ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଇତିମଧ୍ୟରେ ଇଣ୍ଡିଗୋ ପାଇଲଟ୍, କ୍ୟାବିନ୍ କ୍ରୁ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ଏକ ଓପନ୍ ଲେଟର ବା ଖୋଲା ଚିଠି’ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏଥିରେ ଉଲ୍ଲେଖ କରାଯାଇଛି ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ବିମାନ ବାତିଲ କରାଯାଇଛି, ଯାହା ଫଳରେ ଯାତ୍ରୀମାନେ ବିଭିନ୍ନ ବିମାନବନ୍ଦରରେ ଫସି ରହିଛନ୍ତି। ଚିଠିରେ କର୍ମଚାରୀମାନେ ଲେଖିଛନ୍ତି ଯେ, ସାମ୍ପ୍ରତିକ ବିଶୃଙ୍ଖଳା କେବଳ ଏକ ଅପରେଶନାଲ ବିଫଳତା ନୁହେଁ ଏହା ଏକ ବିଫଳତା ମଧ୍ୟ ଥିଲା।
ସ୍ବାକ୍ଷରକାରୀମାନେ କହିଛନ୍ତି ଯେ, ଫ୍ରଣ୍ଟ୍ଲାଇନ କର୍ମଚାରୀମାନେ ଯାତ୍ରୀଙ୍କ କ୍ରୋଧ, ଦୁର୍ବ୍ୟବହାର ଏବଂ ଦୋଷାରୋପର ଶିକାର ହୋଇଥିଲେ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ବାତିଲକରଣର ସମୟ ଏବଂ ପରିମାଣ କ୍ରୁ-ଡ୍ୟୁଟି ମାନଦଣ୍ଡ ଉପରେ ଏକ ନୂତନ ନିୟାମକ ସମୟସୀମା ସହିତ ସମାନ, ଯାହା ଘଟୁଛି ତାହା ଫାଙ୍କିବା ଅସମ୍ଭବ।


