ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ହେଲେ ଏୟାରଲାଇନ୍‌ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା

ଲଣ୍ଡନ,୨୫।୮: ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସ ଏବେ ତା’ର ଯାତ୍ରୀଙ୍କ ପାଇଁ ଏକ ଭଲ ଅଫର ନେଇ ଆସିଛି। ଏବେ ଏୟାରଲାଇନ୍ସ ତା’ର ସମସ୍ତ ଯାତ୍ରୀଙ୍କର ଗ୍ଲୋବାଲ ଇନସ୍ୟୁରାନ୍ସ କରାଇବ। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ(ପାଖାପାଖି୪.୮କୋଟି ଟଙ୍କା) ଇନସ୍ୟୁରାନ୍ସ କଭର ଦିଆଯିବ। ଏଥିରେ ଏୟାର ଲାଇନ୍‌ କହିଛି ଯଦି ଯାତ୍ରା ସମୟରେ କେହି ଯାତ୍ରୀ କରୋନାରେ ପୀଡ଼ିତ ହୁଅନ୍ତି ତେବେ ତାଙ୍କ ପାଇଁ ୪.୮କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ଖର୍ଚ୍ଚ ଇନସ୍ୟୁରାନ୍ସ କମ୍ପାନୀ ବହନ କରିବ। ଇନସ୍ୟୁରାନ୍ସ କମ୍ପାନୀ ଯାତ୍ରୀଙ୍କ ଚିକିତ୍ସା ସହ ଏମରଜେନ୍ସି ମେଡିକାଲ କଷ୍ଟ, ଟ୍ରାନ୍ସପୋଟେଶନ, ରହଣି ସହ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବହନ କରିବ। କେବଳ ଏତିକି ନୁହେଁ ଯାତ୍ରା ସମୟରେ ଯଦି କେହି ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରାଗଲା ସେଥିପାଇଁ ୩୦୦୦ପାଉଣ୍ଡ (୨.୯୨ଲକ୍ଷ ଟଙ୍କା) ଖର୍ଚ୍ଚ କରିବ ଇନସ୍ୟୁରାନ୍ସ କମ୍ପାନୀ। ଏୟାରଲାଇନ୍ସ ୩୦ ସେପ୍ଟେମ୍ବର ୨୦୨୨ପର୍ଯ୍ୟନ୍ତ ଉପଲବ୍ଧ ବୁକିଂ ସହ ବିମାନ ଉଡାଣରେ ଦୁଇଟି ତାରିଖ ବଦଳାଇବାର ବିକଳ୍ପ ରଖିଛି। ଭର୍ଜିନ ଆଟଲାଣ୍ଟିକର ଚିଫ୍‌ କମରସିଆଲ ଅଫିସର ଜୁହା ଜର୍ବିନେନ କହିଛନ୍ତି ୨୪ ଅଗଷ୍ଟରୁ ଆସନ୍ତା ୩୧ ମାର୍ଚ୍ଚ ମଧ୍ୟରେ ତାଙ୍କ ଏୟାରଲାଇନ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଗ୍ଲୋବାଲ ଇନସ୍ୟୁରାନ୍ସ କଭର ସୁବିଧା ମିଳିବ। ଏହାର ଉଦ୍ଦେଶ୍ୟ ହେଉଛି ଏୟାରଲାଇନ୍ସ ପ୍ରଥମେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉଛି। ବାରବାଡୋସ ପରେ ଏବେ ଏହା ଦିଲ୍ଲୀ-ଲଣ୍ଡନ ଓ ମୁମ୍ବାଇ-ଲାଗୋସ ଯାତ୍ରା କରିବାର ଯୋଜନା କରିଛି। ଏମିତି ଅଫର ମିଳିବା ପରେ ଯାତୀମାନେ ଏବେ ବିନା ଡରରେ ଯାତ୍ରା କରିବେ ବୋଲି ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି। ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସରେ ଟିକେଟ ବୁକ୍‌ କରିବା ପରେ ପରେ ଆପଣାଛାଏଁ ଯାତ୍ରୀଙ୍କର କୋଭିଡ-୧୯ କଭର ହୋଇଯିବ। ଏଥିପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ। ଡେଲଟା ଏୟାର ଲାଇନ୍ସ ଓ ଏୟାର ଫ୍ରାନ୍ସ ସହ ଏହାର ଜଏଣ୍ଟ ଭେଞ୍ଚର ରହିଛି। ତେଣୁ ଏହି ଦୁଇଟି ଏୟାର ଲାଇନ୍ସରେ ଟିକେଟ ବୁକ୍‌ କଲେ ବି କୋଭିଡ-୧୯ କଭର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri