Posted inଖେଳ

ଅଗରକର ଚୟନ କମିଟି ଚେୟାରମ୍ୟାନ୍‌

ନୂଆଦିଲ୍ଲୀ, ୫ା୭(ପି.ଟି.):ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍‌ ଅଗରକରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତି ମିଳିଛି। ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍‌ ରହିଥିବା ଅଗରକର ଗୁରୁବାର ଇସ୍ତଫା ପ୍ରଦାନ କରିବା ପରେ ସେ ମୁଖ୍ୟ ଚୟନକର୍ତ୍ତା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ଅଗରକରଙ୍କୁ ଚେତନ ଶର୍ମାଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଅଶୋକ ମଲହୋତ୍ରା, ଜତିନ୍‌ ପରାଞ୍ଜପେ ଓ ସୁଲକ୍ଷଣା ନାଏକଙ୍କ ୩ ଜଣିଆ କ୍ରିକେଟ୍‌ ପରାମର୍ଶଦାତା କମିଟି(ସିଏସି) ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି। ଏହା ସହିତ ବିସିସିଆଇ ପକ୍ଷରୁ ମୁଖ୍ୟ ଚୟନକର୍ତ୍ତାଙ୍କ ବେତନ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ଚୟନ କମିଟିର ଅନ୍ୟ ସଦସ୍ୟଙ୍କୁ ମାସିକ ୯୦ ଲକ୍ଷ ଓ ମୁଖ୍ୟ ଚୟନକର୍ତ୍ତାଙ୍କୁ ୧ କୋଟି ଟଙ୍କାର ବେତନ ପ୍ରଦାନ କରାଯାଇଥାଏ। ଅଗରକର ଭାରତ ପକ୍ଷରୁ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ବ୍ୟତିତ ସେ ଭାରତ ପାଇଁ ୧୯୯୯, ୨୦୦୩ ଓ ୨୦୦୭ରେ ୩ଟି ବିଶ୍ୱକପ ଖେଳିଛନ୍ତି। ୨୦୦୭ରେ ବିଶ୍ୱକପ୍‌ ଜିତିଥିବା ଟି୨୦ ଦଳର ମଧ୍ୟ ସେ ପ୍ରମୁଖ ସଦସ୍ୟ ରହିଥିଲେ। ରମାକାନ୍ତ ଆଚ୍ରେକରଙ୍କ ଏହି ଶିଷ୍ୟ ଜଣଙ୍କ ଲଡର୍‌ସରେ ଶତକ ହାସଲର ରେକର୍ଡ ନିଜ ନାମରେ ରଖିଥିବା ବେଳେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଉଇକେଟ ଅକ୍ତିଆର କରିଛନ୍ତି। ଏହା ବ୍ୟତିତ ତାଙ୍କ ନାମରେ ଭାରତୀୟଙ୍କ ମଧ୍ୟରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ରହିଛି। ୨୧ ବଲ୍‌ରୁ ସେ ୫୦ ରନ୍‌ ସ୍କୋର କରିଥିଲେ। ଅଗରକର ଏକମାତ୍ର ଖେଳାଳି ଭାବରେ ସିଏସି ଆଗରେ ସାକ୍ଷାତକାର ପାଇଁ ହାଜର ହୋଇଥିଲେ। ବର୍ତ୍ତମାନ ସେ ପରିବାର ସହ ବିଦେଶରେ ଛୁଟି କାଟୁଥିବା ବେଳେ ସେ ଫେରିବା ପରେ ଅନ୍ୟ ପ୍ରକ୍ରିୟା ପୁରଣ କରାଯିବ।
ପୂର୍ବରୁ ୨୦୨୧ରେ ମଧ୍ୟ ଅଗରକର ଚୟନ କମିଟି ପାଇଁ ସାକ୍ଷାତକାର ଦେଇଥିଲେ। ଓ୍ବେଷ୍ଟ ଜୋନ୍‌ରୁ ଆବେ କୁରୁଭିଲାଙ୍କୁ ଚୟନ କରାଯାଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏଶନ ପକ୍ଷରୁ ସେତେବେଳେ ଅଗରକରଙ୍କୁ ସମର୍ଥନ ମିଳି ନ ଥିଲା। ଅନ୍ୟ ଖେଳାଳିଙ୍କ ଅପେକ୍ଷା ମୁଖ୍ୟ ଚୟନକର୍ତ୍ତା ପାଇଁ ଅଧିକ ଯୋଗ୍ୟ ଥିଲେ। ଯଦି ଅଗରକର ୨୦୨୧ରେ ଚୟନ କମିଟିରେ ସାମିଲ ହୋଇଥାନ୍ତେ ତେବେ ଚେତନ ଶର୍ମାଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଘୋଷଣା କରାଯାଇଥାନ୍ତା। ନୂତନ ନିୟମ ଅନୁସାରେ ଜଣେ ଖେଳାଳି ସର୍ବାଧିକ ୪ ବର୍ଷ ଚୟନ କମିଟିରେ କାର୍ଯ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri