Posted inଜାତୀୟ

ଶିନ୍ଦେଙ୍କ ଚକ୍ରବ୍ୟୁହରେ ଫସିଗଲେ ଅଜିତ ପାଓ୍ବାର, ଏବେ କରିବେ କ’ଣ…

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରୁ ନିଜକୁ ଦୂରେଇ ରଖି ଭାଜପା ପାଇଁ ରାସ୍ତା ସଫା କରିଛନ୍ତି। ସେ ଭାଜପାକୁ ତାଙ୍କ ବଡ଼ ଭାଇ ଭାବେ ଗ୍ରହଣ କରିଛନ୍ତି। ଏବେ ଭାଜପା ଭିତରେ ସିଏମ ମୁହଁର ସନ୍ଧାନ ଚାଲିଛି। ତେବେ ଏହି ଦୌଡ଼ରେ ଦେବେନ୍ଦ୍ର ଫଡନ୍‌ଭିସ୍‌ ଆଗରେ ଅଛନ୍ତି। ଏକ ନୂତନ ସରକାର ଗଠନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରହିଛି ଯେ ନୂତନ ସରକାରରେ ଏକନାଥ ଶିନ୍ଦେଙ୍କ ଭୂମିକା କ’ଣ ରହିବ। ଦେବେନ୍ଦ୍ର ଫଡନ୍‌ଭିସ୍‌ଙ୍କ ପରି ସିଏମ ହେବା ପରେ ସେ ଡେପୁଟି ସିଏମ ପଦ ଗ୍ରହଣ କରିବେ କି? କିମ୍ବା ସେ ସରକାର ବାହାରେ ରହିବାକୁ ପସନ୍ଦ କରିବେ। ତାହାକୁ ନେଇ ଏବେ ପ୍ରଶ୍ନ।

ଫଡନ୍‌ଭିସ ଏବଂ ଶିନ୍ଦେଙ୍କ ସମ୍ଭାବ୍ୟ ଭୂମିକାକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଆଉ ଏକ ବଡ ଚରିତ୍ର ବିଷୟରେ ଆଲୋଚନା ହେଉଛି। ତାହା ହେଉଛି ଅଜିତ ପାୱାର। ଅଭିଜ୍ଞତା ଏବଂ ବରିଷ୍ଠତା ଦୃଷ୍ଟିରୁ ଅଜିତ ପାୱାର ଉଭୟ ଶିନ୍ଦେ ଏବଂ ଫଡନ୍‌ାଭିସ୍‌ଙ୍କ ଠାରୁ ଆଗରେ ଅଛନ୍ତି। ସେ ପାଞ୍ଚ ଥର ଡେପୁଟି ସିଏମ। ତାଙ୍କ ପାର୍ଟି ମଧ୍ୟ ମହାୟୁତିରେ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଏଥିରେ ୪୨ ଜଣ ବିଧାୟକ ଅଛନ୍ତି। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବରେ ଜଣାଶୁଣା ଦାଦା ଶରଦ ପାୱାରଙ୍କ ରାଜନୀତିକୁ ଚ୍ୟାଲେଞ୍ଜ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ସରକାରରେ ଏକ ବଡ଼ ଭୂମିକା ମିଳିବାକୁ କେହି ଅସ୍ବୀକାର କରିପାରିବେ ନାହିଁ।

ଅଜିତ ପାୱାର ପାଞ୍ଚ ଥର ଡେପୁଟି ସିଏମ। ସେ ହେଉଛନ୍ତି ରାଜ୍ୟର ଏକମାତ୍ର ନେତା ଯିଏକି ଅନେକ ଥର ଡେପୁଟି ସିଏମ ହୋଇଛନ୍ତି। ତାଙ୍କର ସିଏମ ହେବାକୁ ଇଚ୍ଛା ମଧ୍ୟ ଲୁକ୍କାୟିତ ନାହିଁ। ସେ ଏହି ଇଚ୍ଛାକୁ ଅନେକ ଥର ସର୍ବସାଧାରଣରେ ପ୍ରକାଶ କରିଛନ୍ତି। କିନ୍ତୁ, ଏଥର ମଧ୍ୟ ତାଙ୍କ ପାଇଁ ସିଏମ ହେବା ସମ୍ଭବ ନୁହେଁ।

ହଁ, ଯଦି ସେ ସରକାରରେ ଯୋଗ ଦିଅନ୍ତି, ତେବେ ସେ କେଉଁ ପ୍ରକାର ବିଭାଗ ପାଇବେ? ଏହି ଆଲୋଚନା ତୀବ୍ର ହେଉଛ। କାରଣ ସିଏମ ସହିତ ଗୃହ ମନ୍ତ୍ରଣାଳୟ ହେଉଛି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ସାଧାରଣତଃ ୟୁପି-ବିହାର ଏବଂ ଅନ୍ୟାନ୍ୟ ବଡ ରାଜ୍ୟରେ ଗୃହ ମନ୍ତ୍ରଣାଳୟ ନିଜେ ସିଏମ ରଖନ୍ତି। କିନ୍ତୁ, ମହାରାଷ୍ଟ୍ରରେ ଏହା ଘଟେ ନାହିଁ । ବିଦାୟୀ ଶିନ୍ଦେ ସରକାରରେ ମଧ୍ୟ ଗୃହ ମନ୍ତ୍ରଣାଳୟ ଦେବେନ୍ଦ୍ର ଫଡନ୍‌ଭସ୍‌ଙ୍କ ସହ ଥିଲା। ତାଙ୍କ ପୂର୍ବରୁ, ଉଦ୍ଧବ ଠାକରେଙ୍କ ସରକାରରେ ମଧ୍ୟ ଗୃହ ମନ୍ତ୍ରଣାଳୟ ସିଏମଙ୍କ ସହ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?