଜିତଙ୍କ ନିଯୁକ୍ତି ଅସାମ୍ବିଧାନିକ: ପାଓ୍ବାର ଗୋଷ୍ଠୀ

ନୂଆଦିଲ୍ଲୀ,୯।୯: ଅଜିତ ପାଓ୍ବାର ରାଷ୍ଟ୍ରୀୟତାବାଦୀ କଂଗ୍ରେସ(ଏନ୍‌ସିପି)ର ଜାତୀୟ ଅଧ୍ୟକ୍ଷ ନୁହଁନ୍ତି ଏବଂ ତାଙ୍କ ନିଯୁକ୍ତି ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ ନିର୍ବାଚନ କମିଶନଙ୍କୁ ଜଣାଇଛି। ଅଜିତ ଗ୍ରୁପ ଏନସିପିର ଦଳୀୟ ଚିହ୍ନ ଜାରି କରିବା ଲାଗି କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ ନିର୍ବାଚନ କମିଶନ ଶରଦ ଗ୍ରୁପକୁ ଏନେଇ ନିଜର ପ୍ରତିକ୍ରିୟା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଦଳର ସମ୍ବିଧାନ ବିଧାୟକମାନଙ୍କୁ ଦଳୀୟ ମୁଖ୍ୟ ଚୟନ କରିବାର ଅଧିକାର ଦେଇନାହିଁ। ତେବେ ଅଜିତ ପାଓ୍ବାର ତାଙ୍କର କିଛି ଆନୁଗତ୍ୟ ବିଧାୟକଙ୍କ ସ୍ବାକ୍ଷର ଜରିଆରେ ନିଜକୁ ଦଳୀୟ ମୁଖ୍ୟ ବୋଲି ପ୍ରତିପାଦନ କରିଛନ୍ତି। ତେଣୁ ଏହା ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ, ନିର୍ବାଚନ କମିଶନଙ୍କୁ ଜଣାଇଛି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଅଜିତ ତାଙ୍କ ଦାଦା ଶରଦଙ୍କ ବିରୋଧରେ ବିଦ୍ରୋହ କରିବା ସହ କିଛି ବିଧାୟକଙ୍କୁ ନେଇ ଭାଜପା-ଶିବସେନା(ଏକନାଥ ଗ୍ରୁପ) ସରକାରର ଅଂଶୀଦାର ଭାବେ ଯୋଗଦେଇଥିଲେ। ଏହାପରେ ଅଜିତ ଏକ ଜାତୀୟ ସମ୍ମିଳନୀ କରିଥିଲେ। ତେବେ ଏନେଇ ସେ କୌଣସି ନୋଟିସ ଜାରି କରିନଥିଲେ କିମ୍ବା କୌଣସି ରିଟର୍ନିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରିନଥିଲେ ବୋଲି ଶରଦ ଗ୍ରୁପ ଅଭିଯୋଗ କରିଛି। ଅଜିତ ୪୦ ଜଣ ବିଧାୟକଙ୍କୁ ନେଇ ଶାସକ ଦଳ ସହ ହାତ ମିଳାଇଥିଲେ। ଏବେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ୨୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ ବୋଲି ଶରଦ ଗ୍ରୁପ ସେପ୍ଟେମ୍ବର ୫ରେ ଏକ ପିଟିଶନ ଦାଖଲ କରିଥିଲେ। ଏହାପରେ ଶରଦ ଗ୍ରୁପ ଯେଉଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ପିଟିଶନ ଦାଖଲ କରାଯାଇଛି ସେମାନଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣବେଳେ ଗଣାଯିବ ନାହିଁ ବୋଲି ଏକ ଶ୍ୱେତପତ୍ର ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri