ଓଡ଼ିଶାର ୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବା

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର,କଟକ ଓ ରାଉରକେଲା ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରାଯାଇଥିବା ଭୁବନେଶ୍ୱର ଓ ରାଉରକେଲା ହକି ଷ୍ଟାଡିୟମରେ ଅଲ୍‌ଟ୍ରାଫାଷ୍ଟ ୫ଜି ସେବାକୁ ମଧ୍ୟ ନିୟୋଜିତ କରିଛି। ଏପରିକି ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାଗୁଡ଼ିକ ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ। କାରଣ କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ କରିବା ଓ ରୋଲ୍‌ଆଉଟ୍‌ ଶେଷ କରିବା କାମ ଜାରି ରଖିଛି। ୫ଜି ସକ୍ଷମ ଡିଭାଇସ୍‌ ଥିବା ଗ୍ରାହକମାନେ ରୋଲ୍‌ଆଉଟ୍‌ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ହାଇସ୍ପିଡ୍‌ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କ ଉପଭୋଗ କରିପାରିବେ।
ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଓଡ଼ିଶା ସିଓଓ ସୌମେନ୍ଦ୍ର ସାହୁ କହିଛନ୍ତି, ଆମେ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରୁଥିବା ଦୁଇଟି ଷ୍ଟାଡିୟମରେ ୫ଜି ସେବାକୁ ନିୟୋଜିତ କରି ଅତ୍ୟଧିକ ଆନନ୍ଦିତ। ଏପରିକି ଉଭୟ ଷ୍ଟାଡିୟମରେ ଗ୍ରାହକମାନେ ସୁପରଫାଷ୍ଟ୍‌ ନେଟ୍‌ୱର୍କର ଅନୁଭୂତି ପାଇପାରିବେ, ଯାହା ସେମାନଙ୍କୁ ହାଇ ଡେଫିନିଶନ ଭିଡିଓ ଷ୍ଟ୍ରିମିଙ୍ଗ୍‌, ମଲ୍ଟିପୁଲ ଚାର୍ଟିଂ, ଫଟୋ ଓ ଭିଡିଓଗୁଡ଼ିକର ତତ୍କାଳ ଅପ୍‌ଲୋଡିଂ ପାଇଁ ଅନୁମତି ଦେବ। ଭୁବନେଶ୍ୱର, କଟକ ଓ ରାଉରକେଲାରେ ମଧ୍ୟ ଆମର ୫ଜି ସେବାକୁ ଶୁଭାରମ୍ଭ କରିଛୁ। ଏହାର ଗ୍ରାହକମାନେ ଏବେ ଅଲ୍‌ଟ୍ରାଫାଷ୍ଟ୍‌ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବର୍ତ୍ତମାନର ୪ଜି ସ୍ପିଡ୍‌ ତୁଳନାରେ ୨୦ରୁ ୩୦ ଗୁଣ ପର୍ଯ୍ୟନ୍ତ ଅଧିକ ସ୍ପିଡ୍‌ ଉପଭୋଗ କରିପାରିବେ। ଆମେ ସମଗ୍ର ରାଜ୍ୟରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରକ୍ରିୟାରେ ରହିଛୁ, ଯାହା ଗ୍ରାହକଙ୍କୁ ହାଇଡେଫିନିଶନ ଭିଡିଓ ଷ୍ଟ୍ରିମିଂ, ଗେମିଂ, ମଲ୍ଟିପୁଲ ଚାର୍ଟିଂ, ଫଟୋ ଓ ଭିଡିଓଗୁଡ଼ିକର ଇନ୍‌ଷ୍ଟାଣ୍ଟ ଅପ୍‌ଲୋଡିଂ ପାଇଁ ସୁପର୍‌ଫାଷ୍ଟ ପହଞ୍ଚ ଉପଭୋଗ କରିବାକୁ ଅନୁମତି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri