ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଚାଉଳିଆଗଞ୍ଜରେ ରହୁଥିବା ବିହାର ଭାଗଲପୁରର ମୁନା ଓରଫ ମୁନିଲାଲ ଶର୍ମା ଓ କୈଳାସ ଚୌଧୁରୀ। ପରକୀୟା ପ୍ରୀତି ଯୋଗୁ ମୁନା ଟଙ୍କା ଦେବା ଆଳରେ ଆଜାଦଙ୍କୁ ମହାନଦୀ ପଠାକୁ ଡାକି ହତ୍ୟା କରିଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ଅଛନ୍ତି। ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଡିସିପିଙ୍କ ସୂଚନା ଅନୁଯାୟୀ, ଆଜାଦ ଓ ମୁନାଙ୍କ ଘର ବିହାରରେ ହୋଇଥିବାବେଳେ ପରସ୍ପର ମଧ୍ୟରେ ସମ୍ପର୍କ ରହିଥିଲା। କିଛିବର୍ଷ ହେବ ସେମାନେ ବିହାରରୁ ଭୁବନେଶ୍ୱର ଆସି ମାର୍ବଲ ଓ ସିଲିଂ ମିସ୍ତ୍ରି ଭାବେ କାମ କରୁଥିଲେ। ପଙ୍କଜ ହେଉଛନ୍ତି ମୁନାଙ୍କ ସମ୍ପର୍କୀୟ ପୁତୁରା। ସେମାନଙ୍କ ମଧ୍ୟରୁ ମୁନା, ପଙ୍କଜଙ୍କ ପରିବାର କଟକରେ ରହୁଥିଲାବେଳେ ଆଜାଦ ଭୁବନେଶ୍ୱର ଶହୀଦ ନଗରରେ ପରିବାର ସହ ଭଡ଼ାଘରେ ରହୁଥିଲେ। ପରେ ଆଜାଦ ଓ ପଙ୍କଜ ଗୋଟିଏ ସ୍ଥାନରେ କାମ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ସେଥିପାଇଁ ପଙ୍କଜ ରହୁଥିବା ଘରକୁ ଆଜାଦ ଯାଉଥିଲେ। ଇତିମଧ୍ୟରେ ପଙ୍କଜଙ୍କ ସ୍ତ୍ରୀ ଓ ଆଜାଦଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହା ଜଣାପଡିବା ପରେ ପଙ୍କଜ ତାଙ୍କ ସ୍ତ୍ରୀଙ୍କୁ ଅନେକ ସମୟରେ ମାଡ ମାରୁଥିଲେ। ଗତବର୍ଷ ପଙ୍କଜଙ୍କ ଅଜାଣତରେ ତାଙ୍କ ସ୍ତ୍ରୀଙ୍କୁ ସାଥୀରେ ଧରି ନିଜ ଗାଁ ବିହାର ନେଇଯାଇଥିଲେ ଆଜାଦ। ଏହାକୁ ନେଇ ସେଠାରେ(ବିହାର)ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଗ୍ରାମବାସୀ ଉଭୟଙ୍କୁ ବୁଝାଶୁଝା କରି କିଛିଦିନ ପରେ ପଠାଇ ଦେଇଥିଲେ। ଏହାପରେ ପଙ୍କଜ ତାଙ୍କ ସ୍ତ୍ରୀଙ୍କୁ ଗ୍ରହଣ କରିଥିଲେ। ହେଲେ ଏହି ଘଟଣା ପରଠାରୁ ପଙ୍କଜ ପ୍ରତିଶୋଧ ପରାୟଣ ହୋଇ ଆଜାଦଙ୍କୁ ଜୀବନରୁ ମାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଭିତରେ ଆଜାଦ ମୁନା ସହିତ କାମ କରୁଥିବା ପଙ୍କଜ ଜାଣିବାକୁ ପାଇଥିଲେ। ତେଣୁ ସେ ତାଙ୍କୁ ହାତ କରି ଆଜାଦଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ପଙ୍କଜ ସୁପାରି ବାବଦରେ ୨୦ ହଜାର ଟଙ୍କା ମୁନାଙ୍କୁ ଦେଇଥିଲେ। ମୁନା ଗତମାସ ୨୫ରେ ବକେୟା ଟଙ୍କା ଦେବା ଆଳରେ ଆଜାଦଙ୍କୁ କଟକ ଡାକିଥିଲେ। ସେ କଟକରେ ପହଞ୍ଚିବା ପରେ ଉଭୟ ଭୁଆସୁଣି ନଦୀ ପଠାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ମୁନା ହାତରେ ଧରିଥିବା ବୋତଲରେ ଆଜାଦ୍‌ଙ୍କ ମୁଣ୍ଡକୁ ପିଟିି ଦେଇଥିଲେ। ଫଳରେ ସେ ବେହୋସ ହୋଇଯିବାରୁ ଗୋଟିଏ ପଥର ଆଣି ତାଙ୍କ ମୁହଁକୁ ଛେଚିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଆଜାଦ୍‌ଙ୍କ ମୋବାଇଲ ଓ ବାଇକକୁ ମୁନା ଅନ୍ୟତ୍ର ପକାଇ ଦେଇଥିଲେ। ଏହାପରେ ମୁନା ଫୋନ କରି ତାଙ୍କ ସାଥୀ କୈଳାସଙ୍କୁ ଡାକିଥିଲେ। କୈଳାସ ବାଇକ୍‌ ଧରି ପହଞ୍ଚିବା ପରେ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ। ବୁଧବାର ସକାଳେ ମୁନା ଓ କୈଳାସ ବାଦାମବାଡ଼ିରୁ ବସ ଯୋଗେ କେଉଁଆଡେ ଯିବା ପାଇଁ ଆସିଥିଲେ। ଖବରପାଇ ଥାନାଧିକାରୀ ପ୍ରଦୀପ୍ତ କିଶୋର ନାୟକ ସେଠାରେ ଚଢାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ। ମୁନା ଆଜାଦଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଆଜାଦଙ୍କ ଗଳିତ ମୃତଦେହ ମହାନଦୀ ପଠାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଘଟଣାସ୍ଥଳରେ ଡିସିପି ସିଂଙ୍କ ନେତୃତ୍ୱରେ ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ ଟିମ୍‌ ଛାନ୍‌ଭିନ୍‌ କରିଥିଲା। ଆଜାଦଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ବିଡାନାସୀ ପୋଲିସ ଏକ ହତ୍ୟା ମାମଲା (ନଂ. ୩୮/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri