ଡିସେମ୍ବରରେ ସୋନାଲିକାର ୧୦,୫୭୧ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୩।୧:ଦେଶର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ନବବର୍ଷକୁ ଉଲ୍ଲେଖନୀୟ ସଫଳତା ସହ ଆରମ୍ଭ କରିଛି। କମ୍ପାନୀ ଗତ ଡିସେମ୍ବରରେ ୧୦,୫୭୧ଟି ଟ୍ରାକ୍ଟର ବିକ୍ରି ହୋଇଥିବା ଜଣାପଡ଼ିଛି। ଏଥିରେ ୪୧.୭%ର ଘରୋଇ ଅଭିବୃଦ୍ଧି ସାମିଲ ରହିଛି। ଏହିଭଳି ଭାବେ କମ୍ପାନୀ ଶିଳ୍ପ ଅଭିବୃଦ୍ଧି (ହାରାହାରି୨୬%)କୁ ପଛରେ ପକାଇଛି। ସମାନ ରୂପେ କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରୁ ୩ୟ ତ୍ରୈମାସ ମଧ୍ୟରେ ମୋଟ ୧,୧୮,୪୪୯ଟି ଟ୍ରାକ୍ଟର ବିକ୍ରିକରି ଏହାର ବିଜୟଧାରାକୁ ବଜାୟ ରଖିଛି। ଭାରତରେ ଲକ୍ଷ ଲକ୍ଷ କୃଷକଙ୍କ ଜୀବନରେ ଅସୀମିତ ପ୍ରଗତି ସାମିଲ କରିବାର ମୂଳ ବିଶ୍ୱାସ ସହିତ ସୋନାଲିକା ଟ୍ରାକ୍ଟର୍ସ ସକ୍ରିୟ ଭାବେ ତୃଣମୂଳ ସ୍ତରରେ କୃଷକମାନଙ୍କ ସହ ଯୋଡ଼ିହୋଇ ରହିଛି ଏବଂ ସେମାନଙ୍କୁ ଫାର୍ମ ମେକାନାଇଜେଶନ ଗ୍ରହଣ କରିବା ପାଇଁ ପ୍ରେରିତ କରିଛି। ଏହି ନୂଆ ସଫଳତାରେ ଉତ୍ସାହିତ ହୋଇ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ‘କୃଷି କ୍ଷେତ୍ରରେ ଟେକ୍ନୋଲୋଜରି ଗୁରୁତ୍ୱ ଓ ଗ୍ରହଣୀୟତା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଆମେ ଆମର ଅତ୍ୟାଧୁନିକ ଟେକ୍ନୋଲୋଜି ପରିଚାଳିତ ଟ୍ରାକ୍ଟର ଓ ଉପକରଣଗୁଡିକ ସହ କୃଷକମାନଙ୍କ ଆକାଂକ୍ଷାକୁ ପୂରଣ କରି ଆନନ୍ଦିତ। ୪୧.୭% ଘରୋଇ ଅଭିବୃଦ୍ଧି ଦ୍ୱାରା ପରିଚାଳିତ ହୋଇ ଆମେ ଶିଳ୍ପ ଅଭିବୃଦ୍ଧିକୁ ୧.୬ ଗୁଣ ପଛରେ ପକାଇଛୁ ଏବଂ ଡିସେମ୍ବର ୨୦୨୨ରେ ୧୦,୫୭୧ଟି ଟ୍ରାକ୍ଟର ବିକ୍ରି କରିଛୁ। ଏହା କୃଷି ଯାନ୍ତ୍ରିକୀକରଣର ଚାହିଦା କେବଳ ପାରମ୍ପରିକ ଋତୁରେ ସୀମିତ ନୁହେଁ ବୋଲି ପ୍ରମାଣିତ କରୁଛି। ୨୦୨୩ରେ ପ୍ରବେଶ କରି ଆମେ ଆମର ଦ୍ରୁତ ଉଦ୍ଭାବନ ଜାରି ରଖିଛୁ ଏବଂ କୃଷକମାନଙ୍କୁ ଉତ୍କୃଷ୍ଟମାନର କୃଷି ଟେକ୍ନୋଲୋଜି ପାଇଁ ସହଜ ପହଞ୍ଚ ପ୍ରଦାନ କରିବା ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri