ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଇଡିରେ ହାଜର ହୋଇଛନ୍ତି। ଦିଲ୍ଲୀର ଲୋକନାୟକ ଭବନରେ ସେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି।

ସୂଚନାନୁସାରେ, ଐଶ୍ୱର୍ଯ୍ୟାଙ୍କ ପାଇଁ ଇଡି ଅଧିକାରୀମାନେ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି।  ପାନାମା ପେପର ମାମଲାରେ ଭାରତର ପ୍ରାୟ ୫୦୦ ଲୋକ ଜଡ଼ିତ ଥିଲେ। ଏହି ମାମଲାରେ ବହୁ ନେତା,ଅଭିନେତା, କ୍ରୀଡ଼ାବିତ୍‌, ବ୍ୟବସାୟୀଙ୍କ ନାମ ରହିଛି। ଏମାନଙ୍କ ନାମରେ ଟିକସ ଫାଙ୍କିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଅଭିଷେକ ବଚ୍ଚନଙ୍କୁ  ପ୍ରଶ୍ନ କରାଯାଇଛି, ଅମିତାଭଙ୍କୁ ମଧ୍ୟ ନୋଟିସ୍‌ ପଠାଯିବ। ଦୀର୍ଘଦିନ ଧରି ପାନାମା ପେପର୍ସ ମାମଲାର ତଦନ୍ତ ଚାଲିଛି। ଏକ ମାସ ପୂର୍ବରୁ ଅଭିଷେକ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଇଡି ଅଧିକାରୀଙ୍କୁ କିଛି ଦଲିଲ ମଧ୍ୟ ଦେଇଛନ୍ତି। ଯଦି ଇଡି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ଶୀଘ୍ର ବିଗ୍‌ ବିଙ୍କୁ ମଧ୍ୟ ଏହି ମାମଲାରେ ଇଡି ନୋଟିସ ଦେଇ ଡାକିବ।

୨୦୧୬ରେ ପାନାମା ଲ’ ଫାର୍ମର ୧.୧୫ କୋଟି ଟ୍ୟାକ୍ସ ଡକ୍ୟୁମେଣ୍ଟ ବ୍ରିଟେନରେ ଲିକ୍‌ ହୋଇଥିଲା। ଏଥିରେ ବିଶ୍ୱର ବିଭିନ୍ନ ସ୍ଥାନର ବଡ଼ବଡ଼ ନେତା, ବ୍ୟବସାୟୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ରହିଥିଲା। ଭାରତର ପ୍ରାୟ ୫୦୦ ଲୋକଙ୍କ ନାଁ ରହିଥିଲା। ଏଥିରେ ବଚ୍ଚନ ପରିବାରର ନାମ ମଧ୍ୟ ରହିଥିଲା।

ଏକ ରିପୋର୍ଟ ଅନୁଯାୟୀ, ଅମିତାଭଙ୍କୁ ୪ଟି କମ୍ପାନୀର ନିର୍ଦ୍ଦେଶକ କରାଯାଇଥିଲା। ସେଥିମଧ୍ୟରୁ ତିନିଜଣ ବାହାମାସରେ ଥିବାବେଳେ ଜଣେ ଭର୍ଜିନ ଦ୍ୱୀପପୁଞ୍ଜରେ ଥିଲେ। ଏଗୁଡ଼ିକ ୧୯୯୩ରେ ଆରମ୍ଭ ହୋଇଥିଲା। ଏହି କମ୍ପାନୀଗୁଡିକର ପୁଞ୍ଜି ୫ ହଜାରରୁ ୫୦ ହଜାର ଡଲାର ମଧ୍ୟରେ ଥିଲା, କିନ୍ତୁ ଏହି କମ୍ପାନୀଗୁଡିକ ସେହି ଜାହାଜଗୁଡ଼ିକର ବ୍ୟବସାୟ କରୁଥିଲେ, ଯାହାର ମୂଲ୍ୟ କୋଟି କୋଟି ଥିଲା।

ଐଶ୍ୱର୍ଯ୍ୟା ପୂର୍ବରୁ ଏକ କମ୍ପାନୀର ନିର୍ଦ୍ଦେଶକ ଥିଲେ। ପରେ ତାଙ୍କୁ କମ୍ପାନୀର ଅଂଶୀଦାର ଘୋଷଣା କରାଯାଇଥିଲା। କମ୍ପାନୀର ନାମ ଥିଲା ଆମିକ ପାର୍ଟନର୍ସ ପ୍ରାଇଭେଟ ଲିମିଟେଡ। ଏହାର ମୁଖ୍ୟାଳୟ ଭର୍ଜିନ ଦ୍ୱୀପପୁଞ୍ଜରେ ଥିଲା। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ପିତା କେ. ରାୟ, ମାତା ବୃନ୍ଦା ରାୟ ଏବଂ ଭାଇ ଆଦିତ୍ୟ ରାୟ ମଧ୍ୟ ଏହି କମ୍ପାନୀରେ ଅଂଶୀଦାର ଥିଲେ। ୨୦୦୫ରେ ଏହି କମ୍ପାନୀ ଗଠନ କରାଯାଇଥିଲା। ତିନି ବର୍ଷ ପରେ ଅର୍ଥାତ୍‌ ୨୦୦୮ରେ କମ୍ପାନୀ ବନ୍ଦ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri