ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭ (ଆଜିଠାରୁ) ରୁ ଉକ୍ତ ସେଲ୍‌ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବାବେଳେ ଆଡିଡାସ୍‌ ଏବଂ ସୁପରଡ୍ରାଏ ଦ୍ୱାରା ଉକ୍ତ ସେଲ୍‌ ପରିଚାଳିତ ହେଉଛି। ଅପରପକ୍ଷରେ ଡିସେମ୍ବର ୪ରୁ ଆରମ୍ଭ ହୋଇଥିବା ଉକ୍ତ ସେଲ୍‌ରେ ଗ୍ରାହକମାନେ ଶୀଘ୍ର ପ୍ରବେଶ ସୁବିଧା ହାସଲ କରିଥିଲେ। ବିଗ୍‌ ବୋଲ୍ଡ ସେଲ୍‌ (ବିବିଏସ୍‌)ର ସର୍ବବୃହତ୍‌ ସଂସ୍କରଣରେ ଗ୍ରାହକମାନେ ୫୫୦୦+ରୁ ଅଧିକ ବ୍ରାଣ୍ଡ୍‌ ସମେତ ୧.୬ ନିୟୁତରୁ ଅଧିକ କ୍ୟୁରେଟେଡ୍‌ ଫ୍ୟାଶନ ଷ୍ଟାଇଲ୍‌ ପ୍ରଦାନ କରିପାରିବେ, ଯାହା ଏକ ଅତୁଳନୀୟ ଶପିଂ ଅନୁଭୂତି ପ୍ରଦାନ କରିବ। ବିବିଏସ୍‌ରେ ୧୯,୦୦୦ ରୁ ଅଧିକ ପିନ୍‌ କୋଡ୍‌ର ଗ୍ରାହକମାନେ ଫ୍ୟାଶନ୍‌, ଜୀବନଶୈଳୀ, ଘର ଓ ସାଜସଜ୍ଜା, ଗହଣା, ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିଗତ ଯତ୍ନ ଭଳି ସାମଗ୍ରୀ ବର୍ଗରେ ସର୍ବୋତ୍ତମ ଡିଲ୍‌ ଏବଂ ଅଫର ସହ ସ୍ବତନ୍ତ୍ର ଅନ୍ତର୍ଜାତୀୟ ବ୍ରାଣ୍ଡ୍‌, ଓନଡ ଲେବଲ୍‌ ଏବଂ ଘରୋଇ ବ୍ରାଣ୍ଡଗୁଡ଼ିକର କ୍ରୟ କରିବେ। ଅପରପକ୍ଷରେ ଆଇସିଆଇସିଆଇ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡର ବ୍ୟବହାର ଉପରେ ୧୦% ପର୍ଯ୍ୟନ୍ତ ଅତିରିକ୍ତ ରିହାତି ସହିତ ଗ୍ରାହକମାନେ ବଡ଼ ସଞ୍ଚୟ ମଧ୍ୟ କରିପାରିବେ ଏବଂ ଶୀର୍ଷ ବ୍ରାଣ୍ଡ ଓ ବର୍ଗରେ ୫୦ରୁ୯୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏ ସମ୍ପର୍କରେ ଆଜିଓର ସିଇଓ ବିନୀତ ନାୟାର କହିଛନ୍ତି, ବିଗ୍‌ ବୋଲ୍ଡ ସେଲ୍‌ ହେଉଛି ବ୍ରାଣ୍ଡ୍‌ର ସବୁଠାରୁ ଲୋକପ୍ରିୟ ସେଲ୍‌ ଇଭେଣ୍ଟ, ଯାହାକୁ ଗ୍ରାହକମାନେ ଗୋଟିଏ ପରେ ଗୋଟିଏ ସଂସ୍କରଣ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏପରିକି ଏହାର ପ୍ରାରମ୍ଭିକ ଆକ୍‌ସେସ୍‌ ଆରମ୍ଭ ହେବା ପରଠାରୁ ଆମେ ବିଏୟୁ ଉପରେ ୪୦% ଅର୍ଡରର ବୃଦ୍ଧି ଦେଖିଛୁ। ସବୁଠାରୁ ବଡ଼ ବ୍ରାଣ୍ଡ ଏବଂ ସବୁଠାରୁ ବଡ଼ ଅଫର ସହିତ ଆମେ ଏହି ଶପିଂ ଋତୁରେ ଗ୍ରାହକଙ୍କୁ ଖୁସି କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ଚଳିତ ଥର ଶ୍ରଦ୍ଧା କପୁର ଶକ୍ତି କପୁରଙ୍କ ସହ ଲଞ୍ଚ କ୍ୟାମ୍ପେନ୍‌ ଫିଲ୍ମରେ ଫେରିଛନ୍ତି। ଆଜିଓରେ ଉପଲବ୍ଧ ସବୁଠାରୁ ବଡ଼ ବ୍ରାଣ୍ଡ୍‌ ପ୍ରଦର୍ଶନ କରି ବାପ-ଝିଅଙ୍କ ଯୋଡ଼ି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri