ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ ପାଇଁ ସହଜ ହେବ। ନିର୍ମାଣ ହେବାକୁ ଥିବା ୪୬୦ ମିଟର ଲମ୍ବର ଏହି ପୋଲ ହେଲେ ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ରହିଥିବା ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କକୁ ମଜଭୁତ୍‌ କରିବ। ବଂଶୀଧରା ନଦୀ ଉପରେ ବଥବା-ଲିହୁରି ମଧ୍ୟରେ ଏହି ପୋଲ ନିର୍ମାଣ ହେବ। ପାରଳା ମହାରାଜା ୧୮୦୦ ମସିହାରେ ବଂଶଧାରା ନଦୀକୂଳ ଲିହୁରିଠାରେ ଗୋପୀନାଥ ମନ୍ଦିର ନିର୍ମାଣ କରିଥିଲେ। ସ୍ବତନ୍ତ୍ର ପ୍ରଦେଶ ଗଠନ ବେଳେ ଏହା ଓଡ଼ିଶା ବାହାରେ ରହିଯାଇ ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରରେ ରହିଛି। ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଏହି ଗୋପୀନାଥ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି। ବଂଶଧରା ଉପରେ ପୋଲ ନିର୍ମାଣ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗୋବିନ୍ଦ ମାର୍ଣ୍ଡି ସୂଚନା କହିଛନ୍ତି, ସରକାର ବଂଶଧାରା ଉପରେ ପୋଲ ନିର୍ମାଣ ଲାଗି ଘୋଷଣା କରିବା ପରେ ଏବେ ସର୍ଭେ କାମ ଆରମ୍ଭ ହୋଇଛି। ଏହାର ସବିଶେଷ ରିପୋର୍ଟ ଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ। ଆବଶ୍ୟକ ପାଣ୍ଠି ଆସିବା ପରେ ପୋଲ ନିର୍ମାଣ କାମ ଆରମ୍ଭ ହେବ। ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏବଂ ଦେଶ ସ୍ବାଧୀନତାକୁ ଇତି ମଧ୍ୟରେ ୭ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଗଲାଣି। ଏହି ଐତିହାସିକ ସ୍ଥାନର ଯେଭଳି ଉନ୍ନତି ହେବା କଥା ତାହା ହୋଇନାହିଁ। ଲିହୁରିସ୍ଥିତ ଗୋପୀନାଥ ମନ୍ଦିରକୁ ଯିବାକୁ ଆନ୍ଧ୍ର ପଟେ ରହିଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ଥିବା ବେଳେ ଓଡିଶା ପଟେ ବଂଶଧାରା ନଦୀ ବାଧକ ସାଜିଆସିଛି। ଏହି ମନ୍ଦିରକୁ ଯିବାପାଇଁ ବଂଶଧାରା ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ।
ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଏବେ ବଂଶଧାରା ଉପରେ ୪୬୦ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି। ଗଜପତି ଜିଲା କାଶୀନଗର ବ୍ଲକ ବଥବା ପୁର୍ତ୍ତ ବିଭାଗ ରାସ୍ତାଠାରୁ ଲିହୁରୀକୁ ଏହି ସେତୁ ଯୋଡିବ। ଏହାଦ୍ବାରା କେବଳ ସାଂସ୍କୃତିକ ନୁହେଁ, ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଅଞ୍ଚଳର ଅନେକ ଉନ୍ନତି ହୋଇପାରିବ ବୋଲି ଉଭୟ ଆନ୍ଧ୍ର ଓ ସେଠାରେ ବସବାସ କରୁଥିବା ଓଡିଶାର ଓଡିଆ ଲୋକେ କହିଛନ୍ତି। ବୃନ୍ଦାବନରେ ଯମୁନା ନଦୀ କୂଳରେ ପୂଜା ପାଉଥିବା ରାଧାରାଣୀଙ୍କ ଭଳି ଏଠାରେ ମଧ୍ୟ ବଂଶଧାରା କୂଳରେ ନିମ୍ବ ଦାରୁରେ ନିର୍ମିତ ପ୍ରାୟ ୪ଫୁଟ ଉଚ୍ଚର ତ୍ରିଭଙ୍ଗୀ ଠାଣିର ଶ୍ରୀକୃଷ୍ଣଙ୍କ ସହ ରାଧାରାଣୀଙ୍କ ସୁନ୍ଦର ବିଗ୍ରହ ରହିଛି । ପାରଳାଖେମୁଣ୍ଡି ମହାରାଜା ଜଗନ୍ନାଥ ଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି ଗୋପୀନାଥ ମନ୍ଦିର ପରିଚାଳନା ପାରଳା ମହାରାଜା କରୁଛନ୍ତି। ଦୋଳଯାତ୍ରା ଏବଂ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଏଠାରେ ଭିଡ ଜମେ। ପ୍ରତ୍ୟହ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଆନ୍ଧ୍ର ପଟେ ଆସି ଦର୍ଶନ କରି ଫେରିଥାନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଗୁରୁତ୍ୱ ଦେଇ ୧୯୦୦ ମସିହାରେ ନୌପଡା-ପାରଳାଖେମୁଣ୍ଡି ନେରୋଗଜ ରେଳପଥକୁ ଗୁଣପୁର ଯାଏ ସଂପ୍ରସାରଣ କରିବା ବେଳେ ଲିହୁରୀଠାରେ ଗୋଟିଏ ଷ୍ଟେସନ କରିଥିଲେ। ଆଜିଯାଏ ଲୋକେ ସେହି ଷ୍ଟେସନରେ ଓଲ୍ଲାଇ ବଂଶଧାରା ନଦୀ ଭିତର ଦେଇ ବିପଦସଙ୍କୁଳ ଅବସ୍ଥାରେ ଠାକୁର ଦର୍ଶନ କରି ଫେରୁଛନ୍ତି ।
ଅନ୍ୟପକ୍ଷରେ ବଂଶଧାରା ଉପରେ ପୋଲ ନିର୍ମାଣ ନେଇ ନିଷ୍ପତ୍ତି ରାଜ୍ୟ ସରକାର ନେବା ପରେ ଭାଜପା ଓ ବିଜେଡି ମଧ୍ୟରେ ଶ୍ରେୟ ନେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ୫ବର୍ଷ ତଳେ ସେ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ରାଜ୍ୟ ଭାଜପା ଉପସଭାପତି କେ. ନାରାୟଣ ରାଓ ଏକ ଖବରଦାତା ସମ୍ମିଳନୀରେ କହିଥିବା ବେଳେ ପାରଳାଖେମୁଣ୍ଡିର ବର୍ତ୍ତମାନର ବିଜେଡି ବିଧାୟକ ରୁପେଶ ପାଣିଗ୍ରାହୀ ଗତ ୧୯ା୯ା୨୦୨୫ ଚିଠି ନମ୍ବର ୪୦୧୮/୨୫ରେ ଏନେଇ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସରକାର ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri