ଅଜୟ ଦେବଗନ-କିଚା ସୁଦୀପ ମୁହାଁମୁହିଁ

ବମ୍ବେ: ଆଜିକାଲି ସମୟରେ ବଲିଉଡ୍‌ ସିନେମାଠାରୁ ଭଲ ବ୍ୟବସାୟ କରୁଛି ଦକ୍ଷିଣ ଭାରତୀୟ ସିନେମା। ନିକଟରେ ରିଲିଜ ହୋଇଥିବା ଆର୍‌ଆର୍‌ଆର୍‌, ପୁଷ୍ପା ଏବଂ କେଜିଏଫ୍‌-୨ ଆଦିକୁ ପାନ୍‌ ଇଣ୍ଡିଆ ଫିଲ୍ମ ବୋଲି କୁହାଯାଉଛି। ଏଭଳି ସମୟରେ ଦକ୍ଷିଣ ଭାରତୀୟ ଅଭିନେତା କିଚା ସୁଦୀପ ହିନ୍ଦୀ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ ବୋଲି ସେ କହିଥିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଅଜୟ ଦେବଗନ ଏବଂ ସେ।

ସୁଦୀପଙ୍କ ବୟାନକୁ ନେଇ ଅଜୟ ଦେବଗନ ଟୁଇଟରରେ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଅଜୟ ତାଙ୍କୁ ଟ୍ୟାଗ୍‌ କରି ‘କିଚା ସୁଦୀପ ମୋ’ ଭାଇ, ଆପଣଙ୍କ ମୁତାବକ ଯଦି ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ ତେବେ ଆପଣ ନିଜ ମାତୃଭାଷାର ଫିଲ୍ମକୁ ହିନ୍ଦୀରେ ଡବିଂ କରି କାହିଁକି ରିଲିଜ କରୁଛନ୍ତି? ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ଥିଲା, ଅଛି ଆଉ ସବୁବେଳ ପାଇଁ ରହିବ। ଜନ ଗଣ ମନ।’

ଅଜୟଙ୍କ ଟୁଇଟ୍‌ ପରେ ସୁଦୀପଙ୍କ ଟିମ୍‌ ସଫେଇ ଦେଇଛି। ଅଜୟ ଦେବଗନଙ୍କୁ ଅଭିନେତା କେଉଁ ପ୍ରସଙ୍ଗରେ ବୟାନ ଦେଇଛନ୍ତି ତାହା ଜଣା ନ ଥିଲା। ଏବେ ତାଙ୍କୁ ସେ ବିଷୟରେ କୁହାଯାଇଛି। ଏହି ମାମଲାକୁ ଏହିଠାରେ ହିଁ ସମାପ୍ତ କରୁଛୁ’ ବୋଲି ତାଙ୍କ ଟିମ୍‌ କହିଛି।

ଏହାପରେ ପୁନର୍ବାର ଅଜୟ ଟୁଇଟ୍‌ କରି ଦ୍ୱନ୍ଦ୍ୱ ଦୂର କରିଥିବାରୁ ଧନ୍ୟବାଦ। ସବୁ ଫିଲ୍ମଜଗତ ଗୋଟିଏ ବୋଲି ବିଶ୍ୱାସ କରେ। ଆମେ ସବୁ ଭାଷାର ମଧ୍ୟ ସମ୍ମାନ କରିଥାଉ। ଆମ ମାତୃଭାଷାକୁ ସମସ୍ତେ ସମ୍ମାନ କରନ୍ତୁ ବୋଲି ଆମେ ଚାହିଁଥାଉ। ଅନୁବାଦ ସମୟରେ ବୋଧହୁଏ କିଛି ରହିଯାଇଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା, ଦୀପିକାଙ୍କ ପଥରେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେଟା ଭଲ କମାଲ କରିପାରି ନ ଥିଲା। ମାତ୍ର ଆଲିଆ ଏତିକିରେ ହାରିଯିବା ଝିଅ...

ଲକ୍‌ଡାଉନ୍‌ରେ ମନେ ପଡ଼ୁଛନ୍ତି ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହିି ଲକ୍‌ଡାଉନ୍‌ ପାଇଁ ବହୁଲୋକଙ୍କ ସ୍ପେଶିଆଲ ପ୍ଲାନ୍‌ଗୁଡ଼ିକ ସବୁ ବନ୍ଦ ହୋଇଯାଇଛି।...

ଲକ୍‌ଡାଉନ୍‌ରେ ଘରୁ ବାହାରି ପୋଲିସଙ୍କଠାରୁ ମାଡ଼ ଖାଇଲେ ସୁନୀଲ ଗ୍ରୋଭର

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ କର୍ଫ୍ୟୁ...

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ରଣବୀର-ଆଲିଆଙ୍କ ବିବାହ କାର୍ଯ୍ୟକ୍ରମ

ମୁମ୍ବାଇ,୧୩।୪: ବି-ଟାଉନର ଚର୍ଚ୍ଚିତ ଲଭ୍‌ବାର୍ଡ ତଥା ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।...

ଏହି ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ….

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ନିକଟରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ତାଙ୍କ ସହ ଅମୃତା ଅରୋରା ଓ...

ଫିଲ୍ମ ଦ କଶ୍ମୀର ଫାଇଲସକୁ ପସନ୍ଦ କରୁଛନ୍ତି ଲୋକେ, ପ୍ରଧାନମନ୍ତ୍ରୀ ବି ନିଜକୁ ଅଟକାଇ ପାରିଲେନି

ଅନୁପମ୍‌ ଖେର୍‌ ଅଭିନୀତ ଫିଲ୍ମ ଦ କଶ୍ମୀର ଫାଇଲସକୁ ଭଲ ରିଭ୍ୟୁଜ ମିଳୁଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଙ୍କୁ ପ୍ରାୟ ସମସ୍ତେ ପ୍ରଶଂସା...

ଅତିଥିଙ୍କ ତାଲିକା ଶେୟାର କଲେ ଆଲିଆଙ୍କ ଭାଇ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେନୁ ଠାରୁ ଆରମ୍ଭ କରି ଅତିଥିମାନଙ୍କ ତାଲିକା ପର୍ଯ୍ୟନ୍ତ ପ୍ରଶଂସକ...

ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନେତା ପୁଅ ପ୍ରିୟାଙ୍କ ଶର୍ମା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ବର୍ଷ...

Advertisement
Archives

Model This Week