ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ ଛାଡପତ୍ର ବିଷୟରେ ଗୁଜବ ଜାରି ରହିଛି। ତଥାପି, ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଏପରି ଗୁଜବକୁ ନେଇ ମଧ୍ୟ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଐଶ୍ୱର୍ଯ୍ୟା, ଅଭିଷେକ ଓ ବଚ୍ଚନ ପରିବାର ମଧ୍ୟରେ କିଛି ଠିକ୍‌ ଚାଲିନାହିଁ।

ସୋସିଆଲ ମିଡିଆରେ ସର୍ବଦା ବଚ୍ଚନ ପରିବାର ସଭିଁଐ ପ୍ରଶଂସା କରିଥାନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଅଭିନେତ୍ରୀଙ୍କ ଡାଏରୀର ଏକ ପୃଷ୍ଠାର ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା ଏପରି ଜଣେ ଯିଏକି ତାଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି । ବିବାହ ପୂର୍ବରୁ ତାଙ୍କ ନାମ ସହ ୨ ଜଣ ଷ୍ଟାରଙ୍କ ନାମ ଯୋଡା ହେଉଥିଲା । କିନ୍ତୁ ବିବାହ ପରେ ସେ ଅନ୍ୟ କୌଣସି ସମ୍ପର୍କ ରଖିନଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଡାଏରୀ ପୃଷ୍ଠା ଐଶ୍ୱଙ୍କୁ ପୁଣିଥରେ ଲାଇମଲାଇଟକୁ ଆଣିଛି । ଏହି ଡାଏରୀ ହେଉଛି ଐଶ୍ୱଙ୍କର। ଡାଏରୀ ପୃଷ୍ଠାଗୁଡ଼ିକ ପଢିଲେ ଐଶ୍ୱର୍ଯ୍ୟାଙ୍କ ବାବଦରେ ଆପଣ ଅଧିକ ଜାଣି ପାରିବେ। ସେ ତାଙ୍କ ଡାଏରୀରେ ଲେଖିଛନ୍ତି, ଅପବାଦ ଓ ଗାଳିଗୁଲଜ କରିବାର କୌଣସି ସୁଯୋଗ ଛାଡୁ ନ ଥିବା ଲୋକମାନଙ୍କ ବାବଦରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମୁଁ ସର୍ବଦା ଖରାପ ଉଦ୍ଦେଶ୍ୟ ଥିବା ଲୋକଙ୍କଠାରୁ ଦୂରେଇ ରୁହେ କାରଣ ସେ ସେମାନଙ୍କ ଲେଭଲରେ ପହଞ୍ଚି ପାରିବେ ନାହିଁ। ଭାଇରାଲ ହେଉଥିବା ପେଜରେ ଏହା ମଧ୍ୟ ଲେଖା ଯାଇଛି, ମୁଁ ମୋର ଦୁଃଖକୁ ନିଜ ପାଖରେ ରଖିବାକୁ ପସନ୍ଦ କରେ।

କହିରଖୁଛୁ କି, ଡାଏରୀର ଏହି ପୃଷ୍ଠାଟି ବହୁତ ପୁରୁଣା, ତେଣୁ ଅନେକ ଲୋକ ଏହାକୁ ସଲମାନ ଖାନ ଓ ତାଙ୍କର ଅନ୍ୟ ସମ୍ପର୍କ ସହିତ ଜଡିତ କରୁଛନ୍ତି। ସଲମାନଙ୍କ ସହ ବ୍ରେକଅପ ପରେ ତାଙ୍କ ନାମ ବିବେକ ଓବରୟଙ୍କ ସହ ଯୋଡାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri