Posted inଜାତୀୟ

ଏୟାରହୋଷ୍ଟେସ୍‌ କଲେ ଏପରି ଘୃଣ୍ୟ କାମ, ଜାଣିଲେ ପାଦତଳୁ ଖସିଯିବ ମାଟି…

ଥିରୁଭାନନ୍ତପୁରମ୍‌,୩୧ା୫: ବେଆଇନ ତଥା ଘୃଣ୍ୟ କାର୍ଯ୍ୟ ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯିବା ଏହା ବୋଧହୁଏ ଦେଶରେ ପ୍ରଥମ ଘଟଣା ହୋଇପାରେ। ଏୟାର ହୋଷ୍ଟେସଙ୍କୁ କେବଳ ଗିରଫ କରାଯାଇ ନାହିଁ ବରଂ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ବି ପଠାଯାଇଛି।

ପ୍ରଥମଥର ପାଇଁ ଜଣେ ଏୟାର ହୋଷ୍ଟେସ ଏପରି କିଛି କରୁଥିବା ଦେଖିବାକୁ ମିଳିଛି। ଏୟାର ହୋଷ୍ଟେସଙ୍କ ଏହି କାର୍ଯ୍ୟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଦ୍ୱାରା କରାଯାଇଥିବା ଏକ ଅପରେଶନ ସମୟରେ ପ୍ରକାଶ ପାଇଥିଲା। ଏହି ସମୟରେ ଏହି ଏୟାର ହୋଷ୍ଟେସଙ୍କ ଏହି କାର୍ଯ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣା କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି। ମସ୍କରରୁ କନ୍ନୁର ଅଭିମୁଖେ ଆସୁଥିବା ବିମାନରେ ସୁନା ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ଡିଆରଆଇ ଗୁପ୍ତଚର ସୂଚନା ପାଇଥିଲା। ଏହି ପ୍ରୟାସରେ ବିମାନର ଏକ କ୍ୟାବିନ କ୍ରୁ ମଧ୍ୟ ଜଡ଼ିତ ଥିବା ଡିଆରଆଇ ଇଣ୍ଟେଲ ପାଇଥିଲେ। ଏହି ଇଣ୍ଟେଲ ଉପରେ ଆଧାର କରି ଡିିଆର୍‌ଆଇ ସମଗ୍ର କନ୍ନୁର ବିମାନବନ୍ଦରରେ ଏହାର ଜାଲ ବିସ୍ତାର କରିଥିଲା।

ବିମାନଟି କନ୍ନୁର ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଡିଆରଆଇ ଟିମ୍‌ କେବଳ ସମସ୍ତ କ୍ରୁ ସଦସ୍ୟଙ୍କୁ ଯାଞ୍ଚ ପାଇଁ ଅଟକାଇ ନ ଥିଲେ ବରଂ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ଏହି ସମୟରେ କୌଣସି ଯାତ୍ରୀଙ୍କ ନିକଟରୁ କିଛି ମିଳି ନ ଥିଲା। ଏହା ପରେ ଡିଆରଆଇ ଟିମ୍‌ ଏହି ବିମାନର କ୍ୟାବିନ କ୍ରୁଙ୍କ ବ୍ୟାଗ ଖୋଜିବା ଆରମ୍ଭ କଲା। ସେଥିରୁ ମଧ୍ୟ ସେମାନେ କିଛି ପାଇ ନ ଥିଲେ।

ଏହା ପରେ, ଏୟାର ହୋଷ୍ଟେସଙ୍କୁ ପଚରାଯାଇଥିଲା। ସେ ସ୍ବୀକାର କରିଥିଲେ ସେ ତାଙ୍କ ମଳଦ୍ୱାରରେ ସେ ସୁନା ଲୁଚାଇଛନ୍ତି। ଡିଆରଆଇ ସୂତ୍ର ଅନୁଯାୟୀ, ଡାକ୍ତରଙ୍କ ଉପସ୍ଥିତିରେ ଚୋରା ଚାଲାଣ କରୁଥିବା ଏହି ଏୟାର ହୋଷ୍ଟେସଙ୍କ ମଳଦ୍ୱାରରୁ ପ୍ରାୟ ୯୬୦ ଗ୍ରାମ ସୁନା ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri