ନଦୀ ଆଁରେ ରେଖାଙ୍କ ଘର

କେନ୍ଦ୍ରାପଡ଼ା ଅଫିସ,୧୫ା୯: ଗତ ଅଗଷ୍ଟରେ ମହାନଦୀରେ ବନ୍ୟା ଆସିଥିଲା । ଏହି ନଦୀ ସିଷ୍ଟମରେ ଥିବା ଲୁଣା ଓ କରାଣ୍ଡିଆ ନଦୀ ଫୁଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମରେ ପାଣି ପଶିଥିଲା । ବନ୍ୟା ଜଳ ଛାଡି ଯାଇଛି । ସେହି ଅଞ୍ଚଳର କ୍ଷତି ଏବେ ସ୍ପଷ୍ଟ ହେଉଛି । ନଦୀକୂଳର ବହୁ ଚାଷ ଜମି ଏବେ ନଦୀ ଗର୍ଭକୁ ଚାଲିଯାଇଛି । ଆଇତିପୁର ପଞ୍ଚାୟତର ରେଖା ସେଠୀଙ୍କ ଘରକୁ ବନ୍ୟା ଜଳ ଉଜାଡ଼ି ଦେଇଛି । ପ୍ରତିବର୍ଷ ବନ୍ୟା ଜଳ ଏହି ଦ୍ୱୀପାଞ୍ଚଳରେ ଚାଷ ବାସ ନଷ୍ଟ କରୁଥିବାରୁ କରାଣ୍ଡିଆ ଓ ଲୁଣା ନଦୀରେ ପଥରପ୍ୟାକିଂ ବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ମତ ଦେଇଛନ୍ତି ।

ଆୟତପୁରର ପିନାକୀ ସାମନ୍ତରାୟ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ୧୩ ଗଁା ଅବହେଳିତ ଅବସ୍ଥାରେ ଅଛି । ଏନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିନାହିଁ । ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଆଦି ମୌଳିକ ସମସ୍ୟା ଲାଗି ରହିଛି। ଦ୍ୱୀପାଞ୍ଚଳର ୧୩ ଗ୍ରାମ ଏବେ ୩ ବ୍ଲକ ଅଧୀନ ୫ ପଞ୍ଚାୟତରେ ଅଛି । ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ଆଇତିପୁର, ବଳରାମପୁର, ବାଳିସିଂ, ଜଳପୋକ ପଞ୍ଚାୟତ ଅଧୀନରେ ଥିବା ଡିହଜଳପୋକ, ପକ୍ଷଟ, କଣିବାଙ୍କ ସହ ଡେରାବିଶ ବ୍ଲକର ବସପୁର ପଞ୍ଚାୟତ ଅଧୀନରେ ଥିବା ଡିହବସୁପୁର,ଓ ଇନ୍ଦାଳୋ ପଞ୍ଚାୟତ ଅଛି । ସେହିପରି ଗରଦପୁର ବ୍ଲକସ୍ଥ ବଙ୍ଗାଳପୁର ପଞ୍ଚାୟତର ସାନସଲାର, ଶିଶୁଆ ଓ ଷଠିଲୋ ଗ୍ରାମ ରହିଛି । ଏହି ୧୩ ରାଜସ୍ବ ଗ୍ରାମର ଗୋଟିଏ ପାର୍ଶ୍ୱରେ କରାଣ୍ଡିଆ ନଦୀ ଓ ଅନ୍ୟପାର୍ଶ୍ୱରେ ଲୁଣାନଦୀ ପ୍ରବାହିତ ହେଉଛି । ଷଠିଲୋ ନିକଟରୁ ଏହି ଦ୍ୱୀପାଞ୍ଚଳ ଆରମ୍ଭ ହୋଇ ଡିହବଳରାମପୁରରେ ଶେଷ ହୋଇଛି । ଚଳିତ ବର୍ଷ ବନ୍ୟାରେ ସ୍ଥାନୀୟ ଅଧୀବାସୀଙ୍କ ଚାଷ ଓ ବାସ ଅଧିକ ନଷ୍ଟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହି ଗ୍ରାମର ରେଖା ସେଠୀ କହିଛନ୍ତି, କରାଣ୍ଡିଆ ନଦୀ ଆମ ଜୀବନକୁ ଦୁର୍ବିସହ କରିଛି । ବନ୍ୟାରେ ୪ଟି ଘର ନଦୀଗର୍ଭକୁ ଚାଲିଯାଇଛି । ଏବେ ମାତ୍ର ଗୋଟିଏ ଘର ଅଛି ା ଗତ କିଛି ବର୍ଷ ପୂର୍ବେ ନଦୀ ଏଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିଲା । ନଦୀର ଗତିପଥ ପରିବର୍ତ୍ତନ ହେଉଥିବାରୁ କୂଳ ଖାଇଯାଉଥିବା ସେ ପ୍ରକାଶ କରିଛନ୍ତି । ସରପଞ୍ଚ ବିଦ୍ୟୁଲତା ସାହୁ କହିଛନ୍ତି, ପ୍ରାୟ ୨୦୦ ଘର ମଧ୍ୟରୁ ୬୦ ଘର ଗତ ୧୦ ବର୍ଷ ମଧ୍ୟରେ ନଦୀଗର୍ଭକୁ ଚାଲିଗଲାଣି। କେବଳ ଘର ନୁହେଁ, ନଦୀ ପଠା ଏବେ ନଦୀ ଶଯ୍ୟାରେ ପରିଣତ ହୋଇଛି । ଫଳରେ ଚାଷ ଜମି ହ୍ରାସ ପାଇଛି । ଏଠାରେ ପଥରବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟିକା ଓ ଜିଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରାଜେଶ ନାୟକ କହିଛନ୍ତି, ନଦୀବନ୍ଧକୁ ପଥର ପ୍ୟାକିଂ କରିବାକୁ ଯୋଜନା ରହିଛି। ଏନେଇ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri