ଐଶ୍ୱର୍ଯ୍ୟାଠାରୁ ‘ଗ୍ରେ ଡିଭୋର୍ସ’ ନେବେ ଅଭିଷେକ ! ଜାଣନ୍ତୁ ଏହା କ’ଣ, ଏସବୁ ସେଲିବ୍ରିଟି ବି… 

ବମ୍ବେ: ଅଭିନେତ୍ରୀ ତଥା ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ। କିଛି ଦିନ ପୂର୍ବେ ବିଜିନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ବିବାହ ଉତ୍ସବରେ ଦୁହିଁଙ୍କୁ ଅଲଗା ଦେଖିବାକୁ ମିଳିଥିଲା। ସେବେଠାରୁ ଐଶ୍ୱର୍ଯ୍ୟା ବଚ୍ଚନ ପରିବାର ଉପରେ ଖପ୍ପା ଥିବା ଚର୍ଚ୍ଚା ଜୋର ଧରିଛି। ଏବେ ଅଭିଷେକ ଏକ ପୋଷ୍ଟ ଲାଇକ୍‌ କରି ସେ ଐଶ୍‌ଙ୍କଠାରୁ ଅଲଗା ହେବା ଉପରେ ମୋହର ମାରିଛନ୍ତି।
ଅମ୍ବାନୀଙ୍କ ବିବାହ ଫଟୋରେ ଐଶ୍‌ଙ୍କୁ ଅଲଗା ଦେଖି ପ୍ରଶଂସକ ଚକିତ ହୋଇଥିବା ବେଳେ ଅଭିଷେକ ସୋସିଆଲ ମିଡିଆରେ ଏକ ଛାଡ଼ପତ୍ର ପୋଷ୍ଟକୁ ପସନ୍ଦ କରିଛନ୍ତି। ଇନଷ୍ଟାଗ୍ରାମରେ ‘ଗ୍ରେ ଡିଭୋର୍ସ’ ନାମକ ଏକ ପୋଷ୍ଟକୁ ସେ ଲାଇକ୍‌ କରିଛନ୍ତି।
ପୋଷ୍ଟରେ ଲେଖାଯାଇଥିଲା ଯେ- ଯେତେବେଳେ ଭଲପାଇବା ସହଜ ହୋଇ ରୁହେ ନାହିଁ। ଛାଡ଼ପତ୍ର କାହାପାଇଁ ସହଜ ହୋଇ ନ ଥାଏ। କିଏ ସବୁବେଳେ ଖୁସିରେ ରହିବାକୁ ସ୍ବପ୍ନ ଦେଖି ନ ଥାଏ। ହେଲେ କେବେ କେବେ ଜୀବନରେ ସେଭଳି କିଛି ହୁଏ ନାହିଁ ଯେଉଁଭଳି ଆମେ ଆଶା କରିଥାଉ। ହେଲେ ଯେବେ ଲୋକ ଦଶନ୍ଧି ଧରି ଏକାଠି ରହିବା ପରେ ଅଲଗା ହୁଅନ୍ତି, ଯେବେ ସେମାନେ ନିଜର ଜୀବନରେ ଘଟୁଥିବା ଛୋଟବଡ଼ ଘଟଣାକୁ ନେଇ ପରସ୍ପର ଉପରେ ନିର୍ଭର ରହିଥାନ୍ତି ସେତେବେଳେ କିଭଳି ଏହାର ସେମାନେ ସାମ୍ନା କରିଥାନ୍ତି।
ଗ୍ରେ ଡିଭୋର୍ସ କ’ଣ?
ପାଶ୍ଚାତ୍ୟ ଦେଶରେ ‘ଗ୍ରେ ଡିଭୋର୍ସ’ ସାଧାରଣ କଥା। ଏମିତିରେ ଆପଣଙ୍କ ମନରେ ଏହା କ’ଣ ବୋଲି ପ୍ରଶ୍ନ ଉଠୁଥାଇ ପାରେ। ତେବେ ଜୀବନର ଅନ୍ତିମ ଚରଣରେ ଯଦି ଏକ ଯୋଡ଼ିକୁ ପରସ୍ପରଠାରୁ ଅଲଗା ରହିବାକୁ ପଡେ ତେବେ ତାହାକୁ ଗ୍ରେ ଡିଭୋର୍ସ କୁହାଯାଇଥାଏ। ସହଜ ଭାଷାରେ କହିଲେ ୫୦ ବର୍ଷ ପରେ ଯଦି ବିବାହିତ ଯୋଡ଼ି ଛାଡ଼ପତ୍ର ନେଇ ପରସ୍ପରଠାରୁ ଅଲଗା ରୁହନ୍ତି ତେବେ ତାକୁ ‘ଗ୍ରେ ଡିଭୋର୍ସ’ କୁହାଯାଏ।
୧୯୯୦ରୁ ଏଯାବତ୍‌ ‘ଗ୍ରେ ଡିଭୋର୍ସ’ ମାମଲା ଦୁଇଗୁଣା ଭାବେ ବଢ଼ିଚାଲିଛି। ୨୦୩୦ ଯାଏ ଏହି ସଂଖ୍ୟା ୩ ଗୁଣା ବଢ଼ିପାରେ। ଏହା ପଛରେ ଅନେକ କାରଣ ରହିଛି। ଯେମିତିକି ଅବସରପରର ସାଇଡ୍‌ ଇଫେକ୍ଟ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଇତ୍ୟାଦି।
ଏଲିଜାବେଥ୍‌ ଟେଲର୍‌, ଜେଫ୍‌ ବେଜୋସ୍‌, ମୋର୍ଗାନ୍‌ ଫ୍ରିମ୍ୟାନ୍‌ ଏବଂ ରବିନ ଓ୍ବିଲିୟମ୍ସଙ୍କ ପରି ବହୁ ପ୍ରସିଦ୍ଧ ବିଦେଶୀ ସେଲିବ୍ରିଟି ‘ଗ୍ରେ ଡିଭୋର୍ସ’ ନେଇଛନ୍ତି। ଭାରତ ବିଷୟରେ କହିଲେ ଆମିର ଖାନ୍‌, ଅରବାଜ ଖାନ୍‌, ଆଶିଷ ବିଦ୍ୟାର୍ଥୀ ଏବଂ କବିର ବେଦୀ ଭଳି ଅନେକ କଳାକାର ଏହି ତାଲିକାରେ ଅଛନ୍ତି।
ଯଦିଓ ଛାଡ଼ପତ୍ର ନେବା ସହଜ ନୁହେଁ, ହେଲେ ଗ୍ରେ ଡିଭୋର୍ସ ଅଧିକ କଷ୍ଟକର। କାରଣ ଏହା ବେଶ ଯନ୍ତ୍ରଣାଦାୟକ। ଏହି ଡିଭୋର୍ସରେ ସେହି ବ୍ୟକ୍ତିଙ୍କଠାରୁ ଅଲଗା ହେବାକୁ ପଡେ ଯାହା ସହ ଜଣେ ଜୀବନର ଅଧିକାଂଶ ବର୍ଷ ବିତାଇଥାନ୍ତି, ଏକାଠି ସୁଖଦୁଃଖ ବାଣ୍ଟିଥାନ୍ତି। ଅନେକ ଏଥିରୁ ବାହାରି ପାରୁଥିବା ବେଳେ ଅନେକେ ଏଥିରେ ନିଜକୁ ହରାଇଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri