Posted inଜାତୀୟ

ଏୟାରହୋଷ୍ଟେସ୍‌ କଲେ ଏପରି ଘୃଣ୍ୟ କାମ, ଜାଣିଲେ ପାଦତଳୁ ଖସିଯିବ ମାଟି…

ଥିରୁଭାନନ୍ତପୁରମ୍‌,୩୧ା୫: ବେଆଇନ ତଥା ଘୃଣ୍ୟ କାର୍ଯ୍ୟ ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯିବା ଏହା ବୋଧହୁଏ ଦେଶରେ ପ୍ରଥମ ଘଟଣା ହୋଇପାରେ। ଏୟାର ହୋଷ୍ଟେସଙ୍କୁ କେବଳ ଗିରଫ କରାଯାଇ ନାହିଁ ବରଂ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ବି ପଠାଯାଇଛି।

ପ୍ରଥମଥର ପାଇଁ ଜଣେ ଏୟାର ହୋଷ୍ଟେସ ଏପରି କିଛି କରୁଥିବା ଦେଖିବାକୁ ମିଳିଛି। ଏୟାର ହୋଷ୍ଟେସଙ୍କ ଏହି କାର୍ଯ୍ୟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଦ୍ୱାରା କରାଯାଇଥିବା ଏକ ଅପରେଶନ ସମୟରେ ପ୍ରକାଶ ପାଇଥିଲା। ଏହି ସମୟରେ ଏହି ଏୟାର ହୋଷ୍ଟେସଙ୍କ ଏହି କାର୍ଯ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣା କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି। ମସ୍କରରୁ କନ୍ନୁର ଅଭିମୁଖେ ଆସୁଥିବା ବିମାନରେ ସୁନା ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ଡିଆରଆଇ ଗୁପ୍ତଚର ସୂଚନା ପାଇଥିଲା। ଏହି ପ୍ରୟାସରେ ବିମାନର ଏକ କ୍ୟାବିନ କ୍ରୁ ମଧ୍ୟ ଜଡ଼ିତ ଥିବା ଡିଆରଆଇ ଇଣ୍ଟେଲ ପାଇଥିଲେ। ଏହି ଇଣ୍ଟେଲ ଉପରେ ଆଧାର କରି ଡିିଆର୍‌ଆଇ ସମଗ୍ର କନ୍ନୁର ବିମାନବନ୍ଦରରେ ଏହାର ଜାଲ ବିସ୍ତାର କରିଥିଲା।

ବିମାନଟି କନ୍ନୁର ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଡିଆରଆଇ ଟିମ୍‌ କେବଳ ସମସ୍ତ କ୍ରୁ ସଦସ୍ୟଙ୍କୁ ଯାଞ୍ଚ ପାଇଁ ଅଟକାଇ ନ ଥିଲେ ବରଂ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ଏହି ସମୟରେ କୌଣସି ଯାତ୍ରୀଙ୍କ ନିକଟରୁ କିଛି ମିଳି ନ ଥିଲା। ଏହା ପରେ ଡିଆରଆଇ ଟିମ୍‌ ଏହି ବିମାନର କ୍ୟାବିନ କ୍ରୁଙ୍କ ବ୍ୟାଗ ଖୋଜିବା ଆରମ୍ଭ କଲା। ସେଥିରୁ ମଧ୍ୟ ସେମାନେ କିଛି ପାଇ ନ ଥିଲେ।

ଏହା ପରେ, ଏୟାର ହୋଷ୍ଟେସଙ୍କୁ ପଚରାଯାଇଥିଲା। ସେ ସ୍ବୀକାର କରିଥିଲେ ସେ ତାଙ୍କ ମଳଦ୍ୱାରରେ ସେ ସୁନା ଲୁଚାଇଛନ୍ତି। ଡିଆରଆଇ ସୂତ୍ର ଅନୁଯାୟୀ, ଡାକ୍ତରଙ୍କ ଉପସ୍ଥିତିରେ ଚୋରା ଚାଲାଣ କରୁଥିବା ଏହି ଏୟାର ହୋଷ୍ଟେସଙ୍କ ମଳଦ୍ୱାରରୁ ପ୍ରାୟ ୯୬୦ ଗ୍ରାମ ସୁନା ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?