ଫ୍ୟାମିଲି ଫଟୋରୁ ଶାଶୁଙ୍କୁ ହଟାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ୧୧ ଅକ୍ଟୋବରରେ ବିଗ୍‌ ବି’ ଅମିତାଭ ବଚ୍ଚନ ତାଙ୍କର ୮୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ପରିବାର ସମେତ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଯେତେବେଳେ ବିଗ୍‌ ବିଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ତାଙ୍କ ଅମିତାଭଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ବେଳେ ତାଙ୍କ ଆଈ, ଅଜା , ଆରାଧ୍ୟା ଏବଂ ଭାଇ ଅଗସ୍ତ୍ୟ ନନ୍ଦାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ବିଗ୍‌ ବି’ଙ୍କ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଥିଲେ। ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ଇନ୍‌ଷ୍ଟାଗ୍ରାମରେ ସମାନ ଫଟୋ କ୍ରପ୍‌ କରି ପୁନଃ ପୋଷ୍ଟ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଐଶ୍‌ଙ୍କ ଏହି ଫଟୋ ଦେଖିବା ପରେ ଅନୁମାନ କରାଯାଉଛି ଯେ, ବଚ୍ଚନ ପରିବାର ମଧ୍ୟରେ କିଛି ପାର୍ଥକ୍ୟ ଅଛି।

ଐଶ୍ୱର୍ଯ୍ୟା ଶେୟାର କରିଥିବା ଫଟୋରେ କେବଳ ଅମିତାଭ  ଏବଂ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ସେ ହାର୍ଟ୍‌ ଇମୋଜି ଦେଇଛନ୍ତି। ଏହା ସହିତ ସେ କ୍ୟାପ୍‌ଶନ ଲେଖିଛନ୍ତି ‘ଭଗବାନ ଆଶୀର୍ବାଦ କରନ୍ତୁ’ । ଫଟୋରେ ଆରାଧ୍ୟା ତାଙ୍କ ଜେଜେବାପା ଅମିତାଭଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ଦୁହେଁ ହସୁଛନ୍ତି। ଫଟୋରେ ଅମିତାଭଙ୍କୁ ଗୋଲାପୀ ଏବଂ ନୀଳ ରଙ୍ଗର ଜ୍ୟାକେଟରେ ଦେଖିବାକୁ ମିଳିଥିବା ବେଳେ ଆରାଧ୍ୟା ଏକ ମେରୁନ କଲର ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

ବର୍ତ୍ତମାନ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଐଶ୍‌ଙ୍କ ପୋଷ୍ଟରେ ଅଜବ କମେଣ୍ଟ ସବୁ ଆରମ୍ଭ ହୋଇଛି। କାରଣ ଐଶ୍‌ଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ବାସ୍ତବରେ କ୍ରପ୍‌ ହୋଇଛି। ପୂରା ଫଟୋରେ ଅମିତାଭ ବଚ୍ଚନ, ନଭ୍ୟା, ଆରାଧ୍ୟା, ଅଗସ୍ତ୍ୟ ଏବଂ ଜୟା ବଚ୍ଚନଙ୍କ ସହ ପୋଜ୍‌ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଐଶ୍ୱର୍ଯ୍ୟା ଶେୟାର କରିଥିବା ଫଟୋରେ ନଭ୍ୟା, ଅଗସ୍ତ୍ୟ ତଥା ଜୟା ନାହାନ୍ତି। ବର୍ତ୍ତମାନ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଟ୍ରୋଲର କହୁଛନ୍ତି ଐଶ୍‌ ତାଙ୍କ ଶାଶୁ ଜୟାଙ୍କୁ ଜାଣିଶୁଣି ବାଦ୍‌ ଦେଇଛନ୍ତି।

ଐଶ୍‌ଙ୍କ ଏହି ନୂତନ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ମୁଁ ତୁମର ଜଣେ ବଡ଼ ପ୍ରଶଂସକ … କିନ୍ତୁ ଜୟା ବଚ୍ଚନଙ୍କ ଜନ୍ମଦିନରେ ତୁମେ କିଛି ଅପ୍‌ଡେଟ୍‌ କରୁନାହଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସର୍ବସାଧାରଣରେ ଉପଲବ୍ଧ ଫଟୋରୁ ଆପଣଙ୍କୁ ଅନ୍ୟ ପିଲା (ନଭ୍ୟା ଏବଂ ଅଗସ୍ତ୍ୟ)ଙ୍କୁ କାହିଁକି କାଟିବାକୁ ପଡ଼ିଲା?
ଯଦି ଆପଣ କେବଳ ଆରାଧ୍ୟା ଏବଂ ବିଗ ବି’ ର ଫଟୋ ପୋଷ୍ଟ କରିବାକୁ ଚାହାନ୍ତି, ତେବେ ଆପଣ ଅନ୍ୟ କିଛି ଫଟୋ ଶେୟାର କରିଥାନ୍ତେ। ଏହା ବାସ୍ତବରେ ବେକାର ଏବଂ ମୂଲ୍ୟହୀନ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri